Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୬କୁ ବୃଦ୍ଧି
  • ||
  • ଭୁବନେଶ୍ବର : ୪ ଦିନିଆ ରିମାଣ୍ଡରେ ଯିବେ ୨ କଣ୍ଟ୍ରାକ୍ଟ କିଲର, ଏସଡିଜେଏମ୍ କୋର୍ଟ ଦେଲେ ଅନୁମତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୫ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୫ କରୋନା ସଂକ୍ରମିତ, ୧୦୫୦୭୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ସୁନ୍ଦରଗଡ : ସ୍ୱାମୀ ସାଜିଲା ସୈତାନ୍, କୁରାଢି ଚୋଟରେ ନେଇଗଲା ସ୍ତ୍ରୀର ଜୀବନ
  • ||
  • ୬ ଦିନିଆ ରିମାଣ୍ଡରେ ଆସିବ ଠକ ପ୍ରଜ୍ଞା, ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ
  • ||
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

ଅଜବ ପୁରସ୍କାର! କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ‘ମ୍ୟାନ୍ ଅଫ୍ ଦି ମ୍ୟାଚ’କୁ ପୁରସ୍କାର ସ୍ବରୂପ ମିଳିଲା ଅଢ଼େଇ କେଜିର ମାଛ

24/09/2020 at 5:51 PM

କଶ୍ମୀର ୨୪/୦୯: ସାଧାରଣତଃ ବିଭିନ୍ନ ଖେଳରେ ବିଜେତାଙ୍କୁ ପୁରସ୍କାର ସ୍ବରୂପ ଟ୍ରଫି ନଚେତ ନଗଦ ଅର୍ଥରାଶି ଦିଆଯାଏ। ଏହି କ୍ରମରେ କ୍ରିକେଟରେ ବି ଭଲ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ଘୋଷଣା କରାଯାଏ। ଏ ପାଇଁ ତାଙ୍କୁ କୌଣସି ନା କୌଣସି ଆଓ୍ବାର୍ଡ ଦିଆଯାଏ। ମାତ୍ର କଶ୍ମୀରର ଟେକିପୋରା କୁପଓ୍ବାଡାରେ ଗୋଟିଏ କ୍ରିକେଟ୍ ଲିଗ ଟୁର୍ନାମେଣ୍ଟରେ ଯାହା ଘଟିଛି ତାହା ଚମକାଇ ଦେବା ଭଳି।

ସେଠାରେ ଯେଉଁ ଖେଳାଳୀଙ୍କୁ ମ୍ୟାନ ଅଫ୍‌ ଦି ମ୍ୟାଚ୍ ଘୋଷଣା କରାଗଲା ତାଙ୍କୁ ପୁରସ୍କାର ବାବଦକୁ ୨.୫ କେଜିର ଗୋଟିଏ ମାଛ ଦିଆଯାଇଛି। ଅର୍ଥାତ୍ ଏହାକୁ ସେମାନେ ଫିସ୍ ଟ୍ରଫି କହିଛନ୍ତି।

ଜନୈକ ଫିରଦୌର ହସନ ଟ୍ବିଟ୍ କରି ଏହାର ଫଟୋ ମଧ୍ୟ ସେୟାର କରିଛନ୍ତି। ସେ ଲେଖିଛନ୍ତି ଏହି ଖେଳାଳୀମାନେ ନିଜେ ଚାନ୍ଦା ଆଦାୟ କରି ଖେଳ ଆୟୋଜନ କରି ଏଭଳି ବ୍ୟବସ୍ଥା କରିଥିଲେ। ଏବେ ଏହି ଟ୍ରଫିକୁ ନେଇ ନେଟିଜେନ୍ ମାନେ ସାମାଜିକ ଗଣମାଧ୍ୟମରେ ବିଭିନ୍ନ ପ୍ରତିକ୍ରିୟା ରଖିଛନ୍ତି।

   Related Posts