ବେଙ୍ଗାଲୁରୁରେ ବିସ୍ଫୋରଣ ପରେ ଆଜି ବିଶାଖାପାଟଣାରେ ଧୂଆଁ, ଲୋକେ ଆତଙ୍କିତ

Published By : Prameya-News7 Bureau | May 21, 2020 IST

ବିଶାଖାପାଟଣା ୨୧।୫:  କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରରେ ବୁଧବାର ମଧ୍ୟାହ୍ନର ବିସ୍ଫୋରଣ ନେଇ ଚର୍ଚ୍ଚା ଏଯାଏଁ ଥମିନି। ଏଥିରେ ଗୁରୁବାର ଆନ୍ଧ୍ରପ୍ରଦେଶ ବିଶାଖାପାଟଣାସ୍ଥିତ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ (ଏଚପିସିଏଲ)ର ତୈଳ ସୋଧନାଗାରରୁ ଧୂଆଁ ବାହାରି ଅଞ୍ଚଳ ରୁନ୍ଧିବା ଲୋକଙ୍କୁ ଆତଙ୍କିତ କରିଛି। ତେବେ ତାପମାତ୍ରା ବୃଦ୍ଧି ଯୋଗୁ ବୈଷୟିକ ତ୍ରୁଟି କାରଣରୁ ଏପରି ପରିସ୍ଥିତି ଉପୁଜିଥିବା ଏଚପିସିଏଲ ଅଧିକାରୀମାନେ କହିଛନ୍ତି।

{"id":273753,"sizeSlug":"large"}

ଅତ୍ୟଧିକ ଗ୍ରୀଷ୍ମପ୍ରବାହ ଏବେ ଆନ୍ଧ୍ରପ୍ରଦେଶର ଜନଜୀବନକୁ ଗୁରୁତର ପ୍ରଭାବିତ କରିଛି। ଏଥିରେ ଗୁରୁବାର ମଧ୍ୟାହ୍ନରେ ଅଚାନ ଏଚପିସିଏଲ ସୋଧନାଗାର ଚିମନିରୁ ପ୍ରଚୁର ଧୂଆଁ ବାହାରି ସମଗ୍ର ଅଞ୍ଚଳକୁ ଛାଇଦେଇଥିଲା। ଲୋକେ ଆତଙ୍କିତ ହୋଇ ଘରୁ ବାହାରକୁ ପଳାଇ ଆସିଥିବା ବେଳେ ପୋଲିସ ଓ ଦମକଳ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ଅତ୍ୟାଧିକ ଗରମ ଯୋଗୁ ଏପରି ହୋଇଥିବା ଏଚପିସିଏଲ ଅଧିକାରୀ ବୁଝାସୁଝା କରି ଦମକଳ ଓ ପୋଲିସକୁ ଫେରାଇଥିଲେ। କିଛି ସମୟ ପରେ ପରିସ୍ଥିତି ପୁଣି ସ୍ୱଭାବିକ ହୋଇଥିଲା।

{"id":273755,"width":579,"height":326,"sizeSlug":"large"}

କିଛିଦିନ ପୂର୍ବରୁ ବିଶାଖାପାଟଣା ବାହ୍ୟ ଅଞ୍ଚଳରେ ଥିବା ଏଲଜି ପଲିମର ପରିସରରୁ ବିଷାକ୍ତ ଷ୍ଟାଇରିନ୍ ଗ୍ୟାସ ଲିକ୍‌ କରିଥିଲା। ଫଳରେ ଅନେକ ଲୋକେ ଅସୁସ୍ଥ ହୋଇପଡିଥିବା ବେଳେ କେତେକଙ୍କର ମୃତ୍ୟୁ ହୋଇଥିଲା। ଏଥିରେ ଏଚପିସିଏଲର ଘଟଣାରେ ଲୋକେ ଅତ୍ୟାଧିକ ଆତଙ୍କିତ ହୋଇପଡିଥିବା ଦେଖାଯାଇଥିଲା। ତେବେ ଧୂଆଁ ଯୋଗୁ କେହି ଅସୁସ୍ଥ ହୋଇଥିବାର ଖବର ନଥିବା ସ୍ଥାନୀୟ ପୋଲିସ କହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.