ବଦଳିବ କନ୍ୟା ସମେତ ଏହି ୩ ରାଶିର ଭାଗ୍ୟ, ମିଳିବ ଶନିଦେବଙ୍କ କୃପା

Published By : Prameya-News7 Bureau | September 17, 2021 IST

ଭୁବନେଶ୍ୱର ୧୭/୦୯ : କିଛି ଦିନ ପରେ ଶନିଦେବ ମାର୍ଗୀ ହେବେ। ବର୍ତ୍ତମାନ ଶନିଦେବ ବକ୍ରୀ ଅବସ୍ଥାରେ ଅଛନ୍ତି। ଅକ୍ଟୋବର ୧୧ରେ ଶନି ମାର୍ଗୀ ହେବେ। ଜ୍ୟୋତିଷଶାସ୍ତ୍ରରେ ଶନିଦେବଙ୍କୁ ପାପ ଓ କ୍ରୁର ଗ୍ରହ ବୋଲି କୁହାଯାଇଛି। ଶନିଙ୍କ ଅଶୁଭ ପ୍ରଭାବ ଯୋଗୁଁ ବ୍ୟକ୍ତିଙ୍କୁ ନାନା ସମସ୍ୟା ସମ୍ମୁଖୀନ ହେବାକୁ ପଡିଥାଏ। ତେବେ ଶନି କେବଳ ଅଶୁଭ ଫଳ ପ୍ରଦାନ କରନ୍ତିନି। ସେ ଶୁଭ ଫଳ ମଧ୍ୟ ପ୍ରଦାନ କରନ୍ତି। ଶନି ଶୁଭ ସ୍ଥିତିରେ ଥିଲେ ବ୍ୟକ୍ତିଙ୍କ ଭାଗ୍ୟ ଉଦୟ ହୋଇଯାଇଥାଏ। ଶନିଙ୍କ ଶୁଭ ସ୍ଥିତି ବ୍ୟକ୍ତିଙ୍କୁ ଦରିଦ୍ରରୁ ରାଜା କରିଦେଇଥାଏ। ଶନିଙ୍କ ମାର୍ଗୀ ହେବା କିଛି ରାଶି ପାଇଁ ଶୁଭ ପ୍ରଦାନକାରୀ ହେବ। ଜାଣନ୍ତୁ କେଉଁ କେଉଁ ରାଶି ପାଇଁ ଶନିଙ୍କ ମାର୍ଗୀ ଶୁଭ ରହିବ।

ମେଷ - ଶନିଙ୍କ ମାର୍ଗୀ ହେବା ମେଷ ରାଶି ବ୍ୟକ୍ତିଙ୍କ ପାଇଁ ଶୁଭ ରହିବ। ଧନ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ମିଳିବ। ପାରିବାରିକ ଜୀବନ ସୁଖମୟ ହେବ। ମିତ୍ରଙ୍କ ସହ ସମୟ ଅତିବାହିତ କରିବେ। କାର୍ଯ୍ୟରେ ସଫଳତା ପ୍ରାପ୍ତ କରିବେ।

କର୍କଟ - ଶନିଙ୍କ ମାର୍ଗୀ ଯୋଗୁଁ କର୍କଟ ରାଶି ବ୍ୟକ୍ତିଙ୍କ ରାସ୍ତା ଖୋଲିଯିବ। ଆର୍ଥିକ ସ୍ଥିତି ମଜବୁତ ହେବ। ନୂଆ କାର୍ଯ୍ୟ ଆରମ୍ଭ କଲେ ଲାଭ ମିଳିବ। ଧାର୍ମିକ ଓ ଆଧ୍ୟାତ୍ମିକ କାର୍ଯ୍ୟ ସାମିଲ ହେବାକୁ ମଉକା ମିଳିବ। ମାନ-ସମ୍ମାନରେ ବୃଦ୍ଧି ହେବ।

କନ୍ୟା - ଶନି ମାର୍ଗୀ ହେଲେ କନ୍ୟା ରାଶି ବ୍ୟକ୍ତିଙ୍କୁ ନୂଆ ଅବସର ମିଳିବ। ଚାକିରୀ ଓ ବ୍ୟବସାୟ କ୍ଷେତ୍ରରେ ଲାଭ ହେବ। ଆର୍ଥିକ ସ୍ଥିତି ମଜବୁତ ହେବ। ମାନ-ସମ୍ମାନ ଓ ପଦ-ପ୍ରତିଷ୍ଠା ବୃଦ୍ଧି ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.