ବଡ ଦିନରେ ବଦଳିବ ବୁଧଙ୍କର ଗତି, ଏହି ୭ ରାଶିର ଲୋକଙ୍କର ହେବ ଅଶେଷ ଫାଇଦା…ଦେଖନ୍ତୁ ଆପଣ ସେଥିରେ ଅଛନ୍ତି କି…

Published By : Prameya-News7 Bureau | December 23, 2019 IST

୨୦୧୯ ମସିହା ଡିସେମ୍ବର ମାସ ୨୫ ତାରିଖରେ ଅର୍ଥାତ ବଡ ଦିନରେ ବୁଧ ଗ୍ରହ ବିଚ୍ଛାରୁ ଧନୁକୁ ପ୍ରବେଶ କରିବେ। ବୁଧଙ୍କୁ ବୁଦ୍ଧି, ତର୍କ କ୍ଷମତା, ଖବର ସଂଗ୍ରହ ଓ ସଂଚାରର ଗ୍ରହ ବୋଲି କୁହାଯାଏ। ବୁଧ ଗ୍ରହ ୨୦୨୦ ମସିହା ଜାନୁଆରୀ ମାସ ୧୩ ତାରିଖ ଯାଏଁ ଏହି ରାଶିରେ ସ୍ଥିତ ହୋଇ ରହିବେ। ବୁଧ ଗ୍ରହର ରାଶି ପରିବର୍ତ୍ତନ ସବୁ ରାଶିର ଲୋକଙ୍କ ଉପରେ ପ୍ରଭାବ ପଡିବ। ତେବେ ବୁଧଙ୍କ ଗୋଚର ଯୋଗୁଁ କେଉଁ ରାଶିର ଲୋକଙ୍କ ଉପରେ କଣ ପ୍ରଭାବ ପଡିବ ଜାଣନ୍ତୁ।

{"id":201416,"width":584,"height":591,"sizeSlug":"large"}

ମେଷ ରାଶି- ଜ୍ୟୋତିଷଶାସ୍ତ୍ର ଅନୁସାରେ ମେଷ ରାଶିର ଲୋକଙ୍କର ସମୟ ଟିକେ କଠିନ ହୋଇପାରେ। କିଛି ସମସ୍ୟାକୁ ନେଇ ମନ ଅଶାନ୍ତ ରହିପାରେ। ଭାଗ୍ୟ ଉପରେ ବିଶ୍ବାସ ନରଖି ନିଜ କର୍ମ ଉପରେ ଧ୍ୟାନ ଦେବା ଜରୁରୀ।

{"id":201428,"sizeSlug":"large"}

ବୃଷ ରାଶି- ବୁଧଙ୍କର ଏହି ଗୋଚର ବୃଷ ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇପାରେ। ଏହି ରାଶିର ଲୋକମାନେ ଜ୍ୟୋତିଷ ବିଦ୍ୟା ଉପରେ ଅଧିକ ଧ୍ୟାନ ଦେବେ। ଶ୍ବଶୁର ଘର ତରଫରୁ କିଛି ଉପହାର ମିଳିପାରେ।  

{"id":201418,"width":576,"height":326,"sizeSlug":"large"}

ମିଥୁନ ରାଶି- ମିଥୁନ ରାଶିର ଲୋକଙ୍କୁ ନିଜ ଦାମ୍ପତ୍ୟ ଜୀବନରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିବ। ବ୍ୟବସାୟରେ କିଛି କ୍ଷତି ହେବାର ସମ୍ଭାବନା ରହିଛି।

{"id":201419,"width":585,"height":354,"sizeSlug":"large"}

କର୍କଟ ରାଶି- କର୍କଟ ରାଶିର ଲୋକଙ୍କ ପାଇଁ ଏହି ଗୋଚର ଖୁବ ଶୁଭ ରହିବ। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବା ସହ ସକରାତ୍ମକ ଫଳ ପ୍ରାପ୍ତ ହେବ।

{"id":201420,"width":585,"height":330,"sizeSlug":"large"}

ସିଂହ ରାଶି- ଉଚ୍ଚ ଶିକ୍ଷା ଗ୍ରହଣ କରୁଥିବା ଛାତ୍ର ଛାତ୍ରୀଙ୍କ ପାଇଁ ଏହି ସମୟ ଭଲ ରହିବ। ପ୍ରେମ ସମ୍ପର୍କ ଭଲ ରହିବ। ସନ୍ତାନ ସୁଖ ଭଳି ଭଲ ଖବର ମିଳିପାରେ।

