କେନ୍ଦ୍ରମନ୍ତ୍ରୀ ମୀନାକ୍ଷୀ ଲେଖୀଙ୍କ ବିବାଦୀୟ ବୟାନ : କହିଲେ ‘ଦିଲ୍ଲୀରେ ପ୍ରଦର୍ଶନକାରୀ ଚାଷୀ ନୁହନ୍ତି ବରଂ ଗୁଣ୍ଡା ଶ୍ରେଣୀୟ’ ; ଜବାବ ରଖିଲେ ଚାଷୀ ନେତା ରାକେଶ ଟିକାୟତ

Published By : Prameya-News7 Bureau | July 22, 2021 IST

ନୂଆଦିଲ୍ଲୀ ୨୨/୦୭ : ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟରେ ନୂଆ କୃଷି ଆଇନକୁ ନେଇ ଆନ୍ଦୋଳନ ଜାରି ରଖିଛନ୍ତି ଚାଷୀ ସଂଗଠନ । ଏହାରି ମଧ୍ୟ​‌ରେ ବିବାଦୀୟ ବୟାନ ଦେଇ ଫସିଛନ୍ତି ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ ନୂଆ କରି ସ୍ଥାନ ପାଇଥିବା ମୀନାକ୍ଷୀ ଲେଖୀ । ଆନ୍ଦୋଳନରତ ଚାଷୀଙ୍କୁ ଗୁଣ୍ଡା ଶ୍ରେଣୀୟ ଆକ୍ଷା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ । ମୀନାକ୍ଷୀ ଲେଖୀଙ୍କ ଏଭଳି ବୟାନ ପରେ ବିବାଦ ଆରମ୍ଭ ହୋଇଯାଇଛି ।

 କେନ୍ଦ୍ର ମନ୍ତ୍ରୀ ମୀନାକ୍ଷୀ ଲେଖୀ କହିଛନ୍ତି, ଯେଉଁମାନେ ପ୍ରଦର୍ଶନ କରିଛନ୍ତି ସେମାନେ ଚାଷୀ ନୁହଁନ୍ତି । ଜାନୁଆରୀ ୨୬ ତାରିଖରେ ଲାଲକିଲ୍ଲା ହିଂସାକୁ ନେଇ ସେ କହିଛନ୍ତି ପ୍ରଦର୍ଶନକାରୀଙ୍କର ରାଜନୈତିକ ଏଜେଣ୍ଡା ରହିଛି । ଏଭଳି ବିବାଦୀୟ ବୟାନ ପରେ ସୋସିଆଲ ମିଡିଆରେ ହଙ୍ଗାମା ଆରମ୍ଭ ହୋଇଛି । ଅନେକ ୟୁଜର ଏଭଳି ମନ୍ତବ୍ୟ ପାଇଁ ତାଙ୍କର ଇସ୍ତଫା ଦାବି କରୁଥିବା ଦେଖିବାକୁ ମିଳିଛି ।

wp:embed {"url":"https://twitter.com/ANI/status/1418169585954553856","type":"rich","providerNameSlug":"twitter","responsive":true,"className":""}
https://twitter.com/ANI/status/1418169585954553856
/wp:embed

ପେଗାସସ୍‌ ଯାସୁସିକୁ ନେଇ ପ୍ରେସ୍ କନଫରେନ୍ସ କରୁଥିବା ମୀନାକ୍ଷୀ ଲେଖୀ ଚାଷୀଙ୍କ ସମ୍ବନ୍ଧରେ ଏକ ପ୍ରଶ୍ନର ଜବାବ ରଖିବାକୁ ଯାଇ କହିଛନ୍ତି, ‘ପ୍ରଥମେ ସେମାନଙ୍କୁ ଚାଷୀ କହିବା ବନ୍ଦ କରନ୍ତୁ । କାରଣ ସେମାନେ ଚାଷୀ ନୁହଁନ୍ତି ବରଂ ଢଡଯନ୍ତ୍ରକାରୀଙ୍କ ମଧ୍ୟରୁ କିଛି ଅଛନ୍ତି ଯେଉଁମାନେ କି ଲଗାତାର ଭା​‌ବେ ଚାଷୀଙ୍କ ନାଁରେ ହରକତ୍‌ କରିଆସୁଛନ୍ତି । ଯନ୍ତର ମନ୍ତର ଆସି ବସିବା ପାଇଁ କୃଷକଙ୍କ ନିକଟରେ ସମୟ ନାହିଁ । ସେମାନେ ନିଜ ଜମିରେ ଚାଷ କରୁଛନ୍ତି । ଆନ୍ଦୋଳନ କରୁଥିବା ଲୋକମାନେ ଖଳ ପ୍ରକୃତିର ।’

ସେପଟେ କେନ୍ଦ୍ର ମନ୍ତ୍ରୀ ମୀନାକ୍ଷୀ ଲେଖୀଙ୍କ ଏଭଳି ବୟାନ ଉପରେ ଜବାବ ରଖିଛନ୍ତ ଚାଷୀ ନେତା ରାକଶେ ଟିକାୟତ । ସେ କହିଛନ୍ତି, ‘ ବଦମାସ ସେହିମାନେ ଯେଉଁମାନଙ୍କ ନିକଟରେ କିଛି ନାହିଁ । ଆମ ଦେଶର ଚାଷୀଙ୍କୁ ନେଇ ଏଭଳି ଟିପ୍ପଣୀ ଦେବା ନିହାତି ଭାବେ ଭୁଲ । ଆମେମାନେ ଚାଷୀ, ବଦମାସ ନୁହେଁ । କୃଷକମାନେ ଦେଶର ଅନ୍ନଦାତା ।’

wp:embed {"url":"https://twitter.com/ANI/status/1418177434461958150","type":"rich","providerNameSlug":"twitter","responsive":true,"className":""}
https://twitter.com/ANI/status/1418177434461958150
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.