ଆଜ୍‌କା ରବିନ୍‌ ହୁଡ୍ : ଜାଗୁଆର କାରରେ ବୁଲି କୋଟିକୋଟି ଟଙ୍କା ଚୋରି କରୁଥିଲା ରୋମାଣ୍ଟିକ୍‌ ଚୋର, ସ୍ତ୍ରୀ ପାଇଁ ତିଆରି କରୁଥିଲା ପଲିଟିକାଲ ବେସ୍‌

Published By : Prameya-News7 Bureau | October 25, 2021 IST

ଗାଜିଆବାଦ ୨୫/୧୦ : ଚୋରି କରୁଥିଲା, ସେହି ଟଙ୍କା​‌ରେ ଅଏସ୍‌ କରୁଥିଲା । ପତ୍ନୀଙ୍କୁ ନିର୍ବାଚନରେ ଜିତାଇବାକୁ ମୋଟା ଅଙ୍କର ଟଙ୍କା ଖର୍ଚ୍ଚ କରୁଥିଲା ସେପଟେ ଚାରି ଚାରି ଜଣ ପ୍ରେମିକାଙ୍କ ପଛରେ ଖର୍ଚ୍ଚ କରୁଥିଲା ବିଡା ବିଡା ଟଙ୍କା । ସମାଜସେବା କି କରୁଥିଲା । ଗରିବଙ୍କୁ ସାହାଯ୍ୟ କରୁଥିଲା । ଗାଁ ଗହଳିରେ ରାସ୍ତା ତିଆରି କରି ଲୋକଙ୍କ ପାଇଁ ଭଗବାନ ପାଲଟିଯାଇଥିଲା । ଆଜ୍‌କା ରବିନ୍‌ ହୁଡ୍‌ ଇରଫାନ ପୋଲିସକୁ ଚକ୍‌ମା ଦେଇ ଉଠାଉଥିଲା କୋଟି କୋଟି ଟଙ୍କା । ଦୀର୍ଘଦିନ ହେଲା ବିଭିନ୍ନ ସ୍ଥାନରୁ ଲୁଟ୍‌ କରୁଥିବା ହାଇ ପ୍ରୋଫାଇଲ ଚୋର ଶେଷରେ ପୋଲିସ କବ୍‌ଜାରେ ପଡିଛି । ୧୨ ରାଜ୍ୟର ପୋଲିସ ତାକୁ ଧରିବା ପାଇଁ ନାକେଦମ ହୋଇଯାଇଥିଲେ । ଅଭିଯୁକ୍ତ ଇରଫାନ୍ ଧରା ପଡିବା ପରେ ପୋଲିସ ବି ତାଜୁବ ହୋଇଯାଇଛି ।

ଗତ ମାସରେ ଗାଜିଆବାଦର କବି ନଗରରେ ରହୁଥିବା ବ୍ୟବସାୟୀ କପିଲ ଗର୍ଗଙ୍କ ଘରୁ ପ୍ରାୟ ଦେଢ କୋଟି ଟଙ୍କା ଚୋରି କରିନେଇଥିଲା ଇରଫାନ ।  କୋଟି କୋଟି ଟଙ୍କା ଲୁଟ୍‌କରି ଦାମୀ କାର ଚଳାଇବାରେ ସୌକ୍‌ ରଖୁଥିଲା ଇରଫାନ । ଦେଶର ବିଭିନ୍ନ ସ୍ଥାନରୁ ଚୋରି କରି ଆଲିସାନ୍‌ ବଙ୍ଗଳା, ଦାମୀ କାର ଚଢୁଥିଲା । ବିହାରର ସୀତାମଢୀରେ ରହୁଥିବା ହାଇ ପୋଫ୍ରାଇଲ ଚୋର ଇରଫାନକୁ ଧରିବା ପାଇଁ ୧୨ ରାଜ୍ୟର ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରିରଖିଥିଲେ । ନାକେଦମ ହେବାପରେ ଶେଷରେ ଧରା ପଡିଛି ଇରଫାନ ।

{"width":720,"height":405}
इरफान ने पत्नी को चुनाव लड़ाने को चोरी के पैसों से 7 गांवों में बनवाई थी सड़कें, दिल्ली में जज के घर से उड़ाए थे 65 लाख रुपये

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଇରଫାନର ପତ୍ନୀ ଗୁଲଶନ ପରଓ୍ବୀନ୍‌ ଜିଲ୍ଲା ପଞ୍ଚାୟତ ନିର୍ବାଚନ ଲଢୁଛନ୍ତି । ପତ୍ନୀଙ୍କୁ ବିଜୟୀ କରାଇବା ପାଇଁ ମୋଟା ଅଙ୍କର ଟଙ୍କା ଖର୍ଚ୍ଚ କରିଛି ଇରଫାନ । ଏପରିକି ୭ଟି ଗାଁରେ ରାସ୍ତା ନିର୍ମାଣ ପାଇଁ ସାତ କୋଟି ଟଙ୍କା ଖର୍ଚ୍ଚ କରିଦେଇଛି ସେ । କେବଳ ସେତିକି ନୁହେଁ ପଡୋଶୀରେ ରହୁଥିବା ଜଣେ ଦରିଦ୍ର ଝିଅର କ୍ୟାନସର ଅପ​‌ରେସନ ପାଇଁ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ବି କରିଛି ।

