ହୋଲିରେ ଗଜ-କେଶରୀ ମହାସଂଯୋଗ : ଏହି ୭ଟି ରାଶିର ବ୍ୟକ୍ତିମାନେ ପାଇବେ ଖୁସି ଖବର

Published By : Prameya-News7 Bureau | March 09, 2020 IST

ମାର୍ଚ୍ଚ ୧୦ତାରିଖ ଅର୍ଥାତ୍ ଆସନ୍ତା କାଲି ସବୁଠି ହୋଲି ପର୍ବ ପାଳନ କରାଯିବ। ଏଥର ହୋଲି ପର୍ବ ଅତ୍ୟନ୍ତ ଖାସ୍ ହେବ କାରଣ ଏହି ଦିନ ମହାସଂଯୋଗ ହେଉଛି। ହୋଲିର ଏହି ମହାସଂଯୋଗ କେତେକ ରାଶିର ଲୋକଙ୍କ ପାଇଁ ସୁଖ-ସମୃଦ୍ଧି ଦେଇଯିବ ଏବଂ ସେମାନଙ୍କ ମାନ-ସମ୍ମାନ ବୃଦ୍ଧି ପାଇବ। ମଙ୍ଗଳବାର ହୋଲି ଦିନ ଉତ୍ତରାଫାଲଗୁନି ନକ୍ଷତ୍ର ହେଉଛି। ଏହି ଦିନ ଚନ୍ଦ୍ର କନ୍ୟା ରାଶିରେ ରହିବେ ଯାହା ଫଳରେ ମାର୍ଚ୍ଚ ୧୦ତାରିଖରେ ଗୁରୁ-ଚନ୍ଦ୍ରଙ୍କ ଗଜକେଶରୀ ଯୋଗ ହେଉଛି।

{"id":235365,"width":588,"height":332,"sizeSlug":"large"}

ଗଜକେଶରୀ ଯୋଗ ଏତେ ପ୍ରବଳ ହୋଇଥାଏ ଯେ ଯେଉଁ ରାଶି ଉପରେ ଏହାର ପ୍ରଭାବ ପଡ଼ିଥାଏ ସେହି ରାଶିର ବ୍ୟକ୍ତିଙ୍କ ଜାତକରେ ପଦୋନ୍ନତି ହୋଇଥାଏ। ତେବେ ଆସନ୍ତୁ ଜାଣିବା ହୋଲି କେଉଁ କେଉଁ ରାଶିଙ୍କର ମଙ୍ଗଳ କରିବ।

{"id":235366,"sizeSlug":"large"}

 ମେଷ : ଗଜକେଶରୀ ଯୋଗ ଯୋଗୁଁ ମେଷ ରାଶିର ବ୍ୟକ୍ତିମାନେ ସଫଳତା ହାସଲ କରିବେ। ଆପଣଙ୍କ ଆର୍ଥିକ ସ୍ଥିତି ଭଲ ରହିବ। ଭାଗ୍ୟ ସହାୟକ ହେବ। ଆପଣଙ୍କ ବୈବାହିକ ଜୀବନରେ ମଧୁରତା ଆସିବ।

{"id":235367,"sizeSlug":"large"}

ବୃଷ : ହୋଲିର ମହାସଂଯୋଗ ବୃଷ ରାଶିର ବ୍ୟକ୍ତିଙ୍କ ପାଇଁ ଅନେକ ପ୍ରକାରର ସୁଖ ସୁବିଧା ନେଇ ଆସିବ। ଆପଣଙ୍କ ପାରିବାରିକ ଜୀବନ ମଧ୍ୟ ସୁଖଦାୟକ ହେବ। ଅଫିସରେ ସକରାତ୍ମକ ପରିଣାମ ମିଳିବ। ଏହି ରାଶିର ବ୍ୟକ୍ତିଙ୍କ ପଦୋନ୍ନତିର ଯୋଗ ରହିଛି। ଆପଣଙ୍କ କାର୍ଯ୍ୟ ପାଇଁ ବରିଷ୍ଠ ଅଧିକାରୀ ଆପଣଙ୍କ ଉପରେ ଖୁସି ହେବେ। ଧନ-ଦୌଲତ ବୃଦ୍ଧି ହେବ।

{"id":235368,"sizeSlug":"large"}

ମିଥୁନ : ମିଥୁନ ରାଶିର ବ୍ୟକ୍ତିଙ୍କ ଆର୍ଥିକ ସ୍ଥିତି ଭଲ ରହିବ କିନ୍ତୁ ହଠାତ୍ ଅତିରିକ୍ତ ଖର୍ଚ୍ଚ ବଢ଼ିବା ଯୋଗୁଁ ଚିନ୍ତିତ ରହିବେ। ଟଙ୍କା ରୋଜଗାର କରିବା ପାଇଁ ନୂଆ ପନ୍ଥା ଅବଲମ୍ବନ କରିବେ। ସାଥୀଙ୍କ ସହ ତାଳମେଳ ଭଲ ନ ରହିପାରେ। ଯେଉଁମାନେ ଜୀବନସାଥୀ ଅପେକ୍ଷାରେ ଅଛନ୍ତି ସେମାନଙ୍କ ଅପେକ୍ଷାର ଅନ୍ତ ଘଟିପାରେ। ଅଫିସରେ ବାଦବିବାଦର ସ୍ଥିତି ଉପୁଜିପାରେ,ସାବଧାନ ରୁହନ୍ତୁ।

