Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଆଜି ଠାରୁ ଏହି ୩ଟି ରାଶିର ଲୋକଙ୍କର ବୃଦ୍ଧି ହେବ ଧନ ସମ୍ପତ୍ତି

3/12/2019 at 4:17 PM

ଆଜିର ଦିନ କିଛି ରାଶିର ଲୋକଙ୍କ ପାଇଁ ଶୁଭ ରହିବ। ଏହି କିଛି ରାଶିର ଲୋକେ ସାମାଜିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ସାଙ୍ଗ ସାଥି ଓ ଗୁରୁଜନଙ୍କ ସହ ଦେଖା ହେବେ। ନୂଆ କାର୍ଯ୍ୟର ଆରମ୍ଭ କରିବା ସହ କିଛି ରାଶିର ଲୋକଙ୍କୁ ଚାକିରି ମଧ୍ୟ ମିଳିବ। କାର୍ଯ୍ୟସ୍ଥାନରେ ମାନ ସମ୍ମାନର ବୃଦ୍ଧି ହେବ। ଅସଫଳ ଥିବା କାର୍ଯ୍ୟ ଆଜି ସଫଳ ହେବ। ଆର୍ଥିକ ସ୍ଥିତି ମଜବୁତ ହେବା ସହ ପରିବାରରେ ସୁଖ, ଶାନ୍ତିର ପରିବେଶ ରହିବ।

ମେଷ ରାଶି- ଆଜି ମେଷ ରାଶିର ଲୋକଙ୍କ ଦିନ ବହୁତ କଷ୍ଟକର ରହିବ। କାର୍ଯ୍ୟରେ ଉତ୍ସାହ ରହିବ ନାହିଁ। ଶାରୀରିକ ରୂପରୁ ଅସୁସ୍ଥ ରହିବେ। ସନ୍ତାନର ଚିନ୍ତା ରହିବ। ବ୍ୟବସାୟରେ କ୍ଷତି ହେବାର ସମ୍ଭାବନା ରହିଛି। କାର୍ଯ୍ୟସ୍ଥାନରେ ସହକର୍ମୀଙ୍କ ସହଯୋଗ ମିଳିବ ନାହିଁ। ଅନେକ ବାଧାର ସାମ୍ନା କରିବାକୁ ପଡିବ।

ବୃଷ ରାଶି- ଏହି ରାଶିର ଲୋକଙ୍କ ପାଇଁ ଆଜି ଦିନ ସମ୍ପୂର୍ଣ୍ଣ ଅଶୁଭ ରହିଛି। କୌଣସି ନୂଆ ବ୍ୟବସାୟ ବା କାର୍ଯ୍ୟର ଆରମ୍ଭ କରିବା ଅନୁଚିତ୍‌। କ୍ରୋଧରୁ ଦୂରାଇ ରହିଲେ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହେବ। ସରକାରୀ କାର୍ଯ୍ୟରେ ବାଧା ଆସିବ। ପରିବାରରେ ଝଗଡା ହେବାର ସମ୍ଭାବନା ରହିଛି।

ମିଥୁନ ରାଶି- ମିଥୁନ ରାଶିର ଲୋକଙ୍କ ପାଇଁ ଆଜିର ଦିନ ଖୁବ ଶୁଭ ରହିଛି। ସାମାଜିକ ଜୀବନରେ ସଫଳତା ମିଳିବ। କାର୍ଯ୍ୟସ୍ଥାନରେ ସମସ୍ତଙ୍କ ସହଯୋଗ ମିଳିବ।

କର୍କଟ ରାଶି- କର୍କଟ ରାଶିର ଲୋକଙ୍କ ପାଇଁ ଆଜିର ଦିନ ଅତ୍ୟନ୍ତ ଶୁଭ ରହିଛି। ଘରେ ସୁଖ ଶାନ୍ତିର ପରିବେଶ ରହିବ। ମନ ଶାନ୍ତ ରହିବା ସହ ମାନସିକ ସ୍ଥିତି ଭଲ ରହିବ। ରୋଗରେ ଆକ୍ରାନ୍ତ ଥିବା ଲୋକଙ୍କ ସ୍ବାସ୍ଥ୍ୟରେ ସୁଧାର ଆସିବ। ଆର୍ଥିକ ସ୍ଥିତି ମଜବୁତ ହେବା ସହ ଧନ ଲାଭ ହେବ।

ସିଂହ ରାଶି- ସିଂହ ରାଶିର ଲୋକଙ୍କ ପାଇଁ ଆଜିର ଦିନ ଖୁବ ଅଶୁଭ। ଅସୁସ୍ଥ ରହିବା ସହ ଅନେକ ଚିନ୍ତାରେ ରହିବେ। ପାରିବାରିକ କଳହ ସୃଷ୍ଟି ହେବ। ବୈବାହିକ ଜୀବନରେ ଅଶାନ୍ତି ହେବ।

କନ୍ୟା ରାଶି- କନ୍ୟା ରାଶିର ଲୋକଙ୍କ ପାଇଁ ଆଜିର ଦିନ ବେଶ ଶୁଭ ରହିବ। ବନ୍ଧୁ ବାନ୍ଧବଙ୍କ ସହ ସମ୍ପର୍କ ଭଲ ରହିବ। ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଆଜିର ସମୟ ଭଲ ରହିବ। ଅସଫଳ କାର୍ଯ୍ୟରେ ସଫଳତା ମିଳିବ। ଭାଗ୍ୟ ବୃଦ୍ଧି ସହ ସାମାଜିକ ମାନ ସମ୍ମାନରେ ମଧ୍ୟ ବୃଦ୍ଧି ହେବ। ଧନ ଲାଭ ହେବ ଓ ଆର୍ଥିକ ସ୍ଥିତିରେ ସୁଧାର ଆସିବ।

କୁମ୍ଭ ରାଶି- ଆଜି କୁମ୍ଭ ରାଶିର ଲୋକେ ଶାରୀରିକ ଓ ମାନସିକ ରୂପରେ ଉତ୍ସାହିତ ରହିବେ। ଏହି ରାଶିର ଲୋକେ ଧନ ଲାଭ କରିବେ। ସାଙ୍ଗ ସାଥିଙ୍କ ସହ ଯାତ୍ରା କରବାର ଯୋଗ ରହିଛି। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ମନ ଶାନ୍ତ ରଖିବା ସହ ନକରାତ୍ମକ ଚିନ୍ତାଧାରା କରିବାଠାରୁ ଦୂରାଇ ରହିବେ।

ମୀନ ରାଶି- ମାନସିକ ସ୍ଥିତି ଅଶାନ୍ତ ରହିବ। ଏକାଗ୍ରତାର ଅଭାବ ରହିବ। ଧାର୍ମିକ କାର୍ଯ୍ୟରେ ଦାନ କରିବାର ସୁଯୋଗ ମିଳିବ। କିଛି ଛୋଟ ଲାଭ ପଛରେ ବଡ କ୍ଷତି ନ ହେଉ ଏହା ଧ୍ୟାନରେ ରଖିବା ଜରୁରୀ। କୋର୍ଟ କଚେରୀ କାର୍ଯ୍ୟରେ ସତର୍କ ରହିବା ଜରୁରୀ।

 

   Related Posts