୩୧ ଡିସେମ୍ବର ପରଠାରୁ ନୋକିଆ ସମେତ ଆଉ କେଉଁ କେଉଁ ଫୋନ୍‌ରେ ମିଳିବନାହିଁ ହ୍ବାଟସଆପ୍ ସୁବିଧା ଜାଣନ୍ତୁ

Published By : Prameya-News7 Bureau | December 27, 2018 IST

ଆଧୁନିକ ଯୁଗରେ ସୋସିଆଲ ମିଡିଆ ବହୁତ ଉପଯୋଗୀ ହୋଇଯାଇଛି । ସୋସିଆଲ ମିଡିଆରେ ଏଭଳି କେତେକ ପ୍ଲାଟଫର୍ମ ରହିଛି ଯାହାଦ୍ବାରା ଆମେ ଆମର କେହି ପରିଚିତ ଅଥବା ଅଜଣା ବ୍ୟକ୍ତିଙ୍କ ସହ କଥାବାର୍ତ୍ତା କରିପାରୁଛୁ ।

ସୋସିଆଲ ମିଡିଆରେ ଜଣାଶୁଣା ପ୍ଲାଟଫର୍ମ ଅଥବା ଆପ୍ଲିକେସନ ହେଉଛି ହ୍ବାଟସଆପ୍ । ହ୍ବାଟସଆପ୍ ଆମ ଜୀବନର ଏକ ମହତ୍ତ୍ବପୂର୍ଣ୍ଣ ଅଂଶ ପାଲଟି ସାରିଲାଣି । ହ୍ବାଟସଆପ୍ ବିନା ନା ଆମର ଦିନର ଆରମ୍ଭ ହୁଏ ନା ଦିନର ଶେଷ ହୁଏ । ଏଥିରେ କୌଣସି ସନ୍ଦେହ ନାହିଁ ଯେ ଆଜିକାର ସମୟରେ ମେସେଜିଂ ଆପ୍ ହ୍ବାଟସଆପ୍ ସବୁଠାରୁ ଅଧିକ ବ୍ୟବହାର ହେଉଥିବା ଆପ୍ । ଫଳରେ ଏଥିପାଇଁ କମ୍ପାନୀ ବିଭିନ୍ନ ସମୟରେ ଉପଭୋକ୍ତାମାନଙ୍କୁ ଅଫର୍ ମଧ୍ୟ ଦେଇଥାଏ ।

{"id":67683,"width":581,"height":437}

ଏଭଳି ସମୟରେ ପୁଣି ଥରେ ହ୍ବାଟସଆପ୍ ଅପଡେଟ୍ ହେବାକୁ ଯାଉଛି । ଯାହା ଫଳରେ କେତେକ ଉପଭୋକ୍ତା ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ୩୧ ଡିସେମ୍ବର ପରଠାରୁ କେତେକ ପୁରୁଣା ଅପରେଟିଙ୍ଗ ସିଷ୍ଟମରେ ହ୍ବାଟସଆପ୍ ସପୋର୍ଟ କରିବନାହିଁ । ଏହା ପଛରେ ରହିଥିବା କାରଣ ହେଉଛି ହ୍ବାଟସଆପ୍ ଏବେ ଏହି ଫୋନ୍ ଗୁଡିକରେ ତାର ଫିଚର ଡେଭଲପ କରିବନାହିଁ । ଏହା ଫଳରେ ହ୍ବାଟସଆପ୍ ର କେତେକ ଫିଚର ଆପେ ଆପେ ବନ୍ଦ ହୋଇଯାଇପାରେ ।

ଏ ସମ୍ବନ୍ଧରେ ହ୍ବାଟସଆପ୍ କହିଛି ଯେ, “ଏଭଳି ନିଷ୍ପତ୍ତି ଏଥିପାଇଁ ନିଆଗଲା କାରଣ ଏହି ପ୍ଲାଟଫର୍ମରେ ସକ୍ରିୟତା ସହ ଫିଚର ଡେଭଲପ କରାଯିବନାହିଁ । କେତେକ ଫିଚର କୌଣସି ମୂହୁର୍ତ୍ତରେ ମଧ୍ୟ ବନ୍ଦ ହୋଇଯାଇପାରେ ।”