{"id":235369,"sizeSlug":"large"}

କର୍କଟ : କାର୍ଯ୍ୟକ୍ଷେତ୍ରରେ କର୍କଟ ରାଶିର ବ୍ୟକ୍ତିଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ଜମି ଏବଂ ସମ୍ପତ୍ତି ମାମଲାରେ ଫସି ରହିବେ ଏବଂ ସମାଧାନ ଖୋଜିବା ପାଇଁ ଯଥା ସମ୍ଭବ ଉଦ୍ୟମ କରିବେ। ହଠାତ୍ କୌଣସି ଯାତ୍ରା ଅଭିମୁଖେ ବାହାରି ପାରନ୍ତି ଯାହା ଯୋଗୁଁ ଆପଣଙ୍କ ଅତିରିକ୍ତ ଖର୍ଚ୍ଚ ହୋଇପାରେ। ଆପଣଙ୍କୁ ନିଜ ସ୍ବାସ୍ଥ୍ୟ ପ୍ରତି ସଜାଗ ରହିବାକୁ ପଡ଼ିବ।

{"id":235370,"sizeSlug":"large"}

ସିଂହ : ସିଂହ ରାଶିର ବ୍ୟକ୍ତିମାନେ ଏହି ମହାସଂଯୋଗର ପୂରା ଲାଭ ଉଠାଇବେ। ଆପଣଙ୍କୁ ଚାକିରୀର ନୂଆ ପ୍ରସ୍ତାବ ମିଳିପାରେ।  ଆପଣଙ୍କ ପ୍ରତ୍ୟେକ ନିଷ୍ପତ୍ତିରେ ଆପଣଙ୍କ ଜୀବନସାଥୀ ପୂରା ସହଯୋଗ କରିବେ। ଆପଣ ପରସ୍ପରର ଆହୁରି ନିକଟତର ହେବେ।

{"id":235371,"sizeSlug":"large"}

କନ୍ୟା : କନ୍ୟା ରାଶିର ବ୍ୟକ୍ତିଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଉପୁଜିପାରେ। ଅଫିସରେ ପରିସ୍ଥିତି ସ୍ବାଭାବିକ ରହିବ। କାର୍ଯ୍ୟ​କ୍ଷେତ୍ରରେ ଆପଣଙ୍କୁ ଅତିରିକ୍ତ ଲାଭ ମିଳିପାରେ। ଆପଣଙ୍କୁ ନିଜ ପରିଶ୍ରମର ଫଳ ମିଳିନପାରେ କିନ୍ତୁ ଏଥିରେ ଚିନ୍ତିତ ହୁଅନ୍ତୁ ନାହିଁ। ଖର୍ଚ୍ଚରେ ନିୟନ୍ତ୍ରଣ କରନ୍ତୁ।

{"id":235372,"sizeSlug":"large"}

ତୁଳା : କାର୍ଯ୍ୟକ୍ଷେତ୍ରରେ ତୁଳା ରାଶିର ବ୍ୟକ୍ତିଙ୍କୁ ଶୁଭ ପରିଣାମ ମିଳିବାର ସମ୍ଭାବନା ରହିଛି। ବ୍ୟବସାୟୀମାନେ ମଧ୍ୟ ଏହି ମାସରେ ଭଲ ଲାଭ କରିବେ। ଯଦି ଆପଣ ମଧ୍ୟ ବ୍ୟବସାୟୀ ତେବେ ଆପଣଙ୍କ ବ୍ୟବସାୟରେ ବ୍ୟାପକ ବୃଦ୍ଧି ଘଟିବ। ବରିଷ୍ଠ ଅଧିକାରୀଙ୍କ ପୂରା ସହଯୋଗ ମିଳିବ। ବୈବାହିକ ଜୀବନ ସୁଖକର ହେବ।

{"id":235373,"sizeSlug":"large"}

ବିଛା ରାଶି : ଏହି ରାଶିର ବ୍ୟକ୍ତିଙ୍କୁ ଚାକିରୀ​ରେ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ଆପଣ ଚାକିରୀ ପାଇଁ ଆବେଦନ ମଧ୍ୟ କରିପାରନ୍ତି। ଆପଣ ଟଙ୍କା ତ ରୋଜଗାର କରିବେ କିନ୍ତୁ ଆପଣଙ୍କ ଖର୍ଚ୍ଚ ମଧ୍ୟ ବଢ଼ିଯିବ। ଆପଣଙ୍କ ସମାଜରେ ପ୍ରତିଷ୍ଠା ବୃଦ୍ଧି ପାଇବ। କାର୍ଯ୍ୟକ୍ଷେତ୍ରରେ ସଂଯମତା ଆଚରଣ କରିବେ। ଯେକୌଣସି ଯୋଜନା ଭାବିଚିନ୍ତି କରନ୍ତୁ। ଜୀବନସାଥୀ ସହ ତାଳମେଳ ରଖନ୍ତୁ।

