ସିସିଟିଭିରେ କଏଦ ବାଇକ୍ ଚୋରୀର ଲାଇଭ୍ ଭିଜୁଆଲ୍, ଭାଇରାଲ୍ ହେବା ପରେ ଚୋର ଗିରଫ

Published By : Prameya-News7 Bureau | August 09, 2019 IST

କଳାହାଣ୍ଡି ୯|୮: ସିସିଟିଭିରେ କଏଦ ହେଲା ବାଇକ୍ ଚୋରୀର ଲାଇଭ୍ ଭିଜୁଆଲ । ସିସିଟିଭି କ୍ୟାମେରାରେ ଚୋରର ଚେହେରା । ସିସିଟିଭି ଫୁଟେଜ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଧରାପଡିବା ଆଶଙ୍କାରେ ବାଇକ୍ ଭବାନୀପାଟଣାଠାରେ ଛାଡି ଦେଇଥିଲା ଚୋର । ଏବେ ଚୋର କସାକେନ୍ଦୁ ଗାଁର ମିଥୁନ୍ ଶବରକୁ ଭବାନୀପାଟଣାଠାରୁ ଗିରଫ କରିଛି ପୋଲିସ । ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ବିଷୟ ପାଲଟିଛି ।

{"id":142468}

ଗତ ୬ ତାରିଖ ଜୁନାଗଡ ସହରର ସିନେମା ହଲ୍ ପଛପଟର ବାସିନ୍ଦା ଭୁବନେଶ୍ବର ସାହୁଙ୍କ ଘରୁ  ପଲସର ମୋଟରସାଇକେଲ ଚୋରି ହୋଇଥିଲା । ଯାହାର ଲାଇଭ ଭିଜୁଆଲ୍ ସିସିଟିଭିରେ କଏଦ ହୋଇଥିଲା । କ୍ୟାମେରାରେ ଚୋରର ଚେହେରା ସ୍ପଷ୍ଟ ଜଣାପଡୁଥିଲା ।

{"id":142467}

ସୋସିଆଲ୍ ମିଡ଼ିଆରେ ଭିଡିଓ ଭାଇରାଲ ହେବା ପରେ ଚୋର ଭବାନୀପାଟଣାଠାରେ ଚୋରି ବାଇକକୁ ଛାଡି ଫେରାର ହୋଇଯାଇଥିଲା ।  ଆଜି ଭବାନୀପାଟଣା ପୁରୁଣାପଡା ଆଚଂଳରେ ଚୋରି ବାଇକ୍ ଦେଖି କିଛି ଲୋକେ ଗାଡି ମାଲିକ ସୁଜିତ ସାହୁଙ୍କୁ ଖବର ଦେଇଥିଲେ । ଗାଡି ମାଲିକ ବାଇକ୍ ଫେରସ୍ତ ପାଇଥିଲେ । ତେବେ ପୋଲିସ ଚୋର ମିଥୁନ ଶବରକୁ ଭବାନୀପାଟଣାଠାରୁ ଗିରଫ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.