କଟକ ଗୌଡଗୋପ ବଜାରରେ ଚୋରକୁ ଧରି ନିର୍ଧୂମ ଛେଚିଲେ ଗାଁ ଲୋକ

Published By : Prameya-News7 Bureau | September 11, 2018 IST

କଟକ ୧୧|୯: ଚୋରକୁ ଧରି ନିର୍ଧୂମ ଛେଚିଲେ ଗାଁ ଲୋକ । ଗତ କାଲି ବିଳମ୍ବିତ ରାତିରେ କଟକ ଜିଲ୍ଲା ଗୌଡଗୋପ ବଜାରରେ ଥିବା ବୈରାଗୀ ସାମଲଙ୍କ ତେଜରାତି ଦୋକାନରେ ଚୋରି କରୁଥିଲେ ଦୁଇ ଚୋର। ଦୋକାନ ମାଲିକ ଚୋରି ହେଉଥିବା ଜାଣିପାରି ବାହାରୁ କବାଟ ଦେଇ ଗାଁ ଲୋକଙ୍କୁ ଡାକିଥିଲେ । ଏ ଭିତରେ ବାହାରେ ଜଗିଥିବା ଆଉ କିଛି ଚୋର ବୋଲେରୋରେ ଖସି ପଳାଇ ଯାଇଥିଲେ । ତେବେ ଦୋକାନ ଭିତରେ ରହି ଯାଇଥିବା ଦୁଇ ଚୋରକୁ ଧରି ଗାଁ ଲୋକେ ନିର୍ଧୂମ ଛେଚିବା ସହ ପୋଲିସ ଜିମା ଦେଇଥିଲେ । ଘଟଣାସ୍ଥଳରେ ମାହାଙ୍ଗା ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.