ଯୁଦ୍ଧ ସମୟରେ ଭାରତୀୟ ଯବାନଙ୍କୁ ଦିଆଯାଇଥାଏ ଏହି ଖାଦ୍ୟ, ଏହା ରଖିଥାଏ ତାଜା...

Published By : Prameya-News7 Bureau | November 02, 2019 IST

ନୂଆଦିଲ୍ଲୀ୨/୧୧: ଦୁନିଆର ସବୁଠୁ ଶକ୍ତିଶାଳୀ ସେନା ବାହିନୀଙ୍କ ମଧ୍ୟରୁ ଭାରତୀୟ ସ୍ଥଳ ସେନା ହେଉଛି ଅନ୍ୟତମ। ଦେଶର ସୁବିଧା, ଅସୁବିଧା, ବୋମା ମାଡ଼, ଗୁଳି ମାଡ଼ ଭଳି ବିଭିନ୍ନ ବିପର୍ଯ୍ୟସ୍ତ ପରିସ୍ଥିତିରେ ଯବାନ ସୀମାରେ ସେହିପରି ଛିଡ଼ା ହୋଇ ରହି ଥାଆନ୍ତି। ଯବାନଙ୍କ ସୁସ୍ଥ ଶରୀର ହେଉଛି ସେନା ବାହିନୀର ଶକ୍ତି। ତେଣୁ ଯବାନଙ୍କ ଖାଦ୍ୟ ପେୟ ପ୍ରତି ସରକାର ସବୁବେଳେ ଧ୍ୟାନ ଦେଇ ଥାଆନ୍ତି।

ସବୁ ସମୟରେ ଭାରତୀୟ ଯବାନ ପିଟ୍ ରହି ଥାଆନ୍ତି। ଯୁଦ୍ଧ ସମୟରେ ବି ଯବାନ ବହୁତ ଶକ୍ତିଶାଳୀ ହୋଇ ଉଠି ଥାଆନ୍ତି । ଦେଶର ବିଭିନ୍ନ ଜଳ ବାୟୁରେ ଯବାନ ନିଜକୁ ଖାପ୍ ଖୁଆଇ ଦେଶକୁ ସୁରକ୍ଷା ଦେଇ ଥାଆନ୍ତି। ସେଥିଲାଗି ମୈସୁରରେ ଡିଫେନ୍ସ ଫୁଡ୍‌ ରିସର୍ଚ ଲ୍ୟାବ୍ରୋଟୋରୀରେ ଯବାନଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରାଯାଇଥାଏ। ଯାହାଫଳରେ ଖାଦ୍ୟର ମାନ ଠିକ୍ ରହିଥାଏ।

{"id":178271}

ଭୋଜନରେ ଚପାତି, ଭେଜ ପଲୋଉ, ସୁଜି ହାଲୁଆ ଓ ଆଳୁ ମଟରରେ ତିଆରି ହୋଇଥିବା ତରକାରୀ ଯବାନଙ୍କୁ ଦିଆଯାଇଥାଏ। ଆବଶ୍ୟକୀୟ ମୁତାବକ କ୍ୟାଲୋରୀ ଥିବା ଖାଦ୍ୟ ଯବାନଙ୍କୁ ଦିଆଯାଇଥାଏ।  

କ୍ୟାଲୋରୀ ପ୍ୟାକ୍‌

 କ୍ୟାଲୋରୀ ପ୍ୟାକ୍‌ରେ ୧୫୨୦ ଗ୍ରାମ କ୍ୟାଲୋରୀର ଡାଏଟ୍ ରହିଥାଏ। ଯାହାକି ସୁଜି ହାଲୁଆ ଓ ଭେଜ ପଲୋଉରୁ ୧୦୦ ଗ୍ରାମ କ୍ୟାଲୋରୀ ମିଳିଥାଏ। ସେହିପରି ବ୍ରେକ ଫାଷ୍ଟରେ ଯବାନଙ୍କୁ ଚାହା ସହ ଦୁଇଟି ପରଅଟା ଦିଆଯାଇଥାଏ। ଡାଲି ଓ ବିଭିନ୍ନ ପରିବା ପଡ଼ି ତିଆରି ହୋଇଥିବ ତରକାରୀ ବ୍ରେକ ଫାଷ୍ଟରେ ସାମିଲ ରହିଥାଏ। ଏଥିସହ ଲଞ୍ଚରେ ରୁଟି, ଭାତ ଭଳି ସୁଷମ ଖାଦ୍ୟ ଯବାନଙ୍କୁ ଦିଆଯାଇଥାଏ। ଏସବୁ ଖାଦ୍ୟରୁ ଯବାନଙ୍କୁ ପ୍ରଚୁର ମାତ୍ରାରେ କ୍ୟାଲୋରୀ ମିଳିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.