ସାଉଦି ଆରବରେ ମହିଳାଙ୍କର କରାଗଲା ମୁଣ୍ଡକାଟ : କରିଥିଲେ ଏହି ଘୃଣ୍ୟ ଅପରାଧ

Published By : Prameya-News7 Bureau | August 24, 2019 IST

ଦୁବାଇ ୨୪/୮: ସାଉଦି ଆରବରେ ଛାତି ଥରାଇଦେବା ଭଳି ଏକ ଲୋମହର୍ଷଣକାରୀ ଖବର ସାମନାକୁ ଆସିଛି। ଏଠାରେ ଜଣେ ମହିଳା ଦୁଇ ବର୍ଷ ତଳେ ନିଜର ସାବତ ଝିଅର ଗଳା କାଟି ଦେଇଥିଲେ। ସେଦିନଠୁ ଏହି ମହିଳା ଜଣକ ଜେଲ ଦଣ୍ଡ ଭୋଗୁଥିଲେ। କିନ୍ତୁ ଏବେ ତାକୁ ତା’ ଅପରାଧର ଦଣ୍ଡ ମିଳିଛି ଏବଂ ଗତ ସୋମବାର ସାଉଦିର ଅଲ-ଅହସାରେ ଏହି ମହିଳାର ମୁଣ୍ଡକାଟ କରାଯାଇଛି।

ସୂଚନା ଅନୁଯାୟୀ ୬ବର୍ଷର ସାବତ ଝିଅ ସ୍କୁଲ ପଡିଆରେ ଖେଳୁଥିବାବେଳେ ଅଭିଯୁକ୍ତ ମହିଳା ତାଙ୍କୁ ସ୍କୁଲରୁ ବାହାରକୁ ନେଇ ଯାଇ ଏକ ଶୁନଶାନ୍ ସ୍ଥାନରେ ଏକ ଛୁରୀରେ ଗଳା କାଟି ଦେଇଥିଲା। ସେତେବେଳେ ସେଠାରେ ଥିବା ଜଣେ ପ୍ରତ୍ୟେକ୍ଷଦର୍ଶୀ ପୋଲିସକୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲା। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ସବୁ ପ୍ରମାଣ ଏକାଠି କରିଥିଲା। ଏହାପରେ ମହିଳାକୁ ତା’ ଘରୁ ଗିରଫ କରିଥିଲା। ମହିଳା ଜଣକ ନିଜ ସ୍ବାମୀ ଏବଂ ସାବତ ଝିଅ ସହ ଗୋଟିଏ ଘରେ ରହୁଥିଲା। ଝିଅଟିର ମାଆ ତା’ ବାପାଙ୍କର ତୃତୀୟ ପତ୍ନୀ ଥିଲେ ଏବଂ ଅଭିଯୁକ୍ତ ମହିଳା ଦ୍ବିତୀୟ ପତ୍ନୀ ଥିଲା।

 ୨ବର୍ଷ ତଳେ ନିଜ ୬ବର୍ଷର ସାବତ ଝିଅକୁ ହତ୍ୟା କରିବା ପରେ ତାକୁ ଗିରଫ କରାଯାଇଥିଲା। ମହିଳାକୁ ପଚରାଉଚୁରା କରିବାରୁ ସେ ନିଜ ଦୋଷ ସ୍ବୀକାର କରିଥିଲା। ତାକୁ ମୃତ୍ୟୁଦଣ୍ଡ ମିଳିଥିଲା। ନିମ୍ନ ଅଦାଲକର ଏହି ଦଣ୍ଡକୁ ସୁପ୍ରିମ କୋର୍ଟ କାଏମ ରଖିବାପରେ ସୋମବାର ଅଲ-ଅହସାରେ ମହିଳାକୁ ଦଣ୍ଡ ଦିଆଯାଇଥିଲା। ଏହି ଅପରାଧ ଦୁଇ ବର୍ଷ ତଳେ ସାଉଦି ଆରବର ପୂର୍ବାଞ୍ଚଳରେ ହଇଚଇ ସୃଷ୍ଟି କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.