{"id":67684}

ସୂଚନା ଅନୁସାରେ ହ୍ବାଟସଆପ୍ ଗତ ବର୍ଷ ଶେଷରେ ଏଭଳି କିଛି ପରିବର୍ତ୍ତନ କରିଥିଲା । ୩୧ ଡିସେମ୍ବର ୨୦୧୭ ପରେ ଓ୍ବିଣ୍ଡୋଜ ଫୋନ୍ ୮.୦, ବ୍ଲାକବେରୀ ଓଏସ ଏବଂ ବ୍ଲାକବେରୀ ୧୦ର ଉପଭୋକ୍ତାମାନଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା । ଏଥିପାଇଁ କିଛି ଲୋକଙ୍କୁ ବାଧ୍ୟ ହୋଇ ନିଜର ଫୋନ୍ ବଦଳାଇବା ପାଇଁ ପଡିଥିଲା ।

ବର୍ତ୍ତମାନର ପରିବର୍ତ୍ତନ ଯୋଗୁଁ ନୋକିଆର ପୁରୁଣା ଅପରେଟିଙ୍ଗ ସିଷ୍ଟମ ବ୍ୟବହାର କରୁଥିବା ଉପଭୋକ୍ତାଙ୍କୁ ଅଧିକ ସମସ୍ୟା ହେବ । ଅପରେଟିଙ୍ଗ ସିଷ୍ଟମ ନୋକିଆ ଏସ୪୦ରେ ଚାଲୁଥିବା ଫୋନ୍ ଗୁଡିକରେ ୩୧ଡିସେମ୍ବର ୨୦୧୮ପରଠାରୁ ହ୍ବାଟସଆପ୍ କାମ କରିବ ନାହିଁ ।

{"id":67685,"width":577,"height":434}

ଏହା ବ୍ୟତୀତ ଆଣ୍ଡ୍ରଏଡ ୨.୩.୭ ଏବଂ ଏହାଠାରୁ ପୁରୁଣା ଭର୍ସନ ସହ ଆଇଫୋନ୍ ଆଇଓଏସ୭ ଏବଂ ଏହାଠାରୁ ପୁରୁଣା ଅପରେଟିଙ୍ଗ ସିଷ୍ଟମରେ ୧ ଫେବ୍ରୁଆରୀ ୨୦୨୦ ପରେ ହ୍ବାଟସଆପ୍ କାମ କରିବନାହିଁ ।

ହ୍ବାଟସଆପ୍ ଖୁବ୍ ଶୀଘ୍ର ଆଇଓଏସ ଉପଭୋକ୍ତାଙ୍କ ପାଇଁ ଫେସ୍ ଆଇଡି ଅଥବା ଟଚ୍ ଆଇଡିର ଫିଚର ଜାରି କରିବାକୁ ଯାଉଛି । ହ୍ବାଟସଆପ୍ ରେ ନୂଆ ସିକ୍ୟୁରିଟି ଫିଚର ଆସିବା ପରେ କୌଣସି ଦ୍ବିତୀୟ ବ୍ୟକ୍ତି ଆପଣଙ୍କ ହ୍ବାଟସଆପ୍ ମେସେଜ ପଢିପାରିବେ ନାହିଁ । ଅର୍ଥାତ୍ ଆପଣଙ୍କ ଗୋପନୀୟତା ଉପରେ ଅଧିକ ଧ୍ୟାନ ଦିଆଯାଇଛି ।

୨୦୧୮ରେ ହ୍ବାଟସଆପ୍ ଏପର୍ଯ୍ୟନ୍ତ ଗ୍ରୁପ୍ ଭିଡିଓ କଲିଂ ଏବଂ ଭଏସ୍ କଲିଂ, ହ୍ବାଟସଆପ୍ ପେମେଣ୍ଟ ଏବଂ ହ୍ବାଟସଆପ୍ ଷ୍ଟିକର ଫିଚର ଜାରି କରିସାରିଛି । ହ୍ବାଟସଆପ୍ ଏ ପର୍ଯ୍ୟନ୍ତ ଜାରି କରିଥିବା ଫିଚରଠାରୁ ଅଧିକ ସିକ୍ୟୁରିଟି ଫିଚର ଆଣିବାକୁ ଯାଉଛି ।

ସୂଚନା ଅନୁସାରେ ବର୍ତ୍ତମାନ ସାରା ବିଶ୍ବରେ ହ୍ବାଟସଆପ୍ ଉପଭୋକ୍ତାଙ୍କ ସଂଖ୍ୟା ୧୫୦କୋଟି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.