ଏମାନେ ହେଉଛନ୍ତି ଭାରତର ୩ଜଣ ସବୁଠୁ ଧନୀ ବାବା : ସମ୍ପତ୍ତି ବିଷୟରେ ଜାଣିଲେ ହୋସ୍ ଉଡ଼ିଯିବ

Published By : Prameya-News7 Bureau | August 16, 2019 IST

ରାମକୃଷ୍ଣ ଯାଦବ ଜଣେ ଭାରତୀୟ ଯୋଗ-ଗୁରୁ,ଯାହାକୁ ଅଧିକାଂଶ ଲୋକେ ବାବା ରାମଦେବ ନାମରେ ଜାଣନ୍ତି। ସେ ଯୋଗାସନ ଏବଂ ପ୍ରାଣାୟାମ କ୍ଷେତ୍ରରେ ନିଜର ଯୋଗଦାନ ଦେଇଛନ୍ତି। ରାମଦେବ ଭିନ୍ନ ଭିନ୍ନ ସ୍ଥାନକୁ ଯାଇ ଯୋଗ-ଶିବିରର ଆୟୋଜନ କରିଥାଆନ୍ତି। ଏଥିରେ ପ୍ରାୟତଃ ସବୁ ସମ୍ପ୍ରଦାୟର ଲୋକେ ଆସିଥାଆନ୍ତି। ରାମଦେବ ଏବେ ଯାଏଁ ଦେଶ-ବିଦେଶର କୋଟି କୋଟି ଲୋକଙ୍କୁ ପ୍ରତ୍ୟେକ୍ଷ ଏବଂ ଅପ୍ରତ୍ୟେକ୍ଷ ଭାବରେ ଯୋଗ ଶିଖାଇ ସାରିଛନ୍ତି। ତେବେ ଆସନ୍ତୁ ଜାଣିବା ଭାରତର ୩ଜଣ ଧନୀ ବାବାଙ୍କ ବିଷୟରେ

{"id":144982}

୧. ବାବା ରାମଦେବ : ଭାରତ ସହ ବିଶ୍ବରେ ଯୋଗ ଗୁରୁର ଉପାଧି ପ୍ରାପ୍ତ କରିଥିବା ବାବା ରାମଦେବ ଭାରତର ସବୁଠୁ ଅମୀର ବାବା। ବାବା ରାମଦେବ ନିଜ ଯୋଗ ସାଧନ ଯୋଗୁଁ ଯେତେ ପ୍ରସିଦ୍ଧ ସେତିକି ପ୍ରସିଦ୍ଧ ସେ ନିଜ ଦ୍ବାରା ଚଲାଉଥିବା ପତଞ୍ଜଳି ଆୟୁର୍ବେଦିକ ଉତ୍ପାଦର କମ୍ପାନୀ ଯୋଗୁଁ। କାରଣ ତାଙ୍କ କମ୍ପାନୀର ଟର୍ଣ୍ଣଓଭର ବର୍ଷକୁ ୧୦,୦୦୦କୋଟି ଟଙ୍କା ଯାହା ଫଳରେ ସେ ଭାରତର ସବୁଠୁ ଧନୀ ସାଧୁ ମହାରାଜାଙ୍କ ମଧ୍ୟରେ ଜଣା ଯାଆନ୍ତି।

{"id":144983}

୨.ଆଶାରାମ ବାପୁଜୀ : ଆଶାରାମ ବାପୁଜୀଙ୍କ ବିଷୟରେ ତ ଆପଣ ସମସ୍ତେ ଶୁଣିଥିବେ। ସେ ତାଙ୍କର ଖରାପ କାମ ଏବଂ ଦୁଷ୍କର୍ମ ଯୋଗୁଁ ଏବେ ଜେଲ୍ ଦଣ୍ଡ ଭୋଗୁଛନ୍ତି। କିନ୍ତୁ ଏହା ସତ୍ବେ ମଧ୍ୟ ଭାରତର ଦ୍ବିତୀୟ ସବୁଠୁ ଧନୀ ସାଧୁ ବାବା ଯାହାର ବିଦେଶରେ ମଧ୍ୟ ପାଖାପାଖି ୩୫୦ ଆଶ୍ରମ ରହିଛି । ସେ ପାଖାପାଖି ୧୭୦୦୦ ବାଳ ସଂସ୍କାର ଆଶ୍ରମର ମାଲିକ। ଏହି ସମସ୍ତ ଜିନିଷକୁ ମିଶାଇ ଆଶାରାମ  ପାଖାପାଖି ୪୧୩କୋଟି ଟଙ୍କା ସମ୍ପତ୍ତିର ଏକୁଟିଆ ଉତ୍ତରାଧିକାରୀ।

{"id":144984}

୩,ଗୁରମିତ ରାମ ରହିମ୍ : ଗୁରମିତ ରାମ ରହିମ୍ ଭାରତର ତୃତୀୟ ସବୁଠୁ ଧନୀ ବାବା ଯାହାର କାରନାମା ବିଷୟରେ ଭାରତର ପିଲାଠାରୁ ବୁଢ଼ା ଯାଏଁ ସମସ୍ତେ ଜାଣିଛନ୍ତି। ତାଙ୍କର କୁକର୍ମ ପାଇଁ ସେ ଏବେ ଜେଲ୍ ଦଣ୍ଡ ଭୋଗୁଛନ୍ତି। ଯଦି ତାଙ୍କ ସମ୍ପତ୍ତି ବିଷୟରେ କହିବା ତେବେ ତାଙ୍କ ପାଖରେ ୩୦୦କୋଟି ଟଙ୍କାର ସମ୍ପତ୍ତି ରହିଛି ଯାହାର ସେ ଏକୁଟିଆ ମାଲିକ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.