Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ଆଉ ରହିବେନି ଏହି ୫ଜଣ ମନ୍ତ୍ରୀ

28/05/2019 at 12:27 PM

ନୂଆଦିଲ୍ଲୀ ୨୮/୫: ଲୋକସଭା ନିର୍ବାଚନରେ ସ୍ପଷ୍ଟ ବହୁମତ ପାଇବା ପରେ କେନ୍ଦ୍ରରେ ଏନ୍ଡ଼ିଏ ସରକାର ଗଠନ କରିବ । ପୁଣିଥରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବେ । କିନ୍ତୁ ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ ଅନେକ ମନ୍ତ୍ରୀ ଆଉ କ୍ୟାବିନେଟ ମନ୍ତ୍ରୀ ରହିବେ ନାହିଁ । କେତେଜଣ ମନ୍ତ୍ରୀଙ୍କ ଛୁଟି ହୋଇଯିବ । ଏମାନଙ୍କ ମଧ୍ୟରୁ ୩ ଜଣ ମନ୍ତ୍ରୀଙ୍କ ଛୁଟି ଲୋକସଭା ନିର୍ବାଚନ ପୂର୍ବରୁ ହୋଇଯାଇଛି । ଆଉ ଦୁଇଜଣ ମନ୍ତ୍ରୀଙ୍କ ଛୁଟି ନିର୍ବାଚନ ଫଳାଫଳ ପରେ ହୋଇଛି । ଆସନ୍ତୁ ଜାଣିବା ସେମାନେ କିଏ :

ଅରୁଣ ଜେଟଲୀ – କେନ୍ଦ୍ରରେ ଅର୍ଥମନ୍ତ୍ରୀ ଥିବା ଅରୁଣ ଜେଟଲୀ ନୂଆ ସରକାରରେ ଆଉ ମନ୍ତ୍ରୀ ରହିବେନାହିଁ । ଅରୁଣ ଜେଟଲୀଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନଥିବାରୁ ସେ ନୂଆ ସରକାରଙ୍କ ମନ୍ତ୍ରୀମଣ୍ଡଳରେ ଆଉ ମନ୍ତ୍ରୀ ହୋଇ ରହିବେନାହିଁ । ସ୍ୱାସ୍ଥ୍ୟ କାରଣରୁ ଏଥର ସେ ନିର୍ବାଚନ ମଧ୍ୟ ଲଢ଼ିନଥିଲେ । ୨୦୧୪ ମସିହା ଲୋକସଭା ନିର୍ବାଚନରେ ମଧ୍ୟ ଅରୁଣ ଜେଟଲୀ ହାରି ଯାଇଥିଲେ । କିନ୍ତୁ ନିର୍ବାଚନ ହାରିଯାଇଥିଲେ ମଧ୍ୟ ମୋଦି ତାଙ୍କୁ ନିଜ ମନ୍ତ୍ରୀ ମଣ୍ଡଳରେ ସାମିଲ କରିଥିଲେ ଏବଂ ତାଙ୍କୁ ଅର୍ଥମନ୍ତ୍ରୀ ପଦବୀ ଦେଇଥିଲେ ।

ସୁଷମା ସ୍ୱେରେଜ – ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ମଧ୍ୟ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକାଳରେ ମନ୍ତ୍ରୀ ରହିବେ ନାହିଁ । ସୁଷମାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନଥିବାରୁ ସେ ମଧ୍ୟ ପ୍ରଦେଶ ବିଦିଶା ଆସନରୁ ନିର୍ବାଚନ ଲଢ଼ିବେ ନାହିଁ ମନା କରିଦେଇଥିଲେ । ଏଭଳି ସ୍ଥିତିରେ ସେ ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ ଆଉ ନରହିବାର ସମ୍ଭାବନା ରହିଛି ।

ଉମା ଭାରତୀ – କେନ୍ଦ୍ରମନ୍ତ୍ରୀ ଉମା ଭାରତୀ ମଧ୍ୟ ଲୋକସଭା ନିର୍ବାଚନ ପୂର୍ବରୁ ନିର୍ବାଚନ ଲଢ଼ିବା ପାଇଁ ମନା କରିଦେଇଥିଲେ । ଦଳ ତାଙ୍କ ନିଷ୍ପତ୍ତିକୁ ଗ୍ରହଣ କରି ତାଙ୍କୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପଦବୀ ଦେଇଥିଲା । ଉମା ଭାରତୀ ସାଙ୍ଗଠନିକ କାର୍ଯ୍ୟକ୍ରମରେ ସାମିଲ ହେବେ ବୋଲି ଆଶା କରାଯାଉଛି । ଉମା ଭାରତୀ କିନ୍ତୁ ରାଜନୀତିରୁ ବିଦାୟ ନେଇନାହାନ୍ତି । ଦଳ ଚାହିଁଲେ ସେ ୨୦୨୪ ନିର୍ବାଚନ ନିଶ୍ଚୟ ଲଢ଼ିବେ ବୋଲି କହିଛନ୍ତି ।

ମନୋଜ ସିହ୍ନା – ରେଳ ରାଜ୍ୟ ମନ୍ତ୍ରୀ ମନୋଜ ସିହ୍ନାଙ୍କୁ କେନ୍ଦ୍ରରେ ଜଣେ ସର୍ବୋତ୍ତମ ମନ୍ତ୍ରୀ ବୋଲି କୁହାଯାଏ । ମନୋଜ ସିହ୍ନା ୨୦୧୯ ନିର୍ବାଚନ ହାରି ଯାଇଛନ୍ତି । ସେ ଉତ୍ତର ପ୍ରଦେଶ ଗାଜିପୁର ଆସନରୁ ନିର୍ବାଚନ ଲଢ଼ିଥିଲେ । ବହୁଜନ ସମାଜ ପାର୍ଟିର ଅଫଜଲ ଅଂସାରିଙ୍କ ଠାରୁ ସେ ହାରିଗଲେ । ସେଥିପାଇଁ ନୂଆ ମନ୍ତ୍ରୀ ମଣ୍ଡଳରେ ମନୋଜ ସିହ୍ନା ସାମିଲ ହେବ ସମ୍ଭାବନା ବହୁତ କମ ।

ହଂସରାଜ ଅହୀର – ଗୃହ ରାଜ୍ୟମନ୍ତ୍ରୀ ଥିବା ହଂସରାଜ ଅହୀର ମଧ୍ୟ ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳ ମନ୍ତ୍ରୀ ମଣ୍ଡଳରୁ ବାହାରି ପାରନ୍ତି । ସେ ମହାରାଷ୍ଟ୍ରର ଚନ୍ଦ୍ରପୁର ଲୋକସଭା ଆସନରୁ ୨୦୧୪ ମସିହାରୁ ସାଂସଦ ଥିଲେ । କିନ୍ତୁ ୨୦୧୯ ନିର୍ବାଚନରେ ସେ ହାରି ଯାଇଛନ୍ତି । ସେ କଂଗ୍ରେସ ନେତା ସୁରେଶ ନାରାୟଣ ଧନୋରକରଙ୍କ ଠାରୁ ହାରି ଯାଇଛନ୍ତି ।  

   Related Posts