ଅକ୍ଟୋବରରେ ବହୁ ଗ୍ରହଙ୍କ ରାଶି ପରିବର୍ତ୍ତନ, ୫ଟି ରାଶି ପାଇଁ ରହିଛି ଶୁଭ ସମୟ

Published By : Prameya-News7 Bureau | October 02, 2019 IST

ପ୍ରତି ମାସ ଭଳି ଚଳିତ ମାସ ମଧ୍ୟ ଗ୍ରହଙ୍କ ଚଳନ ଯୋଗୁଁ କିଛି ରାଶିଙ୍କ ଭାଗ୍ୟ ପରିବର୍ତ୍ତନ ହେବ ।  ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ପରିବର୍ତ୍ତନ ଯୋଗୁଁ ସବୁ ରାଶିରେ ଏହାର ପ୍ରଭାବ ପଡିବ। ଏହି ମାସରେ କିଛି ଗ୍ରହ ରାଶି ପରିବର୍ତ୍ତନ କରିବେ ତ ଅନ୍ୟକିଛି ରାଶିର ସ୍ଥିତି ସେହିଭଳି  ରହିବ। ତେବେ ଅକ୍ଟୋବର ମାସରେ କେଉଁ କେଉଁ ଗ୍ରହ ରାଶି ପରିବର୍ତ୍ତନ ହେବ ଓ କେଉଁ ରାଶିର ଲୋକଙ୍କ ପାଇଁ ଏହି ମାସ ଭାଗ୍ୟଶାଳୀ ରହିବ ଜାଣନ୍ତୁ।

ରବି- ଅକ୍ଟୋବର ୧୮ ତାରିଖରେ ତୁଳା ରାଶିରେ ପ୍ରବେଶ କରିବେ ରବି। ରବିଙ୍କୁ ଗ୍ରହମଣ୍ଡଳର ରାଜା ବୋଲି କୁହାଯାଏ। ରବି ୩୦ ଦିନରେ ଗୋଟେ ରାଶିରୁ ଆଉ ଏକ ରାଶିକୁ ଚଳନ କରିଥାନ୍ତି।

{"id":165289,"width":581,"height":406}

ଚନ୍ଦ୍ର- ଚନ୍ଦ୍ର ପାଖାପାଖି ୩ ଦିନ ମଧ୍ୟରେ ରାଶି ବଦଳାନ୍ତି। ସବୁଠୁ ଅଧିକ ଗତିରେ ରାଶି ପରିବର୍ତ୍ତନ କରନ୍ତି। ତେଣୁ ଏହି ମାସରେ ସେ ପାଖାପାଖି ୧୦ଥର ରାଶି ପରିବର୍ତ୍ତନ କରିବେ ।

{"id":165291,"width":563,"height":516}

ମଙ୍ଗଳ- ମଙ୍ଗଳ ଏବେ କନ୍ୟା ରାଶିରେ ଅଛନ୍ତି। ୨୨ ଅକ୍ଟୋବରକୁ ମଙ୍ଗଳଙ୍କ ଉଦୟ ହେବ। ମଙ୍ଗଳଙ୍କୁ ଉର୍ଜାର ପ୍ରତୀକ ବୋଲି କୁହାଯାଏ। ମଙ୍ଗଳର ରାଶି ପରିବର୍ତ୍ତନରେ ଅନେକ ରାଶି ପ୍ରଭାବିତ ହେବେ।

{"id":165293,"width":560,"height":379}

ବୁଧ- ୨୩ ଅକ୍ଟୋବରରେ ବୁଧ ବିଛା ରାଶିକୁ ଚଳନ କରିବା ସହ ଅକ୍ଟୋବର ୩୧ ତାରିଖରେ ଏହି ରାଶିରେ ଉଦୟ ହେବେ। ବୁଧ ଗ୍ରହ ମଜବୁତ ହେଲେ ବ୍ୟକ୍ତଙ୍କ ଉନ୍ନତି କରିବା କ୍ଷମତା ବଢିଥାଏ।

{"id":165294,"width":563,"height":457}

ବୃହସ୍ପତି - ଜ୍ୟୋତିଷ ଶାସ୍ତ୍ରରେ ବୃହସ୍ପତିଙ୍କ ବିଶେଷ ସ୍ଥାନ ରହିଛି। ବୃହସ୍ପତିଙ୍କୁ ଦେବଗୁରୁ ବୋଲି କୁହାଯାଏ। ପୁରା ଅକ୍ଟୋବର ମାସ ବୃହସ୍ପତି ବିଛା ରାଶିରେ ମାର୍ଗୀ ହୋଇ ରହିବେ। ଫଳରେ ବୃହସ୍ପତି ସୁଫଳ ପ୍ରଦାନ କରିବେ ନାହିଁ ।  

{"id":165295,"width":553,"height":409}

ଶୁକ୍ର- ଅକ୍ଟୋବର ୩ ତାରିଖ ଅର୍ଥାତ ଆସନ୍ତା କାଲି ଶୁକ୍ର କନ୍ୟା ରାଶିରୁ ତୁଳା ରାଶି ଅର୍ଥାତ ନିଜ କ୍ଷେତ୍ରରେ ପ୍ରବେଶ କରିବେ ।  କିଛି ଦିନ ପରେ ୨୮ ତାରିଖରେ ଶୁକ୍ର ବିଛା ରାଶିରେ ପ୍ରବେଶ କରିବେ। ଶୁକ୍ରଙ୍କ ଶୁଭ ପ୍ରଭାବରେ ଜୀବନରେ ସୁଖ ସମୃଦ୍ଧି ଆସିପାରେ।

{"id":165296,"width":566,"height":487}

ଶନି- ପ୍ରତି ଅଢେଇ ବର୍ଷରେ ଶନି ନିଜ ରାଶି ବଦଳନ୍ତି। ଶନି ଦେବଙ୍କ ପ୍ରବେଶ ଦ୍ବାରା ଅନେକ ଜିନିଷ ବଦଳିଥାଏ। ତେଣୁ ଏହି ମାସରେ ଶନିଙ୍କର କୌଣସି ପରିବର୍ତ୍ତନ ହେବାର ନାହିଁ ।

{"id":165297,"width":567,"height":504}

ରାହୁ ଓ କେତୁ- ଶନି ଦେବଙ୍କ ପରେ ରାହୁ କେତୁ ଏକ ଏମିତି ଗ୍ରହ ଯିଏ ପ୍ରତ୍ୟେକ ରାଶିରେ ପାଖାପାଖି ୧୮ ମାସ ଯାଏଁ ରୁହନ୍ତି। ରାହୁଙ୍କୁ ଶନିଙ୍କଠାରୁ ମଧ୍ୟ ଅଧିକ ଅଶୁଭ ପରିଣାମ ଦେଉଥିବା ଗ୍ରହ ବୋଲି କୁହାଯାଏ। ପୁରା ମାସ ରାହୁ ମିଥୁନ ଓ କେତୁ ଧନୁ ରାଶିରେ ରହିବେ।

{"id":165298,"width":577,"height":560}

ଏଥିପାଇଁ ଅକ୍ଟୋବର ମାସ ୫ଟି ରାଶି ପାଇଁ ଶୁଭ ରହିଛି। ସେମାନେ ହେଉଛନ୍ତି- ମେଷ, ମିଥୁନ, ସିଂହ, ଧନୁ ଓ କୁମ୍ଭ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.