Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ଟିକଟକ୍‌ରେ ୧୫ ସେକେଣ୍ଡର ଭିଡିଓ ତିଆରି କରି ସଫଳ କ୍ୟାରିୟର କରିବା ସହ ବିପୁଳ ଟଙ୍କା ରୋଜଗାର କରୁଛନ୍ତି ଏହି ମହିଳାମାନେ…

20/09/2019 at 2:39 PM

ମୁମ୍ବାଇ୨୦|୯: ବଲିଉଡ୍‌ରେ ଏମିତି କିଛି ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ସଂଘର୍ଷକରି ସୁପରଷ୍ଟାର ହୋଇଛନ୍ତି। ଉଦାହରଣ ଯୋଗ୍ୟ ଯେ, ବଲିଉଡ୍‌ର କିଙ୍ଗ ଶାହରୁକ୍ ଖାନ ଫିଲ୍ମ ଜଗତରେ ଏଣ୍ଟ୍ରି କରିବା ଲାଗି ତାଙ୍କୁ ବହୁତ ସଂଘର୍ଷ କରିବାକୁ ପଡ଼ିଥିଲା। କିନ୍ତୁ ଏବେ ସୋସିଆଲ ମିଡ଼ିଆ ମାଧ୍ୟମରେ କିଛି କଳାକାର ରାତାରାତି ସୁପରଷ୍ଟାର ହେଇଯାଉଛନ୍ତି।

ସୋସିଆଲ ମିଡିଆରେ ଟିକଟକ ଭିଡିଓ ତିଆରି କରି ନିଜର ପରିଚୟ ସୃଷ୍ଟି କରିଥିବା ଗରିମା ଚୌରସିୟା, ମୋନି, ନଗମା ଓ ବାଣି ଚୌଧୁରୀଙ୍କ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ବର୍ତ୍ତମାନ ସମୟରେ ଲୋକପ୍ରିୟତା ହାସଲ କରିବା ପାଇଁ ଆବଶ୍ୟକ ମାତ୍ର ୧୫ ସେକେଣ୍ଡ ଓ ଗୋଟେ ସ୍ମାର୍ଟ ଫୋନ । ଏହି ଚାରିଜଣ ମହିଳା ୧୫ ସେକେଣ୍ଡର ଟିକଟକ ଭିଡିଓ କରି ସଫଳ କ୍ୟାରିୟର କରିବା ସହ ମୋଟା ଅଙ୍କର ଟଙ୍କା ମଧ୍ୟ ରୋଜଗାର କରୁଛନ୍ତି।

ସୂଚନାଯୋଗ୍ୟ ଯେ, ମୁମ୍ବାଇର ନଗମା ମିର୍ଜାକର ଟିକ୍‌ଟକରେ ଡାନ୍ସ ଓ କମେଡି ଭିଡିଓ ତିଆରି କରନ୍ତି। ଟିକ୍‌ଟକ୍‌ରେ ତାଙ୍କର ୧୦.୨ ମିଲିୟନ ପ୍ରଶଂସକ ରହିଛନ୍ତି। ନଗମା ନିଜ ଟିକ୍‌ଟକ ଆକାଉଣ୍ଟରେ କହିଛନ୍ତି ଯେ, ‘ସେ ଲୋକଙ୍କ ମନୋରଞ୍ଜନ କରୁଛନ୍ତି’ । ଏହା ବ୍ୟତୀତ ନଗମାଙ୍କ ପାଖରେ ବାଣଜ୍ୟରେ ମାଷ୍ଟର ଡିଗ୍ରୀ ଓ ବିଜିନେସ ଆଡମିନିଷ୍ଟ୍ରେସନରେ ମାଷ୍ଟର ଡିଗ୍ରୀ ରହିଛି। ହେଲେ ଫ୍ୟାସନ ଓ ବିୟୁଟି ପ୍ରତି ନଗମା ଋଚି ରଖନ୍ତି। ଫ୍ୟାସନ ଓ ବିୟୁଟି ବ୍ଲଗର ନଗମା ଟିକଟକ ମାଧ୍ୟରେ ଆଗକୁ ବଢ଼ିଛନ୍ତି। ଏଫଏମସିଜି ବ୍ରାଣ୍ଡ ଭଳି କୋଲଗେଟ୍ କମ୍ପାନୀ ନଗମାଙ୍କ ସହ ଟିକ୍‌ଟକରେ କାମ କରୁଛି।

