Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ବଣ୍ଟନ ପାଇଁ ୨୧ ଜଣିଆ ପରିଚାଳନା କମିଟି ଗଠନ, ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ହେଲେ ଅଧ୍ୟକ୍ଷ
  • ||
  • ୯୦ ପ୍ରତିଶତ ନଷ୍ଟ ହୋଇ ସାରିଥିଲା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଫୁସ୍‌ଫୁସ୍, ଇକମୋ ପଦ୍ଧତିରେ ସୁସ୍ଥ କଲେ ସମ୍ ଡାକ୍ତର
  • ||
  • ଦ୍ଵିତୀୟ ଲହର ସଂକ୍ରମଣର ଆଶଙ୍କା ନାହିଁ, ସୁସ୍ଥ ହୋଇ ଘରକୁ ଫେରିଲେ ୬୦୫ ଆକ୍ରାନ୍ତ
  • ||
  • ଡିସେମ୍ବର ୮ରେ କୃଷକଙ୍କ ଭାରତ ବନ୍ଦ ଡାକରା, ରାଜ୍ୟ କଂଗ୍ରେସର ସମର୍ଥନ ଘୋଷଣା
  • ||
  • ପଞ୍ଚମ ପର୍ଯ୍ୟାୟ କୃଷକ-ସରକାରଙ୍କ ଆଲୋଚନା ବିଫଳ, ଡିସେମ୍ବର ୯’ରେ ପୁଣି ବୈଠକ
  • ||
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||

ସକାଳେ ଉଠିବା ପରେ ତୁରନ୍ତ କରନ୍ତୁ ନାହିଁ ଏହି ୩ଟି କାମ, ଶରୀର ହୋଇପାରେ ଦୁର୍ବଳ

23/08/2019 at 2:14 PM

ଆଜିକାଲି ଲୋକଙ୍କର କିଛିଟା ଖରାପ ଅଭ୍ୟାସ ପାଇଁ ଶରୀର ସୁସ୍ଥ ହେବା ବଦଳରେ ଅସୁସ୍ଥ ହୋଇଥାଏ। ଏହି ଅଭ୍ୟାସ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଏ। ତେବେ ଜାଣନ୍ତୁ ଏହି ୩ଟି ଜିନିଷ ବିଷୟରେ ଯାହା ସକାଳେ ଉଠିବା ପରେ ତୁରନ୍ତ କରିବା ଅନୁଚିତ୍‌।

ସକାଳେ ଉଠିବା ପରେ ଆମ  ଆଖିର ସ୍ଥିତି ଅତ୍ୟନ୍ତ କୋମଳ ଥାଏ। ଅନେକେ ସକାଳେ ଉଠି ପ୍ରଥମେ ନିଜ ସ୍ମାର୍ଟଫୋନ ଦେଖନ୍ତି। ପ୍ରଥମେ ଉଠି ଫେସବୁକ୍‌, ହ୍ବାଟ୍‌ସଆପ, ୟୁଟ୍ୟୁବ୍‌ ଭଳି ଆପ୍‌ ଚେକ୍‌ କରିବା ଅନେକ ଲୋକଙ୍କ ଅଭ୍ୟାସ ଥାଏ। ତେବେ ଏହାର ପ୍ରଭାବ ଆଖି ଉପରେ ପଡେ। ସକାଳେ ଉଠି ପ୍ରଥମେ ଫୋନ୍‌ ଦେଖିଲେ ଆଖିର ରଶ୍ମୀ ଦୁର୍ବଳ କରିଦିଏ। ତେଣୁ ସକାଳେ ଉଠି ପ୍ରଥମେ ଫୋନ୍‌ ଚଲାଇବା ଅନୁଚିତ୍‌।

ଅନେକେ ସକାଳେ ଉଠି ପ୍ରଥମେ ସ୍ନାନ କରିବା ପସନ୍ଦ କରନ୍ତି। ଏହି ଅଭ୍ୟାସ ବହୁତ ଭଲ କାରଣ ଏହା ଶରୀର ପାଇଁ ଲାଭଦାୟକ ହୋଇଥାଏ। କିନ୍ତୁ ସକାଳେ ଉଠି ତୁରନ୍ତ ସ୍ନାନ ନକରି ୧୫-୨୦ ମିନିଟ୍‌ ପରେ ସ୍ନାନ କରିବା ଉଚିତ୍‌। ସକାଳେ ଥଣ୍ଡା ପାଣିରେ ସ୍ନାନ କଲେ ଶରୀର ସୁସ୍ଥ ରହେ। ଗରମ ପାଣିରେ ଗାଧୋଇଲେ ଶରୀର ପାଇଁ କୌଣସି ଲାଭ ହୋଇନଥାଏ। ବରଂ ଏହା ଶରୀରକୁ ଦୁର୍ବଳ କରାଏ ଓ ଦିନ ସାରା ବ୍ୟକ୍ତି ଅଳସୁଆ ହୋଇ ରହେ। କାମରେ କୌଣସି ଚଞ୍ଚଳତା ରହେ ନାହିଁ।

wallup.net

ସାଧାରଣତଃ ଅଧିକାଂଶ ଲୋକେ ସକାଳେ ଉଠି ଚା’ ପିଇବା ପସନ୍ଦ କରନ୍ତି। କିନ୍ତୁ ଖାଲି ପେଟରେ ଚା’ ପିଇବା ଅନୁଚିତ୍‌। ଏହା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ।  ପ୍ରତିଦିନ ସକାଳେ ଉଠି ପ୍ରଥମେ ଗୋଟେ ଗ୍ଲାସ ପାଣି ପିଇବା ଜରୁରୀ। ପାଣି ପିଇବା ପରେ ଅନ୍ୟ ଜିନିଷର ସେବନ କରିବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ।

   Related Posts