Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ହାଥରସ ମାମଲା: ଟିଏମସି ମହିଳା ସାସଂଦଙ୍କ ବଡ଼ ଅଭିଯୋଗ- ୟୁପି ପୋଲିସ ବ୍ଲାଉଜ୍ ଚିରିଲା, ଅସଦାଚରଣ କଲା

2/10/2020 at 3:16 PM

ହାଥରସ ୦୨/୧୦: ହାଥରସ ଗଣଦୁଷ୍କର୍ମ ମାମଲାରେ ରାଜନୀତି ହଟ୍ଟଗୋଳ ଜାରି ରହିଛି। ଗୁରୁବାର ରାହୁଲ ଓ ପ୍ରିୟଙ୍କା ଗାନ୍ଧିଙ୍କ ହାଥରସ ପୀଡ଼ିତାଙ୍କୁ ଭେଟିବାକୁ ଯିବା ବେଳେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଆଜି (ଶୁକ୍ରବାର) ତୃଣମୃଳ କଂଗ୍ରେସ ଦଳର ସଦସ୍ୟ ପୀଡ଼ିତା ପରିବାରକୁ ଭେଟିବା ପାଇଁ ଚେଷ୍ଟା କରିଛନ୍ତି। ମାତ୍ର ​‌ପୋଲିସ୍ ସେମାନଙ୍କୁ ଗାଁ ବାହାରେ ହିଁ ଅଟକାଇ ଦେଇଛି। ଏହାରି ଭିତରେ ​ପୋଲିସ୍ ଓ ମେସାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି। ଠେଲା ପେଲା ହେବା ବେଳେ ସାଂସଦ ଡେ​‌ରେକ ଓ’ବ୍ରାୟନ ରାସ୍ତାରେ ତଳେ ପଡ଼ିଯାଇଛନ୍ତି। ଏଭଳି ପରିସ୍ଥିତିରେ ଟିଏମସିର ମହିଳା ସାଂସଦ ପ୍ରତିମା ମଣ୍ଡଳ ଓ ମମତା ଠାକୁର ବ୍ଲାଉଜ୍ ଫାଡିଥିବା ଅଭିଯୋଗ ଆଣିଛନ୍ତି।

ଡେରେକଙ୍କୁ ପୋଲିସ କର୍ମୀ ଘେରି ରହିଥିବା ବେଳେ ସେମାନଙ୍କ ସହ ଦଳର ମହିଳା ନେତ୍ରୀ ବି ଉପସ୍ଥିତ ଥିଲେ। ଏହି ସମୟରେ ପୁରୁଷ ପୋଲିସ କର୍ମଚାରୀ ହିଁ ମହିଳା ନେତ୍ରୀଙ୍କୁ ଅଟାଇଥିବା ଦେଖିବାକୁ ମିଳିଛି। ମମତା କହିଛନ୍ତି ‘ଆମେ ପୀଡ଼ିତାଙ୍କ ପରିବାରକୁ ଭେଟିବା ପାଇଁ ବାହାରିଛୁ କିନ୍ତୁ ପୋଲିସ ଆମକୁ ଅନୁମତି ଦେଉ ନାହିଁ। ମହିଳା ପୋଲିସ୍ କର୍ମୀ ଆମ ବ୍ଲାଉଜକୁ ଫାଡିଛନ୍ତି ଓ ସାଂସଦ ପ୍ରତିମା ମଣ୍ଡଳ ଉପରେ ଲାଠି ଚାର୍ଜ କରିଛନ୍ତି। ସେ ତଳେ ପଡ଼ିଯାଇଛନ୍ତି। ପୁରୁଷ ପୋଲିସ ମଧ୍ୟ ତାଙ୍କୁ ଛୁଇଁଛନ୍ତି। ଅସଦାଚରଣ କରିଛନ୍ତି। ଏହା ନିହାତି ଲଜ୍ଜ୍ୟାଜନକ।’’

ଏହା ସହ ଟିଏମସି ନେତା ପୀଡ଼ିତାଙ୍କ ପରିବାରକୁ ଭେଟିବା ଦାବିରେ ଫେସମାସ୍କ ପିନ୍ଧି ହାତରେ ପ୍ଲାକାର୍ଡ ଧରି ବିକ୍ଷୋଭ କରିଛନ୍ତି। ପ୍ଲାକାର୍ଡ​‌ରେ ଲେଖା ଅଛି- ‘ବେଟି ବଚାଓ? ବେଟି ଜଲାଇ?’

ଦଳର ଅନ୍ୟ ଜଣେ ସଦସ୍ୟ କହିଛନ୍ତି ଆ​‌ମେ ଶାନ୍ତିପୂଣ୍ର୍ଣ ଭାବେ ହାଥରସ୍ ପୀଡ଼ିତାଙ୍କ ପରିବାରରୁ ସମବେଦନା ଜଣାଇବାକୁ ଚାହୁଥିଲୁ। ଆମେ ସମସ୍ତେ ଏକାକୀ ଯାତ୍ରା କରିବା ସହ ସବୁ ନିୟମ ମଧ୍ୟ ପାଳନ କରିଛୁ। ସେଭଳି କିଛି ପରିସ୍ଥିତି ତ ଆମେ ସୃଷ୍ଟି କରି ନାହୁଁ ତାହେଲେ ଆମକୁ ବିରୋଧ କାହିଁକି କରାଗଲା। ଏହା କି ପ୍ରକାରର ଜଙ୍ଗଲ ରାଜ ବୋଲି ? ପୀଡ଼ିତାଙ୍କ ଘର ଠାରୁ ସେମାନେ ୧.୫ କିମି ଦୂରରେ ଥିବା ଜଣାଇଛନ୍ତି।’

ଉତ୍ତର ପ୍ରଦେଶରେ ପୀଡ଼ିତାଙ୍କ ଗାଁକୁ ପୂରା ସିଲ୍ କରି ଦିଆଯାଇଛି। ହାଥରସରେ ଧାରା ୧୪୪ ଲାଗୁ କରାଯାଇଛି। କୌଣସି ରାଜନୈତିକ ଦଳକୁ ଗାଁକୁ ପ୍ରବେଶ କରିବାକୁ ଦିଆଯାଉ ନାହିଁ। ଅନ୍ୟପକ୍ଷେ ହାଥରସ ମାମଲାକୁ ନେଇ ଚାରିଆଡେ ବିରୋଧ ଓ ବି​‌କ୍ଷୋଭ ପ୍ରଦର୍ଶନ କରାଯାଉଛି।

   Related Posts