{"id":235374,"sizeSlug":"large"}

ଧନୁ : ଧନୁ ରାଶିର ବ୍ୟକ୍ତିଙ୍କୁ ଅଫିସରେ ଅଧିକାର ମିଳିବାର ସମ୍ଭାବନା ରହିଛି। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ଶୁଭ ପରିଣାମ ମିଳିବ। ଟଙ୍କା ରୋଜଗାର କରିବାର ନୂଆ ମାଧ୍ୟମ ମିଳିବ। ଏହି ରାଶିର ବ୍ୟକ୍ତିଙ୍କୁ ବିଶେଷ ଭାବେ ଗଜକେଶରୀ ଯୋଗର ଲାଭ ମିଳିବ। ଆପଣଙ୍କୁ ପରୀକ୍ଷାରେ ଉଚିତ ଫଳାଫଳ ମିଳିବ। ପ୍ରେମ ସମ୍ବନ୍ଧରେ ସକରାତ୍ମକ ପରିଣାମ ମିଳିବ।

{"id":235375,"sizeSlug":"large"}

ମକର : ଏହି ମହାସଂଯୋଗ ପ୍ରଭାବରେ ମକର ରାଶିର ବ୍ୟକ୍ତିମାନେ ନୂଆ ଘର କିମ୍ବା ନୂଆ ଗାଡ଼ି କିଣି ପାରନ୍ତି। ଅଫିସରେ କୌଣସି ପୁରୁଣା ସମସ୍ୟାର ସମାଧାନ କରିବାରେ ସଫଳ ହେବେ। ଯେଉଁମାନେ ଚାକିରୀ ଖୋଜୁଥିବେ ସେମାନଙ୍କୁ ନୂଆ ଚାକିରୀ ମିଳିପାରେ। ବିବାହିତ ବ୍ୟକ୍ତିମାନେ ନିଜ ସାଥୀଙ୍କ ସହ ସୁଖଦାୟକ ସମୟ ବିତାଇବେ। ପରିବାରର ସଦସ୍ୟଙ୍କ ସହ ସାମଞ୍ଜସ୍ୟ ବଜାୟ ରଖନ୍ତୁ।

{"id":235376,"sizeSlug":"large"}

କୁମ୍ଭ : କୁମ୍ଭ ରାଶିର ବ୍ୟକ୍ତିମାନେ ପ୍ରଗତି ଦିଗକୁ ଅଗ୍ରସର ହେବେ। ଆପଣଙ୍କୁ ଭାଗ୍ୟ ସହାୟକ ହେବ। ବାକି ପଡ଼ିରହିଥିବା ପ୍ରୋଜେକ୍ଟ ପୂରା ହେବାର ଯୋଗ ରହିଛି। ପରିସ୍ଥିତି ଆପଣଙ୍କ ପ୍ରତି ଅନୁକୂଳ ରହିବ। କାର୍ଯ୍ୟକ୍ଷେତ୍ରରେ ପରିଶ୍ରମ କରିବାର ଆବଶ୍ୟକତା ରହିଛି। ତାହେଲେ ସକରାତ୍ମକ ପ୍ରଭାବ ପାଇବେ।

{"id":235377,"sizeSlug":"large"}

ମୀନ : ଚାକିରୀ ବଦଳାଇବାକୁ ଉଦ୍ୟମ କରୁଥିଲେ ଆପଣଙ୍କ ଇଚ୍ଛା ପୂରଣ ହେବ। କେତେକ ବ୍ୟକ୍ତିଙ୍କ ସ୍ଥାନାନ୍ତର ହେବାର ଯୋଗ ରହିଛି। ଆପଣ ନିଜ ବ୍ୟବସାୟକୁ ବୃଦ୍ଧି କରିବା ପାଇଁ କେତେକ ବଡ଼ ନିଷ୍ପତ୍ତି ନେଇ ପାରନ୍ତି କିନ୍ତୁ ଏହା ପୂର୍ବରୁ ବିଚାର କରନ୍ତୁ। ପ୍ରେମ ସମ୍ବନ୍ଧରେ ଉତ୍ଥାନ-ପତନ ଦେଖିବାକୁ ମିଳିବ। ଛାତ୍ରଛାତ୍ରୀଙ୍କୁ ଅତ୍ୟଧିକ ପରିଶ୍ରମ କରିବାର ଆବଶ୍ୟକତା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.