୧୨୬ ବର୍ଷ ପରେ ଗଣେଶ ଚତୁର୍ଥରେ ହେଉଛି ଅପୂର୍ବ ସଂଯୋଗ : ଏହିସବୁ ରାଶି ପାଇଁ ଅତ୍ୟନ୍ତ ଫଳଦାୟୀ

Published By : Prameya-News7 Bureau | August 20, 2020 IST

ଭୁବନେଶ୍ୱର ୨୦/୦୮ : ଆଗାମୀ ୨୨ ତାରିଖରେ ଗଣେଶ ଚତୁର୍ଥୀ ପାଳନ କରାଯିବ | ସାରା ଦେଶରେ ଗଣେଶ ପୂଜା ପ୍ରସ୍ତୁତି ଚାଲିଛି | କିନ୍ତୁ ଏଥର କରୋନା ମହାମାରୀ ଯୋଗୁଁ ଗଣେଶ ପୂଜା ଧୂମଧାମରେ ପାଳନ କରାଯିବ ନାହିଁ | ଏଥର ଗଣେଶ ଚତୁର୍ଥୀରେ ବିଶେଷ ଯୋଗ ରହିଛି | ୧୨୬ ବର୍ଷ ପରେ ଏହିଭଳି ଯୋଗ ହୋଇଛି | ପଣ୍ଡିତଙ୍କ କହିବାନୁଯାୟୀ ଗଣେଶ ଚତୁର୍ଥୀ ମୁହୂର୍ତ୍ତ ଶନିବାର ଦିନ ସନ୍ଧ୍ୟା ୭.୫୭ ପର୍ଯ୍ୟନ୍ତ ରହିଛି | ଶନିବାର ଦିନ ୧୨ଟା ୨୨ ମିନିଟରୁ ଅପରାହ୍ନ ୪ଟା ୪୮ ମିନିଟ ଯାଏଁ ଚର, ଲାଭ ଓ ଅମୃତ ବେଳା ରହିଛି |

ବର୍ତ୍ତମାନ ସୂର୍ଯ୍ୟ ସିଂହ ରାଶିରେ ଓ ମଙ୍ଗଳ ମେଷ ରାଶିରେ ଅଛନ୍ତି | ସୂର୍ଯ୍ୟ ଓ ମଙ୍ଗଳଙ୍କ ଏହି ଯୋଗ ୧୨୬ ବର୍ଷ ପରେ ହୋଇଛି | ଏହି ଯୋଗ କିଛି ରାଶି ପାଇଁ ଅତ୍ୟନ୍ତ ଶୁଭ ଏବଂ ଫଳଦାୟୀ | କେଉଁ ରାଶି ଉପରେ କିଭଳି ପ୍ରଭାବ ରହିବ ଜାଣନ୍ତୁ :

ମେଷ ରାଶି -  ମେଷ ରାଶିରେ ମୂଳ ତ୍ରିକୋଣରେ ସୂର୍ଯ୍ୟଙ୍କ ଗୋଚର ଆପଣଙ୍କ ପ୍ରଭାବ ବୃଦ୍ଧି କରିବ | କୌଣସି ନୂଆ ଯୋଜନା ସମ୍ପୂର୍ଣ ହୋଇପାରେ | 

ବୃଷ ରାଶି - ବୃଷ ରାଶିର ଚତୁର୍ଥ ଭାବରେ ସୂର୍ଯ୍ୟଙ୍କ ଗୋଚର ପାରିବାରିକ କଳହ କାରଣରୁ ମାନସିକ ଅଶାନ୍ତି ସୃଷ୍ଟି କରିପାରେ |

ମିଥୁନ ରାଶି - ମିଥୁନ ରାଶିରେ ପରାକ୍ରମ ଭାବରେ ସୂର୍ଯ୍ୟଙ୍କ ଗୋଚର ଆପଣଙ୍କ ମଧ୍ୟରେ ଉର୍ଜା ଶକ୍ତିର ଭଣ୍ଡାର ଭରି ଦେବ | ନିଜ ଜିଦରେ ନିୟନ୍ତ୍ରଣ ରଖି ବିବେକର ସଠିକ ଉପଯୋଗ କଲେ ସଫଳତାର ଚରମ ସୀମାରେ ପହଞ୍ଚି ପାରିବେ |

କର୍କଟ ରାଶି - କର୍କଟ ରାଶିରେ ଧନଭାବରେ ସୂର୍ଯ୍ୟଙ୍କ ଗୋଚର ଆର୍ଥିକ ପକ୍ଷକୁ ମଜବୁତ କରିବ କିନ୍ତୁ ବେଳେବେଳେ ନିଜ କଟୁ ଭାଷା ଦ୍ୱାରା ଆପଣ ନିଜର କାମ ବିଗାଡି ପାରନ୍ତି | ସେଥିପାଇଁ ବୁଝି ବିଚାରି ଭାଷା ପ୍ରୟୋଗ କରନ୍ତୁ | 

