ଏଲିୟନ ଭାବି ଧରିଥିଲେ ଏହି ଜୀବକୁ , ସତ ଜଣା ପଡ଼ିବା ପରେ ଚକିତ ହୋଇଗଲେ ସମସ୍ତେ

Published By : Prameya-News7 Bureau | April 23, 2019 IST

ଜୟପୁର ୨୩/୪: ଆପଣ ଏଲିୟନ ବିଷୟରେ ଫିଲ୍ମରେ ଦେଖିଥିବେ କିମ୍ବା ବହିରେ ପଢ଼ିଥିବେ। କିନ୍ତୁ ଆଜି ଆମେ ଆପଣଙ୍କୁ ଇଣ୍ଡୋନେସିଆର ଏକ ଗାଁରେ ଏଲିୟନ ଦେଖା ଯିବା ଘଟଣା ବିଷୟରେ କହିବା ଯାହା ଚାରିଆଡ଼େ ହଇଚଇ ସୃଷ୍ଟି କରିଥିଲା।

{"id":106519,"width":593,"height":445}

ଏହା ଜଣା ପଡ଼ିବା ପରେ ଚାରି ଆଡ଼େ ଆତଙ୍କର ବାତାବରଣ ଖେଳି ଯାଇଥିଲା। କେହି ଏପରି ଜୀବ ପୂର୍ବରୁ କେବେ ଦେଖିନଥିଲେ। ସମସ୍ତେ ଏହାକୁ ଏଲିୟନ୍ କହୁଥିଲେ। ଭୟରେ ସବୁ ଗାଁଲୋକେ ଏହାକୁ ପିଟିବାକୁ ଲାଗିଥିଲେ। ଏହା ଯେ ପର୍ଯ୍ୟନ୍ତ ବେହୋସ୍ ନହୋଇଥିଲା ଲୋକେ ତାକୁ ମାରିଥିଲେ।

{"id":106520,"width":593,"height":395}

ଲୋକେ ଏହାକୁ ମାରୁଥିବାବେଳେ ସେ ଏହି ଜୀବଟି ଭୟରେ ଏଣୁ ତେଣୁ ଦଉଡ଼ିଥିଲା। ସୁଯୋଗ ମିଳିବାରୁ ଜୀବଟି ଜଙ୍ଗଲ ଆଡ଼କୁ ଧାଇଁଥିଲା।

{"id":106521,"width":596,"height":397}

ଏହାପରେ ପ୍ରକୃତ ସତ ଜଣା ପଡ଼ିଥିଲା ଯାହା ଜାଣିବା ପରେ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପ୍ରକୃତରେ ଲୋକେ ଏଲିୟନ ଭାବି ଯାହାକୁ ମାରିଥିଲେ ସେ ଏକ ଭାଲୁ ଥିଲା।

{"id":106522,"width":595,"height":396}

ଏହି ଜୀବଟି ସନ ବିୟର ଭାବେ ଜଣା ଯାଏ। ଦୀର୍ଘ ଦିନରୁ କିଛି ଖାଇ ନଥିବାରୁ ଏହି ଭାଲୁର ଏପରି ଅବସ୍ଥା ହୋଇଯାଇଥିଲା। ଏହି ଭାଲୁର ଶରୀରରୁ ସବୁ ବାଳ ଝଡ଼ି ଯାଇଥିଲା ଏବଂ ଅପପୋଷଣ ହୋଇଥିବାରୁ ସେ ପୂରାପୂରି ଦୁର୍ବଳ ହୋଇଯାଇଥିଲା।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.