ମହାଶିବରାତ୍ରିରେ ଏହି ୩ଟି ରାଶିର ବ୍ୟକ୍ତି ସହିପାରନ୍ତି କ୍ଷତି, ଜାଣନ୍ତୁ ବର୍ତ୍ତିବ କିପରି

Published By : Prameya-News7 Bureau | February 21, 2020 IST

ମହାଶିବରାତ୍ରି ଦିନ ମହାଦେବ ଶିବଙ୍କର ପୂଜାର୍ଚ୍ଚନା କରିବା ଦ୍ବାରା ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ ଏବଂ ଜୀବନରେ ସୁଃଖ-ସମୃଦ୍ଧି ଆସିଥାଏ ବୋଲି ବିଶ୍ବାସ ରହିଛି । ଏହି ଶିବରାତ୍ରିରେ କିଛି ଲାଭର ଯୋଗ ସୃଷ୍ଟି ହେଉଛି । ଏହି ଯୋଗ କିଛି ରାଶିର ବ୍ୟକ୍ତିଙ୍କ ପାଇଁ ଲାଭଦାୟକ ହେଉଥିବା ବେଳେ କିଛି ରାଶିର ବ୍ୟକ୍ତିଙ୍କ ପାଇଁ କ୍ଷତିକାରଣ ସାବ୍ୟସ୍ତ ହୋଇପାରେ ।

{"id":227048,"width":577,"height":324,"sizeSlug":"large"}

ଏହି ଶିବରାତ୍ରି ଦିନ ମୁଖ୍ୟତଃ ୩ଟି ରାଶିର ବ୍ୟକ୍ତିଙ୍କୁ ସାବଧାନ ରହିବାକୁ ପଡିବ ।  ଏହାର କୁପ୍ରଭାବରୁ ବର୍ତ୍ତିବା ପାଇଁ କିଛି ଉପାୟ ଅବଲମ୍ବନ କରିପାରିବେ ।

ମିଥୁନ ରାଶି :

{"id":227044,"width":576,"height":362,"sizeSlug":"large"}

ମିଥୁନ ରାଶିର ବ୍ୟକ୍ତିଙ୍କୁ ସାବଧାନ ରହିବା ଜରୁରୀ । ଏହି ସମୟରେ ଏହି ରାଶିର ବ୍ୟକ୍ତିଙ୍କୁ ନିଜ ସ୍ବାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ଦେବାକୁ ପଡିବ । ଆପଣଙ୍କୁ ସଂକ୍ରମଣ ହେବାର ସମ୍ଭାବନା ରହିଛି । ଧନ ହାନି ହୋଇପାରେ । କ୍ରୋଧରେ କାହା ସହ ଝଗଡ କରିପାରନ୍ତି । ଆଇନଗତ ବିବାଦ ସୃଷ୍ଟି ହୋଇପାରେ ।

ଉପାୟ- ଏଥିରୁ ବର୍ତ୍ତିବା ପାଇଁ ମିଥୁନ ରାଶିର ବ୍ୟକ୍ତିଙ୍କୁ ଶିବରାତ୍ରି ଦିନ ଫଳରଶରେ ଭଗବାନ ଶିବଙ୍କର ଅଭିଷେକ କରିବା ଉଚିତ୍ । ଏହା କରିବା ଦ୍ବାରା ଆପଣ କୁପ୍ରଭାବରୁ ବର୍ତ୍ତିପାରିବେ । ଆପଣଙ୍କର କୌଣସି କ୍ଷତି ହେବନାହିଁ ।

ଧନୁ ରାଶି :

{"id":227045,"width":576,"height":369,"sizeSlug":"large"}

ଧନୁ ରାଶିର ବ୍ୟକ୍ତିଙ୍କର ମାନସିକ ଚାପ ବଢିପାରେ । ଏହାସହ କିଛି ଶାରିରୀକ ପୀଡା ମଧ୍ୟ ଦେଖାଦେଇପାରେ । ମାଂସପେଶୀରେ ଯନ୍ତ୍ରଣା ଅନୁଭବ କରିପାରନ୍ତି । ଆର୍ଥିକ ସ୍ଥିତିରେ ମାନ୍ଦାବସ୍ଥା ଦେଖାଦେଇପାରେ । ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଏହି ସମୟ ଉଦାଶୀନତା ରହିବ ।

ଉପାୟ- ଧନୁ ରାଶିର ବ୍ୟକ୍ତି ଯୋଗ ଏବଂ ସୂର୍ଯ୍ୟ ନମସ୍କାର କରିବା ଉଚିତ୍ । ସକାଳୁ ଉଠି ସୂର୍ଯ୍ୟ ଦର୍ଶନ କରିବା ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଲାଭଦାୟକ ହେବ ।

କୁମ୍ଭ ରାଶି :

{"id":227046,"sizeSlug":"large"}

କୁମ୍ଭ ରାଶିର ବ୍ୟକ୍ତିଙ୍କୁ ମଧ୍ୟ ସାବଧାନ ରହିବା ଉଚିତ୍ । ଯଦି ଏହି ରାଶିର ବ୍ୟକ୍ତି ବ୍ୟବସାୟ କରୁଛନ୍ତି ତେବେ ସେଥିରେ କ୍ଷତି ହୋଇପାରେ । ନିକଟ ସଂପର୍କୀୟ ଆପଣଙ୍କୁ ଧୋକ୍କା ଦେଇପାରନ୍ତି । କୃଷକମାନଙ୍କୁ ଫସଲ ହାନି ଏବଂ ପଶୁ ହାନି ସହିବାକୁ ପଡିପାରେ । ଚାକିରୀ କ୍ଷେତ୍ରରେ ମଧ୍ୟ ବିବାଦରେ ପଡିପାରନ୍ତି ।

ଉପାୟ- ଏହି ସମୟରେ ଅଭାବୀ ଲୋକଙ୍କୁ ଦାନ-ଦକ୍ଷିଣା ଦେବା ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭଦାୟକ ହେବ । ନିଜ ସକ୍ଷମ ଅନୁଯାୟୀ ଅନ୍ନ ଦାନ କରିବା ଦ୍ବାରା ଆଜିର ଦିନରେ ଆପଣଙ୍କୁ କୌଣସି କ୍ଷତି ହେବ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.