୫୦ ହଜାର ଟଙ୍କାର ପିଆଜ ଚୋରି କଲେ ଚୋର, ଟଙ୍କା ବାକ୍ସକୁ ଛୁଇଁଲେନି- ଜାଣନ୍ତୁ କେଉଁଠି

Published By : Prameya-News7 Bureau | November 28, 2019 IST

କୋଲକତା ୨୮।୧୧ – ଏବେ ପିଆଜ ଦର ଆକାଶ ଛୁଆଁ । ପ୍ରାୟ ୧୦୦ ଟଙ୍କା ପାଖା ପାଖି । ଏବେ ଦେଶରେ ଏକ ପ୍ରକାର ପିଆଜ ସଙ୍କଟ ଦେଖା ଦେଇଛି । ଏହା ଭିତରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି । ପଶ୍ଚିମବଙ୍ଗ ମେଦିନାପୁରରେ ଚୋରମାନେ ଗୋଟିଏ ପରିବା ଦୋକାନରେ ଥିବା ପ୍ରାୟ ୫୦ ହଜାର ଟଙ୍କାର ପିଆଜ ଚୋରି କରି ନେଇଛନ୍ତି । ମାତ୍ର ସେଠାରେ ଥିବା କ୍ୟାଶ ବକ୍ସ ବା ଟଙ୍କା ବାକ୍ସକୁ ଛୁଇଁ ନାହାନ୍ତି ।

{"id":191080,"sizeSlug":"large"}

ପୂର୍ବ ମେଦିନାପୁର ଜିଲ୍ଲାରେ ଥିବା ଏକ ପରିବା ଦୋକାନରେ ଚୋରି ହୋଇଛି । ସୁତାହାଟରେ ଥିବା ଏହି ଦୋକାନରୁ ଚୋରମାନେ ପ୍ରାୟ ୫୦ ହଜାର ଟଙ୍କାର ପିଆଜ ସହ କିଛି ଅଦା ଓ ରସୁଣ ଚୋରି କରି ନେଇଛନ୍ତି । ମାତ୍ର ସେମାନ ଟଙ୍କା ବାକ୍ସକୁ ଛୁଇଁ ନାହାନ୍ତି । ଏହାର ମାଲିକ ଅକ୍ଷୟ ଦାସ ସକାଳ ଦୋକାନ ଖୋଲିବା ସମୟରେ ସମସ୍ତ ଜିନିଷ ବିଛାଡି ହୋଇ ପଡିଥିବା ଦେଖିବାକୁ ପାଇଥିଲେ । ଏହାପରେ ସେ ତାଙ୍କ ଦେକାନରେ ଥିବା ଅନେକ ପିଆଜ ବସ୍ତା ଚୋରି ହୋଇଯାଇଥିବା ଜାଣିବାକୁ ପାଇଥିଲେ । ଚୋରି ହୋଇଥିବା ପିଆଜର ମୂଲ୍ୟ ୫୦ ହଜାର ଟଙ୍କା ହେବ ବୋଲି ସେ କହିଛନ୍ତି . ମାତ୍ର ଚୋରମାନେ ଟଙ୍କା ବାକ୍ସକୁ ଛୁଇଁ ନଥିବାରୁ ସେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.