ଶୀତ ଦିନେ ନିଶ୍ଚୟ ଖାଆନ୍ତୁ ଏହି ୬ଟି ଫଳ: ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ହିତକର

Published By : Prameya-News7 Bureau | November 06, 2021 IST

ଭୁବନେଶ୍ୱର ୦୬/୧୧ : ସ୍ୱାସ୍ଥ୍ୟ ଦୃଷ୍ଟିରୁ ଶୀତ ଋତୁ ବହୁତ ଭଲ ବୋଲି ବିବେଚନା କରାଯାଏ। ଶରୀରକୁ ସୁସ୍ଥ ରଖିବା ପାଇଁ ଏହି ଋତୁ ସବୁଠାରୁ ଅନୁକୂଳ ଅଟେ। ଶୀତଦିନେ ଆସୁଥିବା ଫଳଗୁଡ଼ିକ କେବଳ ଖାଇବା ପାଇଁ ସ୍ୱାଦିଷ୍ଟ ନୁହେଁ, ବରଂ ସ୍ୱାସ୍ଥ୍ୟକୁ ଭଲ ରଖିବାରେ ମଧ୍ୟ ବହୁତ ସାହାଯ୍ୟ କରିଥାଏ। ଶୀତଦିନେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଫଳ ଖାଇବା ଅତ୍ୟନ୍ତ ଲାଭଦାୟକ ଅଟେ। କରୋନା ମହାମାରିର ଏହି ସମୟରେ ସମସ୍ତଙ୍କ ପାଇଁ ଭଲ ରୋଗ ପ୍ରତିରୋଧକ ଶକ୍ତି ଆବଶ୍ୟକ। ଆପଣ ମଧ୍ୟ ଦୈନନ୍ଦିନ ଖାଦ୍ୟରେ ଏହି ଫଳଗୁଡିକ ସାମିଲ୍ କରି ଆପଣଙ୍କ ସ୍ୱାସ୍ଥ୍ୟକୁ ସୁସ୍ଥ ରଖିପାରିବେ ।

ପିଜୁଳି - ଶୀତଦିନ ଆରମ୍ଭ ହେବା ସହ ପିଜୁଳି ବଜାରକୁ ଆସିବା ଆରମ୍ଭ ହୁଏ । ଏହି ଫଳ ଶୀତ ଋତୁରେ ପ୍ରିୟ ଫଳ ମଧ୍ୟରୁ ଗୋଟିଏ । ପିଜୁଳିରେ ଭିଟାମିନ୍ ସି ଓ ଆଣ୍ଟିଅକ୍ସିଡାଣ୍ଟ ଭରପୁର ମାତ୍ରାରେ ଥାଏ। ଏହା ଶରୀରକୁ ସଂକ୍ରମଣରୁ ରକ୍ଷା କରିବା ସହ କୋଷିକାଗୁଡ଼ିକୁ କ୍ଷତିରୁ ରକ୍ଷା କରିଥାଏ ।

ଶେଓ- ଶେଓ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ସେଥିପାଇଁ ଡାକ୍ତରମାନେ ମଧ୍ୟ ପ୍ରତିଦିନ ଗୁଟେ ଶେଓ ଖାଇବାକୁ ପରାମର୍ଶ ଦିଅନ୍ତି । ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରିବା ସହିତ ଏହା ଶରୀରରେ ଉତ୍ତେଜନା ଏବଂ ପ୍ରଦାହକୁ କମାଇବାରେ ସାହାଯ୍ୟ କରେ। ଏଥିରେ ଭିଟାମିନ୍ ସି, ଫାଇବର, ପେକ୍ଟିନ୍ ମିଳିଥାଏ ।

କମଳା- ଆମେ ସମସ୍ତେ ଜାଣୁ ଯେ କମଳା ଭିଟାମିନ୍ ସି ର ଏକ ଉତ୍ତମ ଉତ୍ସ। ଏଥିରୁ କ୍ୟାଲସିୟମ ମଧ୍ୟ ମିଳିଥାଏ । କମଳା ଖାଇବା ଦ୍ୱାରା ଋତୁ ପରିବର୍ତ୍ତନ ଯୋଗୁ ଆମ ଶରୀରରେ ହୋଇଥିବା ସଂକ୍ରମଣକୁ କମାଇବାରେ ସାହାଯ୍ୟ କରିଥାଏ । ଏହି ଫଳ ଶରୀରକୁ ଭିତରୁ ଶକ୍ତିଶାଳୀ କରିଥାଏ।

କିୱି - ଶୀତ ଦିନରେ କିୱି ଖାଇବା ସ୍ୱାସ୍ଥ୍ୟ ପକ୍ଷେ ହିତକର । ଏଥିରେ ବହୁ ମାତ୍ରାରେ ପ୍ରୋଟିନ ରହିଛି । ଏହା ଭଲ ନିଦ ପାଇଁ ସହାୟକ । ଥଣ୍ଡା ସମୟରେ ଅଧିକ ଚର୍ବିଯୁକ୍ତ ଜିନିଷ ଖାଇବା ପରେ ମଧ୍ୟ ଏହା ଚର୍ବି ହ୍ରାସ କରିବାରେ ସାହାଯ୍ୟ କରିଥାଏ ।

କଦଳୀ - ଶୀତଦିନେ ସବୁଦିନ କଦଳୀ ଖାଇବା ବହୁତ ଲାଭଦାୟକ ଅଟେ। ଏଥିରୁ କ୍ୟାଲସିୟମ ପ୍ରଚୁର ପରିମାଣରେ ମିଳିଥାଏ । ଏହା ଛଡ଼ା ଏଥିରେ ଫାଇବର ମଧ୍ୟ ଥାଏ । କଦଳୀ ଶରୀରରେ ଶକ୍ତି ବୃଦ୍ଧି କରିବା ସହ ହଜମ ପ୍ରକ୍ରିୟା ପାଇଁ ମଧ୍ୟ ଲାଭଦାୟକ ଅଟେ ।

ଡାଳିମ୍ବ - ଡାଳିମ୍ବ ଖାଇବା ଅତ୍ୟନ୍ତ ଲାଭଦାୟକ । ଶୀତଦିନେ ଡାଳିମ୍ବ ରକ୍ତକୁ ପତଳା କରିବାରେ ସାହାଯ୍ୟ କରିଥାଏ । ରକ୍ତଚାପ ସହିତ ହୃଦୟର ସ୍ୱାସ୍ଥ୍ୟ ପାଇଁ ଏହା ବହୁତ ଭଲ ବୋଲି ବିବେଚନା କରାଯାଏ । ଡାଳିମ୍ବ ଓଜନ ହ୍ରାସ କରିବାରେ ସୋ୍ସାପବୋ ହାଯ୍ୟ କରିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.