ଚୋରି ଜିନିଷ ସହ ଚୋର ସର୍ଦ୍ଦାର ଗିରଫ

Published By : Prameya-News7 Bureau | September 29, 2021 IST

ମୟୁରଭଞ୍ଜ ୨୯।୯: ମୟୁରଭଞ୍ଜ ମହୁଲଡିହା ପୋଲିସକୁ ମିଳିଛି ବଡ ସଫଳତା । ଚୋରି ଜିନିଷ ସହିତ ଚୋରଙ୍କ ସର୍ଦ୍ଦାରକୁ ଗିରଫ କରିଛି ମହୁଲଡିହା ପୋଲିସ  । ମାତ୍ର  ଚୋର ଗ୍ୟାଙ୍ଗ ବିଷୟରେ କୌଣସି ସୂଚନା ମିଳିନଥିବା ବେଳେ ଗିରଫ ଚୋର ଜଣକ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଗେଣ୍ଡାବସା ଗାଁର ଯୁଧିଷ୍ଠିର ହାଁସଦା ବୋଲି ପୋଲିସ ସୂଚନା ମିଳିଛି । ଯୁଧିଷ୍ଠିରଙ୍କ ଘରୁ ଏବଂ ତା ମାମୁଁ ଘର ଉଦଳାରୁ ବହୁ ଚୋରୀ ସାମଗ୍ରୀ ଉଦ୍ଧାର କରିଛି ପୋଲିସ ।

ଗତ ୨୭ ତାରିଖ ରାତି ୩ଟା ସମୟରେ ଏକ ବାଇକ୍ ଚୋରି କରି ଯାଉଥିବା ସମୟରେ ମହୁଲଡ଼ିହା ଥାନା ଗୋହଳମୁଣ୍ଡା ପଞ୍ଚାୟତ ହାରିବେଡାଠାରେ ଧରା ପଡିଥିଲା ଯୁଧିଷ୍ଠିର । ତେବେ ପଚରାଉଚରା ସମୟରେ ଯୁଧିଷ୍ଠିର ମହୁଲଡ଼ିହାଠାରେ ଏକ ଟ୍ରାଡିସନାଲ ଲୁଗା ଦୋକାନ କରି ରହିଥିବା ବେଳେ ମାସେ ତଳେ ସାତକୋଶିଆ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ, ଗୋହଳମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବୁଢୀକୁଦରର ଏକ ମୋବାଇଲ ଦୋକାନରୁ ଚୋରି କରିଥିଲା ବୋଲି ପୋଲିସକୁ କହିଛି ।

ସମସ୍ତ ଚୋରୀ ସାମଗ୍ରୀ ପୋଲିସ ଉଦ୍ଧାର କରିଥିବା ବେଳେ ଏଥିରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି ତାର ତଦନ୍ତ କରୁଛି ପୋଲିସ । ଉଦ୍ଧାର ସାମଗ୍ରୀ ମଧ୍ୟରେ ଗୋଟିଏ ବାଇକ୍, ୨ଟି ବ୍ୟାଟେରୀ, ୨ଟି ପ୍ରିଣ୍ଟର, ଇନଭର୍ଟର, ୨ଟି ସିଲେଇ ମେସିନ, ୨ଟି ଲାପଟପ, ଟେବୁଲ, ଚେୟାର, ମୋବାଇଲ ସାମଗ୍ରୀ ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରି ସାମଗ୍ରୀ ରହିଛି । ତେବେ ଚୋରର ସର୍ଦାର ଯୁଧିଷ୍ଠିର ହାଁସଦାକୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି । ତେବେ ଏହି ଚୋରିରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି ପୁରା ଗ୍ୟାଙ୍ଗକୁ ଧରିବା ପାଇଁ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.