ଚୋର ଗ୍ୟାସ୍ କଟରରେ ATM କାଟି ଲୁଟିନେଲେ ୬ଲକ୍ଷ ଟଙ୍କା
28/01/2021 at 4:22 PM

ଭିବାଡି ୨୮।୧: ସୁଗମ ନେଣଦେଣ ଲାଗି ବ୍ୟାଙ୍କମାନେ ସ୍ଥାପନା କରିଥିବା ଅଟୋମେଟିକ ଟେଲର ମେସିନ(ଏଟିଏମ) ମଧ୍ୟ ସୁରକ୍ଷିତ ନୁହେଁ। ଚୋର ଏହାକୁ ମଧ୍ୟ ଲୁଟିନେଉଛନ୍ତି। ଅବିଶ୍ୱାସ ହେଲେବି ସତ। ରାଜସ୍ଥାନ ଓଲୱର ଜିଲ୍ଲା ଭିବାଡିରେ ଦୁର୍ବୃତ୍ତ ଗ୍ୟାସ୍ କଟରରେ ଏଟିଏମ୍ କାଟି ୬ଲକ୍ଷ ଲଙ୍କା କାଢି ନେଇଛନ୍ତି। ଯାହା ଏବେ ସମ୍ପୃକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ଚୋରମାନେ ଆଇସିଆସିଆଇ ବ୍ୟାଙ୍କର ଏଟିଏମ୍ ଲୁଟ କରିଛନ୍ତି। ଏଠାରେ ଗୋଟିଏ ସ୍ଥାନରେ ଏଚଡିଏଫସି ଓ ଆଇସିଆଇସିଆଇ ବ୍ୟାଙ୍କର ଏଟିଏମ୍ ରହିଛି। ତେବେ ଏଥିରୁ ଲୁଟେରା ଆଇସିଆଇସିଆଇ ବ୍ୟାଙ୍କର ଏଟିଏମ୍କୁ ଲୁଟ ପାଇଁ ବାଛିଥିଲେ। ଏଟିଏମ୍ରୁ ଲୁଟ୍ ନେଇ ପୋଲିସକୁ ସୂଚନା ମିଳିବାମାତ୍ରେ ସମ୍ପୃକ୍ତ ଅଞ୍ଚଳକୁ ସିଲ କରି ତଦନ୍ତ ଜାରି ରହିଛି। ହେଲେ ପୋଲିସ ଏପର୍ଯ୍ୟନ୍ତ ଦୁର୍ବୃତ୍ତଙ୍କ ଟେର ପାଇନି।

ଚୋର ବେସ୍ ଚଲାକିରେ ଏଟିଏମ୍ ଲୁଟ କରିଛନ୍ତି। ଏଥିପାଇଁ ସେମାନେ ପ୍ରଥମେ କାଉଣ୍ଟରରେ ଲାଗିଥିବା ସିସିଟିଭି କ୍ୟାମେରାକୁ ଭାଙ୍ଗିଦେଇଥିଲେ ପରେ ଗ୍ୟାସ୍ କଟରରେ ଏଟିଏମ୍ ଚାମ୍ବରକୁ କାଟି ସେଥିରେ ଥିବା ଟଙ୍କା ବାହାର କରିନେଇଥିବା ତଦନ୍ତକାରୀ ଅଧିକାରୀ କହିଛନ୍ତି। ଚୋରମାନେ ସିସିଟିଭିକ୍ୟାମେରା ଭାଙ୍ଗିଦେଇଥିବାରୁ ଲୁଟରେ କେତେଜଣ ସାମିଲ ଥିଲେ ତାହା ଜଣାପଡୁ ନାହିଁ। ତେବେ ପୋଲିସ ମାମଲାର ତଦନ୍ତ ଜାରି ରଖିଛି।