ଏହି ତିନି ଜଣ ହେଲେ ଇତିହାସର ସର୍ବଶ୍ରେଷ୍ଠ ସୁନ୍ଦରୀ, ଗୋଟିଏ ଝଲକ ଦେଖିବାକୁ ପାଗଳ ହେଉଥିଲେ ସମସ୍ତେ

Published By : Prameya-News7 Bureau | July 02, 2019 IST

ଇତିହାସରେ ଅନେକ ଲୋକ ଏପରି ଅଛନ୍ତି ଯେଉଁମାନଙ୍କୁ ଆଜି ମଧ୍ୟ ସ୍ମରଣ କରାଯାଇଥାଏ ଏବଂ ସେମାନଙ୍କ ସୈାନ୍ଦର୍ଯ୍ୟ ପାଇଁ ସେମାନେ ସବୁଦିନ ପାଇଁ ମାନସପଟରେ ରାଜ କରୁଥାନ୍ତି। ଆଜି ଆମେ ଆପଣଙ୍କୁ ଇତିହାସର ଏପରି ୩ଜଣ ସବୁଠୁ ସୁନ୍ଦରୀ ମହିଳାଙ୍କ ବିଷୟରେ କହିବୁ ଯାହାଙ୍କୁ ଦେଖିବା ପାଇଁ ଲୋକେ ପାଗଳ ହେଉଥିଲେ । ତେବଳ ସେତିକି ନୁହେଁ ଏମାନଙ୍କ ପାଇଁ ନେଇ ଅନେକ ଥର ଯୁଦ୍ଧ ମଧ୍ୟ ହୋଇଛି। ତେବେ ଆସନ୍ତୁ ଜାଣିବା ଏହି ୩ଜଣ ମହିଳାଙ୍କ ବିଷୟରେ

{"id":129662}

୧. ରାଣୀ ପଦ୍ମିନୀ : ଚିତୈାରର ମହାରାଣୀ ପଦ୍ମିନୀ ଇତିହାସର ସବୁଠୁ ସୁନ୍ଦରୀ ରାଣୀଙ୍କ ମଧ୍ୟରେ ଜଣେ ଥିଲେ। ସେ ଏତେ ସୁନ୍ଦରୀ ଥିଲେ ଯେ ତାଙ୍କୁ ଦେଖିବା ପାଇଁ ଲୋକେ ପାଗଳ ଭଳି ହେଉଥିଲେ ଏବଂ ତାଙ୍କ ପ୍ରେମରେ ସମସ୍ତେ ଉବୁଟୁବୁ ହେଉଥିଲେ। ମୋଗଲ ବାଦଶାହ ଆଲାଉଦ୍ଦିନ ଖିଲଜୀ ମଧ୍ୟ ତାଙ୍କୁ ପାଇବା ପାଇଁ ୮ମାସ ଯାଏଁ ଚିତୈାରର ସୀମାରେ ଡେରାପକାଇ ଥିଲେ। କିନ୍ତୁ ରାଣୀ ପଦ୍ମିନୀ ତାଙ୍କୁ ସଫଳ ହେବାକୁ ଦେଇ ନଥିଲେ  । ସେ ନିଆଁରେ ଝାସ ଦେଇଥିଲେ । ତାଙ୍କ ସହ ଅନ୍ୟ ରାଜପୁତ ମହିଳାମାନେ ମଧ୍ୟ ନିଆଁରେ ଝାସ ଦେଇଥିଲେ।

{"id":129663,"width":558,"height":446}

୨.ଜୋଧା ବାଈ : ଜୋଧା ଜଣେ ହିନ୍ଦୁ ରାଜାଙ୍କ ଝିଅ ଥିଲେ ଏବଂ ଅତ୍ୟନ୍ତ ସୁନ୍ଦରୀ ଥିଲେ। ତାଙ୍କର ସୈାନ୍ଦର୍ଯ୍ୟର ଚର୍ଚ୍ଚା ଚତୁର୍ଦିଗକୁ ବ୍ୟାପୀ ଥିଲା । ତାଙ୍କ ସୈାନ୍ଦର୍ଯ୍ୟ ଦେଖି ଅନେକ ରାଜା ଆକୃଷ୍ଟ ହୋଇଥିଲେ। ସେହି ସମୟରେ ଭାରତରେ ମୋଗଲ୍ ଶାସକ ସୁଲତାନ ଆକବରଙ୍କ ରାଜୁତି ଥିଲା। ଆକବର ତାଙ୍କୁ ଏକ ମେଳାରେ ଦେଖିଥିଲେ । ତାଙ୍କୁ ଦେଖିବା କ୍ଷଣି ସେ ବିମୋହିତ ହୋଇଯାଇଥିଲେ। ଆକବର ତାଙ୍କ ସୈାନ୍ଦର୍ଯ୍ୟରେ ଏତେ ପ୍ରଭାବିତ ହୋଇଥିଲେ ଯେ ସେ ଜୋଧାଙ୍କୁ ପାଇବା ପାଇଁ ଆମେର ଉପରେ ଆକ୍ରମଣ କରିଥିଲେ। ନିଜ ରାଜ୍ୟକୁ ବଞ୍ଚାଇବା ପାଇଁ ଜୋଧାଙ୍କ ପିତା ଆକବରଙ୍କ ସହିତ ତାଙ୍କ ଝିଅ ଜୋଧାଙ୍କ ବିବାହ କରାଇଥିଲେ। ପରେ ଆକବର ହିନ୍ଦୁ ମୁସଲିମ ଭାଇଚାରାକୁ ବହୁତ ଅଧିକ ଗୁରୁତ୍ବ ଦେଇଥିଲେ ଏବଂ ସେ ଭାରତର ଯୋଗ୍ୟ ଏବଂ ଉତ୍ତମ ଶାସକ ମଧ୍ୟରୁ ଜଣେ ଥିଲେ।

{"id":129666,"width":558,"height":293}

୩.ଶେହଜାଦୀ ଫିରୋଜା : ଶେହଜାଦୀ ଫିରୋଜାଙ୍କୁ ମଧ୍ୟ ଇତିହାସର ସବୁଠୁ ସୁନ୍ଦରୀ ମହିଳା ଭାବେ ଗଣାଯାଉଥିଲା। ଶେହଜାଦୀ ଫିରୋଜା ,ଆଲାଉଦ୍ଦୀନ ଖିଲଜୀଙ୍କ ଝିଅ ଥିଲେ। ଫିରୋଜା ଜାଲୋରର କାହ୍ନଡ଼ଦେବଙ୍କୁ ଭଲ ପାଇ ବସିଥିଲେ। ଖିଲଜୀ ଯେତେବେଳେ ଜାଣିଲେ ଯେ ତାଙ୍କ ଝିଅ ଜଣେ ହିନ୍ଦୁ ରାଜକୁମାରଙ୍କୁ ଭଲ ପାଉଛି ସେତେବେଳେ ସେ କାହ୍ନଡ଼ଦେବଙ୍କ ହତ୍ୟା କରାଇ ଦେଇଥିଲେ। ଏହାପରେ ଫିରୋଜା ଆତ୍ମହତ୍ୟା କରିଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.