କାଲିଠୁ ବୃହସ୍ପତିଙ୍କ ସଳଖ ଗତି, ଏହି ରାଶିର ଲୋକଙ୍କ ଉପରେ ପଡିବ ଭଲ ପ୍ରଭାବ

Published By : Prameya-News7 Bureau | November 13, 2019 IST

ଜ୍ୟୋତିଷଶାସ୍ତ୍ର ଅନୁସାରେ ଆସନ୍ତା କାଲିଠୁ ବୃହସ୍ପତିଙ୍କର ସଳଖ ଗତି। ଏହା ଦ୍ବାରା କିଛି ରାଶିର ଲୋକଙ୍କ ଭାଗ୍ୟରେ ଭଲ ପ୍ରଭାବ ପଡିବ। ଏହି ରାଶିର ଲୋକଙ୍କ ଜୀବନରେ ଅନେକ ପରିବର୍ତ୍ତନ ହେବ। ଏମାନଙ୍କ ଜୀବନରେ ସୁଧାର ଆସିବା ସହ ଦୈନଦିନ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଆସିବ। ତେବେ କେଉଁ ରାଶିର ଲୋକଙ୍କ ଜୀବନରେ ବୃହସ୍ପତିଙ୍କର ସଳଖ ଗତିର ପ୍ରଭାବ ପଡିବ ଜାଣନ୍ତୁ।

ବିଚ୍ଛା ଓ ତୁଳା ରାଶି- ଜ୍ୟୋତିଷଶାସ୍ତ୍ର ଅନୁସାରେ ଆସନ୍ତାକାଲିଠୁ ବୃହସ୍ପତିଙ୍କର ସଳଖ ଗତି। ଫଳରେ ବିଚ୍ଛା ଓ ତୁଳା ରାଶିର ଲୋକଙ୍କ ଜୀବନରେ ଅନେକ ପରିବର୍ତ୍ତନ ହେବ। ଏମାନଙ୍କ ଜୀବନରେ ଭଲ ଦିନ ଆସିବ ତଥା ଦୈନିକ ଜୀବନ ସୁଖମୟ ହେବ। ସବୁ ମନୋସ୍କାମନା ପୂରଣ ହେବ ତଥା ସବୁ ସମସ୍ୟାର ସମାଧାନ ହେବ।ଏମାନଙ୍କ ସୁଖ ଦୁଇଗୁଣା ଅଧିକ ହେବ।ଭଗବାନ ବିଷ୍ଣୁଙ୍କୁ ପୂଜା କଲେ ଦିନ ଭଲ ଯିବ।

ମିଥୁନ ଓ ସିଂହ ରାଶି- ଜ୍ୟୋତିଷଶାସ୍ତ୍ର ଅନୁସାରେ ମିଥୁନ ଓ ସିଂହ ରାଶିର ଲୋକଙ୍କ ଜୀବନରେ ଅନେକ ସୁଧାର ହେବ। ଏମାନଙ୍କ ଜୀବନର ଭଲ ଦିନ ଆସିବ। ଜୀବନରେ ଥିବା ସବୁ ଅସଫଳ କାମ ସଫଳ ହେବ। ବ୍ୟବସାୟରେ ସଫଳତା ଲାଭମିଳିବା ସହ କାର୍ଯ୍ୟସ୍ଥାନରେ ମାନ ସମ୍ମାନର ବୃଦ୍ଧି ହେବ। ଭଗବାନ ବିଷ୍ଣୁଙ୍କ ଆରାଧନା କଲେ ସବୁ ମନୋସ୍କାମନା ପୂରଣ ହେବ।

କର୍କଟ ଓ କୁମ୍ଭ ରାଶି- କାଲିଠୁ କର୍କଟ ଓ କୁମ୍ଭ ରାଶିର ଲୋକଙ୍କ ଭଲ ଦିନ ଆରମ୍ଭ ହେବ। ଏହି ରାଶିର ଲୋକଙ୍କ ଜୀବନରୁ ସବୁ ଦୁଃଖ କଷ୍ଟ ଦୂର ହେବ। ଆର୍ଥିକ ସ୍ଥିତି ମଜବୁତ ହେବ। ବ୍ୟବସାୟରେ ମଧ୍ୟ ସଫଳତା ଲାଭ କରିବେ । ଏମାନଙ୍କ ଖରାପ ସମୟ ଶେଷ ହୋଇ ଭଲ ସମୟ ଆରମ୍ଭ ହେବ ।ବିଷ୍ଣୁଙ୍କୁ ପୂଜା କଲେ ଜୀବନ ସୁଖମୟ ହେବା ସହ ଅନେକ ସଫଳତା ଲାଭ କରିବେ ।   

wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.