ବଡ କଥା ହେଉଛି ହାଇ ପ୍ରୋଫାଇଲ ଲୁଟେରା ଝିଅମାନଙ୍କ ମେଳରେ ରହିବାକୁ ବେଶ ଭଲ ପାଉଥିଲା । ଜଣେ ପତ୍ନୀ ଗାଁରେ ନିର୍ବାଚନ ଲଢୁଥିବା ବେଳେ ଦେଶର ବିଭିନ୍ନ ରାଜ୍ୟରେ ଇରଫାନର ପ୍ରେମିକ ଥିଲେ । ଆଗ୍ରା, ଆଲୀଗଡ, ମାଧୋପୁର ଏବଂ ମୁମ୍ବାଇରେ ତାର ୪ ଜଣ ପ୍ରେମିକା ଥିଲେ । ଇରଫାନ ଯେତେବେଳେ ବି ଯାଉଥିଲା ତାଙ୍କ ପିଛା ମୋଟା ଅଙ୍କର ଟଙ୍କା ବି ଖର୍ଚ୍ଚ କରୁଥିଲା ।

{"width":813,"height":457}
शातिर चोर की इनसाइड स्टोरी: फटेहाल जिंदगी जीने वाला इरफान जब गांव लौटा तो बन चुका था अकूत संपत्ति का मालिक

ପଚରାଉଚରା ବେଳେ ପୋଲିସ ସାମ୍ନାରେ ସେ କହିଛି ଯେ, ନୋଟବନ୍ଦୀ ହେବା ପୂର୍ବରୁ ସେ ଦିଲ୍ଲୀର ଜଣେ ଓକିଲଙ୍କୁ  ଘରୁ ୬୫ ଲକ୍ଷ ଟଙ୍କା ଚୋରି କରିନେଇଥିଲା । ଏହା ପରେ ଗୋଆର ରାଜ୍ୟପାଳ ଭବନ ନିକଟରେ ରହୁଥିବା ଜଣେ ବ୍ୟବସାୟୀଙ୍କ ଘରୁ ମୋଟା ଅଙ୍କର ଟଙ୍କା ଚୋରି କରି ଫେରାର ହୋଇଯାଇଥିଲା ।

୧୧ ବର୍ଷ ପୂର୍ବରୁ ଆରମ୍ଭ କରିଥିଲା ଚୋରି । ସେହି ଟଙ୍କାକୁ ସମାଜ ସେବାରେ ଖର୍ଚ୍ଚ କରି ରାଜନୀତି କରୁବାକୁ ଚାହୁଁଥିଲା ଇରଫାନ । ଗାଁ କିମ୍ବା ଆଖପାଖ ଅଞ୍ଚଳରେ ଯାହାର ଯେକୌଣସି ଅସୁବିଧା ହେଉଥିଲା, ସେମାନଙ୍କୁ ସଙ୍ଗେସଙ୍ଗେ ଟଙ୍କା ଦେଉଥିଲା । ଅର୍ଥାତ ଚୋରି କରିବା ପରେ ମୂଲ୍ୟବାନ ଜିନିଷଗୁଡିକୁ ବିକ୍ରି କରି ସେହି ଟଙ୍କାରେ ଗରିବ ଲୋକଙ୍କୁ ସାହାଯ୍ୟ କରୁଥିଲା ।

କ୍ରାଇମବ୍ରାଞ୍ଚ ଏସ୍‌ପି ସତବୀର ସିଂହ କହିଛନ୍ତି, ଗିରଫ ହୋଇଥିବା ହାଇଫାଇ ଚୋର ଇରଫାନ୍‌ ଚୋରି କରିବା ପୂର୍ବରୁ ସେ କୌଣସି ପୂର୍ବ ପ୍ରସ୍ତୁତି କରୁନଥିଲା । ଜାଗୁଆରରେ ବୁଲି ଯେଉଁଠୁ ଚାହୁଁଥିଲା ସେଠାରୁ ଚକ୍‌ମା ଦେଇ ଉଠାଉଥିଲା ମୋଟା ରକମର ଟଙ୍କା । ସେ ଯେଉଁ ଘରକୁ ଟାର୍ଗେଟ କରୁଥିଲା ସେଠାରୁ ଯେମିତି ହେଲେ ଟଙ୍କା ଚୋରି କରୁଥିଲା । ଯେଉଁ ଘରେ କଡା ସୁରକ୍ଷା ବ୍ୟବସ୍ଥା ଥିଲା ସେଠାରେ ମଧ୍ୟ ଚକ୍‌ମା ଦେଖାଇ ପସୁଥିଲା ଏବଂ ଟଙ୍କ, ସୁନା ଗହଣା ଲୁଟୁଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.