ସେହିପରି ଗରିମା ଚୌରସିୟାଙ୍କ ଟିକଟକରେ ୧୫.୭ ମିଲିୟନ ପ୍ରଶଂସକ ରହିଛନ୍ତି। ତାଙ୍କର କମେଡି, ଡାନ୍ସ ଓ ଲିପ୍‌ ସିକିଙ୍ଗ ଭିଡିଓ ଗୁଡିକୁ ୟୁଜର୍ସ ବହୁତ ପସନ୍ଦ କରିଛନ୍ତି। ଗରିମା ମଧ୍ୟ ଟିକ୍‌ଟକ ମାଧ୍ୟମରେ ବହୁ କାମ କରିବା ସହ ବେଶ ଲୋକପ୍ରିୟ ହୋଇପାରିଛନ୍ତି। ଗରିମା ଓ ତାଙ୍କ ବନ୍ଧୁ ଉଭୟ ମିଶି ଟିକ୍‌ଟକ୍ ମାଧ୍ୟରେ ଆଡଭଟାଇଜମେଣ୍ଟ କାମ ଆରମ୍ଭ କରିଦେଇଛନ୍ତି।

ଟିକ୍‌ଟକରେ ମୋନି କୁଣ୍ଡୁଙ୍କ ପ୍ରଶଂସକ ସଂଖ୍ୟା ୨.୮ ମିଲିୟନ ରହିଛି। ଟିକ୍‌ଟକରେ ମୋନି ଫନି ଭିଡିଓ ତିଆରି କରନ୍ତି। ଯାହାକୁ ୟୁଜର୍ସ ବେଶ ପସନ୍ଦ କରିଛନ୍ତି। ମୋନିଙ୍କ ସ୍ବାମୀ ଓ ତାଙ୍କ ପୁଅ ତିନିଜଣ ମିଶି ଅଧିକାଂଶ ସମୟରେ ଟିକ୍‌ଟକ ନୂଆ କଣ୍ଟେଣ୍ଟ ତିଆରି କରିଥାନ୍ତି। ସେଥିଲାଗି ମୋନିଙ୍କ ପରିବାର ଚର୍ଚ୍ଚା ରହିଛନ୍ତି।

ଟିକଟକ୍‌ରେ ବାଣୀ ଚୌଧୁରୀଙ୍କ ପ୍ରଶଂସକ ସଂଖ୍ୟା ୨୨୩.୩ହଜାର ରହିଛି। ତାଙ୍କର ଡାଏ ଭିଡିଓରେ ସ୍କିନ କେୟାର ଓ ହୋମମେଡ୍‌ ସ୍କିନ କେୟାର ଉପଚାର ସଂପର୍କରେ ସେ ଜଣାଇଥାନ୍ତି। ତାଙ୍କର ୧୫ ସେକେଣ୍ଡର ଭିଡ଼ିଓ ଅତି ଶୀଘ୍ର ଭାଇରାଲ ହୋଇଯାଇଥାଏ। ବାଣୀଙ୍କ ଟିକ୍‌ ଭିଡିଓ ଲାଗି ତାଙ୍କୁ ସମେସ୍ତେ ଜାଣିଛନ୍ତି। ଏଥିଲାଗି ବିଭିନ୍ନ ସଂସ୍ଥା ପକ୍ଷରୁ ତାଙ୍କୁ ପୁରସ୍କୃତ ମଧ୍ୟ କରାଯାଇଛି।

   Related Posts