{"id":201421,"width":590,"height":351,"sizeSlug":"large"}

କନ୍ୟା ରାଶି- କନ୍ୟା ରାଶିର ଲୋକଙ୍କ ଘରେ ସୁଖ, ଶାନ୍ତି ସମୃଦ୍ଧିର ବୃଦ୍ଧି ହେବ। ଗାଡି, ଘର ଓ ଅନ୍ୟାନ୍ୟ ସମ୍ପତ୍ତି କିଣିବା ପାଇଁ ଏହା ଭଲ ସମୟ।

{"id":201422,"width":579,"height":382,"sizeSlug":"large"}

ତୁଳା ରାଶି- ବୁଧଙ୍କ ଗୋଚର ପ୍ରଭାବରେ ତୁଳା ରାଶିର ଲୋକଙ୍କ ପାଇଁ ଭଲ ସମୟ ନୁହେଁ। ଭାଇ ଭଉଣୀ ସମ୍ପର୍କ ମଧ୍ୟରେ ଫାଟ ସୃଷ୍ଟି ହୋଇପାରେ। ପାରିବାରିକ କଳହ ସୃଷ୍ଟି ହେବାର ସମ୍ଭାବନା ରହିଛି।

{"id":201423,"width":582,"height":393,"sizeSlug":"large"}

ବିଚ୍ଛା ରାଶି- ବୁଧଙ୍କର ଏହି ଗୋଚର ପ୍ରଭାବରେ ବିଚ୍ଛା ରାଶିର ଲୋକଙ୍କୁ ସଫଳତା ହାସଲ ହେବ। ଧନ ପ୍ରାପ୍ତ ହେବା ସହ ଅନ୍ୟାନ୍ୟ କାର୍ଯ୍ୟରେ ମଧ୍ୟ ସଫଳତା ମିଳିବ।

{"id":201424,"width":584,"height":366,"sizeSlug":"large"}

ଧନୁ ରାଶି- ଧନୁ ରାଶିର ଲୋକଙ୍କ ସ୍ବଭାବରେ ଅନେକ ପରିବର୍ତ୍ତନ ହେବ। ଛୋଟ ଛୋଟ କଥାକୁ ନେଇ କ୍ଷୋଭ ପ୍ରକାଶ କରିବେ। ଏଥିପାଇଁ କୌଣସି ବଡ ଜିନିଷର କ୍ଷତି ନହେଉ ତାହା ଧ୍ୟାନରେ ରଖିବା ଜରୁରୀ।

{"id":201427,"sizeSlug":"large"}

ମକର ରାଶି- ମକର ରାଶିର ଲୋକଙ୍କର ଖର୍ଚ୍ଚରେ ବୃଦ୍ଧି ହେବ। ଧନ କ୍ଷତି ହେବାର ସମ୍ଭାବନା ରହିଛି। ବିଦେଶ ଯାତ୍ରା କରିବାର ଥିଲେ କିଛି ସମସ୍ୟାର ସାମ୍ନା କରିବାକୁ ପଡିବ।

{"id":201425,"width":570,"height":383,"sizeSlug":"large"}

କୁମ୍ଭ ରାଶି- ବୁଧଙ୍କ ଗୋଚର ପ୍ରଭାବରେ କୁମ୍ଭ ରାଶିର ଲୋକଙ୍କର ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ହେବ। ଆୟ ବୃଦ୍ଧି ହେବା ସହ ଆର୍ଥିକ ସ୍ଥିତି ମଜବୁତ ହେବ। କାର୍ଯ୍ୟସ୍ଥାନରେ କଠିନ ପରିଶ୍ରମ ଯୋଗୁଁ ପ୍ରଶଂସା ପାଇବେ। ବଡ ଭାଇ ଭଉଣୀଙ୍କ ସହ ଭଲ ସମ୍ପର୍କ ଗଢି ଉଠିବ।

{"id":201426,"width":575,"height":382,"sizeSlug":"large"}

ମୀନ ରାଶି-  ମୀନ ରାଶିର ଲୋକେ କାର୍ଯ୍ୟସ୍ଥାନରେ ଭଲ ପ୍ରଦର୍ଶନ କରିବେ। ଏଥିପାଇଁ ମାନ ସମ୍ମାନରେ ବୃଦ୍ଧି ହେବ। ବ୍ୟବସାୟରେ ଫାଇଦା ହେବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.