ଆଜି ଏହି ୩ଟି ରାଶି ଉପରେ ଭଗବାନ ଗଣେଶ ବର୍ଷିବେ ଧନ : ଜାଣନ୍ତୁ କେଉଁ କେଉଁ ରାଶି?

Published By : Prameya-News7 Bureau | July 10, 2019 IST

ତୁଳା ରାଶି : ଆଜିର ଦିନ ଶୁଭ ରହିବ। ବ୍ୟବସାୟରେ ଭଲ ଲାଭ ହେବ। ଆକସ୍ମିକ ଧନପ୍ରାପ୍ତିର ଯୋଗ ରହିଛି ଯାହା ଦ୍ବାରା ଆର୍ଥିକ ସ୍ଥିତି ମଜବୁତ ରହିବ। ସାହିତ୍ୟ ଲେଖନୀରେ ରୁଚି ରହିବ। ପ୍ରେମ କରୁଥିବା ବ୍ୟକ୍ତିମାନେ ସାନ୍ନିଧ୍ୟ ଲାଭ କରିବେ। ଆଧ୍ୟାତ୍ମିକତା ଆଡ଼କୁ ନଇଁବେ। ବିଦ୍ୟାର୍ଥୀଙ୍କ ପାଇଁ ଭଲ ସମୟ। ସାହିତ୍ୟ ଆଦି ବିଷୟ ପ୍ରତି ରୁଚି ବଢ଼ିବ ଯାହା ଦ୍ବାରା ଜୀବନରେ ଆଗେ ବଢ଼ିବା ପାଇଁ ନୂଆ ବିଚାର ଆସିବ। ନିଜ ପାର୍ଟନର ପାଇଁ ସରପ୍ରାଇଜ ପାର୍ଟି କରି ପାରନ୍ତି। ସୁସ୍ଥ ରହିବେ।

ବିଛା ରାଶି : ଆଜିର ଦିନ ଶୁଭଫଳ ପ୍ରଦାନ କରିବ। ବ୍ୟବସାୟରେ ଲାଭ ମିଳିବ। ଆର୍ଥିକ ମାମଲାରେ ଧ୍ୟାନ ଦେବେ ଏବଂ ସମସ୍ତ କାର୍ଯ୍ୟରେ ସଫଳତା ମିଳିବ। କାର୍ଯ୍ୟଭାର ଅଧିକ ରହିବ,କିନ୍ତୁ କାର୍ଯ୍ୟରେ ସଫଳତା ମିଳିବାରୁ ମନ ପ୍ରଫୁଲ୍ଲ ରହିବ। ଶାରିରୀକ ଏବଂ ମାନସିକଭାବେ ଥକ୍କାପଣ ଅନୁଭବ କରିବେ। ପରିବାର ଏବଂ କ୍ୟାରିୟର ମଧ୍ୟରେ ସନ୍ତୁଳନ ବଜାୟ ରଖି ଚଳିବାକୁ ପଡ଼ିବ। କୈାଣସି ନୂଆ ବ୍ୟବସାୟ ଆରମ୍ଭ କଲେ ଭଲ ହେବ। ଜୀବନସାଥୀ ସହ କେଉଁଠି ବୁଲିବାକୁ ଯାଇପାରନ୍ତି।

ଧନୁ ରାଶି : ଆଜିର ଦିନ ଶୁଭ ରହିବ। ବ୍ୟକ୍ତିଗତ କାର୍ଯ୍ୟରେ ସଫଳ ହେବେ ଏବଂ ବ୍ୟବସାୟ ବିସ୍ତାର କରିବାର ଯୋଜନା କରି ପାରନ୍ତି। ବେକାର ବ୍ୟକ୍ତିଙ୍କୁ ଚାକିରୀ ସୁଯୋଗ ମିଳିବ। ଭାବିଥିବା କାର୍ଯ୍ୟ ସହଜରେ କରି ପାରିବେ। ବିନିଯୋଗରୁ ଭଲ ଲାଭ ମିଳିବ। କାର୍ଯ୍ୟରେ ସଫଳତା ଏବଂ ଧନଲାଭର ସ୍ଥିତି ରହିବା ଦ୍ବାରା ଦିନଟି ଭଲରେ ଯିବ। ପରିବାରର ବାତାବରଣ ମଧ୍ୟ ଭଲ ରହିବ। ସ୍ବାସ୍ଥ୍ୟ ପ୍ରତି ସାବଧାନ ରୁହନ୍ତୁ ଏବଂ ଖାଦ୍ୟପେୟ ପ୍ରତି ଧ୍ୟାନ ଦିଅନ୍ତୁ। ପରିବାର ଲୋକଙ୍କ ସହ ପିକନିକରେ ଯାଇପାରନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.