ସିଂହ ରାଶି - ଆପଣଙ୍କ ରାଶିରେ ଆପଣଙ୍କ ସ୍ୱାମୀ ସୂର୍ଯ୍ୟ ଅଛନ୍ତି | ଏହା ଆପଣଙ୍କ ପାଇଁ କୌଣସି ବରଦାନ ଠାରୁ କମ ନୁହେଁ | କିନ୍ତୁ ଏହା ଆପଣଙ୍କ ପାଇଁ ପରୀକ୍ଷାର ସମୟ | ସେଥିପାଇଁ ନିଜ କ୍ରୋଧକୁ ନିୟନ୍ତ୍ରଣ କରି ଉର୍ଜା ଶକ୍ତିର ସଠିକ ଉପଯୋଗ କରି କାର୍ଯ୍ୟ କରନ୍ତୁ |

କନ୍ୟା ରାଶି - କନ୍ୟା ରାଶିରେ ହାନି ଭାବରେ ସୂର୍ଯ୍ୟଙ୍କ ଗୋଚର ମିଶ୍ରିତ ଫଳ ପ୍ରଦାନ କରିବ | କଷ୍ଟ ଦାୟକ ଯାତ୍ରା କରିବାକୁ ପଡିପାରେ | କୌଣସି ସମ୍ପର୍କୀୟ କିମ୍ବା ବନ୍ଧୁଙ୍କ ଠାରୁ ଅଶୁଭ ସମାଚାର ମଧ୍ୟ ପାଇପାରନ୍ତି |

ତୁଳା ରାଶି - ତୁଳା ରାଶିରେ ଲାଭ ଭାବରେ ସୂର୍ଯ୍ୟଙ୍କ ଗୋଚର ଆପଣଙ୍କ ପାଇଁ କୌଣସି ବରଦାନ ଠାରୁ କମ ନୁହେଁ | ସମସ୍ତ ରିଷ୍ଟ ଖଣ୍ଡନ ହେବ | ନିର୍ବାଚନ ସମ୍ବନ୍ଧୀୟ ଯେକୌଣସି ନିର୍ଣ୍ଣୟ ନେଲେ ସଫଳତା ମିଳିବ | ଆୟ ମଧ୍ୟ ବଢିବ |

ଧନୁ ରାଶି - ଧନୁ ରାଶିରେ ଭାଗ୍ୟ ଭାବରେ ସୂର୍ଯ୍ୟଙ୍କ ଗୋଚର ସଫଳତା ଶୁଦ୍ଧ ହେବ | ଆପଣଙ୍କ ଭାଗ୍ୟ ଉନ୍ନତି ହେବା ସହ ଆର୍ଥିକ ପକ୍ଷ ମଜବୁତ ହେବ | ଧର୍ମ-କର୍ମ ମାମଲାରେ ମଧ୍ୟ ସମୟ ଭଲ ରହିବ |

ମକର ରାଶି - ମକର ରାଶିରେ ଅଷ୍ଟମ ଭାବରେ ସୂର୍ଯ୍ୟଙ୍କ ଗୋଚର ଆପଣଙ୍କୁ ପ୍ରତାପୀ-ଯଶସ୍ବୀ କରି ଗଢ଼ିବ | କୌଣସି ନୂଆ ପୁରସ୍କାର ଅଥବା କାର୍ଯ୍ୟକ୍ଷେତ୍ରରେ ସମ୍ମାନ ପ୍ରାପ୍ତି ଯୋଗ ରହିଛି କିନ୍ତୁ ଆପଣଙ୍କୁ ଆପଣଙ୍କ ନିଜ ଲୋକ ନୀଚ ଦେଖେଇବାକୁ ଚେଷ୍ଟା କରିବେ |

କୁମ୍ଭ ରାଶି - କୁମ୍ଭ ରାଶିର ସପ୍ତମ ଭାବରେ ସୂର୍ଯ୍ୟଙ୍କ ଗୋଚର କାର୍ଯ୍ୟ ବ୍ୟାପାରରେ ଉନ୍ନତି ହେବ, ଆୟ ବୃଦ୍ଧି ହେବ | ନୂଆ ଅନୁବନ୍ଧରେ ଦସ୍ତଖତ କରିପାରନ୍ତି | କିନ୍ତୁ ଦାମ୍ପତ୍ୟ ଜୀବନ ପାଇଁ ସଂଯୋଗ ଭଲ ରହିବ ନାହିଁ |

ମୀନ ରାଶି - ମୀନ ରାଶିର ଷଷ୍ଠ ଭାବରେ ସୂର୍ଯ୍ୟଙ୍କ ଗୋଚର ଆପଣଙ୍କ ପାଇଁ କୌଣସି ବରଦାନ ଠାରୁ କମ ନୁହେଁ | କିନ୍ତୁ ଅତ୍ୟଧିକ ଖର୍ଚ୍ଚ ଯୋଗୁଁ ଆର୍ଥିକ ସଙ୍କଟ ସାମ୍ନା କରିବାକୁ ପଡିପାରେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.