Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ଗୋଟିଏ ଛାତ ତଳେ ରୁହନ୍ତି ଏ ଦୁଇଜଣ ଲୋକପ୍ରିୟ ସୁନ୍ଦରୀ ଅଭିନେତ୍ରୀ, ଜାଣନ୍ତୁ କଣ ସମ୍ପର୍କ ଏମାନଙ୍କ ମଧ୍ୟରେ

11/03/2019 at 2:11 PM

ମୁମ୍ବାଇ ୧୧/୩: ଟେଲିଭିଜନ ଜଗତରେ ଏପରି କେତେକ ଷ୍ଟାର ଅଛନ୍ତି ଯେଉଁମାନଙ୍କ ରିଲ୍ ଲାଇଫରେ କେବଳ ନୁହେଁ ରିୟଲ ଲାଇଫରେ ମଧ୍ୟ ନିବିଡ ସମ୍ପର୍କ ଦେଖିବାକୁ ମିଳିଥାଏ। ଆଜି ଆମେ ଟିଭି ଜଗତର ଏପରି ୨ଜଣ ପ୍ରସିଦ୍ଧ ଅଭିନେତ୍ରୀଙ୍କ ବିଷୟରେ ଜାଣିବା ଯେଉଁମାନେ କେବଳ ପରଦାରେ ଏକାଠି ରହୁନାହାନ୍ତି, ବରଂ ବାସ୍ତବ ଜୀବନରେ ମଧ୍ୟ ଗୋଟିଏ ଘରେ ଏକାଠି ରହୁଛନ୍ତି ଆଉ ସେମାନଙ୍କ ମଧ୍ୟରେ ରହିଛି ମଧୁର ସମ୍ପର୍କ ।  

ଟେଲିଭିଜନର ହିଟ୍ ଶୋ ‘ଆପ କେ ଆ ଜାନେ ସେ’ ସିରିୟଲ୍ ତ ଆପଣ ଦେଖିଥିବେ ନିଶ୍ଚୟ । ଏଥିରେ ମୁଖ୍ୟ ଭୂମିକାରେ ସୁହାସୀ ଧାମି ଅଭିନୟ କରୁଛନ୍ତି। ସେ ଏହି ସିରିୟଲରେ ବେଦିକା ଭୂମିକାରେ ଅଭିନୟ କରିଛନ୍ତି। ସେ ସାହାରା ଓ୍ବାନର ‘ରାତ ହୋନେ କୋ ହେ’ରୁ ତାଙ୍କ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ଏହା ପରେ ସୁହାସୀ ‘ହୋମ୍ ସ୍ବିଟ୍ ହୋମ୍’,‘ୟାହାଁ ମେ ଘର ଘର ଖେଲି’,‘ନଚ ବଲିୟେ ସିଜନ-୫’,‘ଆଜ କି ହାଉସ ଓ୍ବାଇଫ ହେ ସବ ଜାନତି ହେ’ ଭଳି ଅନେକ ଟିଭି ସିରିୟଲରେ ଅଭିନୟ କରିଛନ୍ତି। ସେ ଦେଖିବାକୁ ଯେତେ ସୁନ୍ଦର ଅଭିନୟ ମଧ୍ୟ ସେତିକି ସୁନ୍ଦର କରିଥାଆନ୍ତି।

ସୁହାସୀ କିଛି ଦକ୍ଷିଣ ଭାରତୀୟ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି। ସୁହାସୀ ଭାରତନାଟ୍ୟମରେ ନିପୁଣା। ଏହା ବ୍ୟତୀତ ସେ ଗାୟକ କେକେଙ୍କ ହମସଫର ଆଲବମର ‘ଆସମାନ କେ’ ଗୀତରେ ଅଭିନୟ କରିଥିଲେ। ସୁହାସୀ ଲୋକପ୍ରିୟ ଟିଭି ଅଭିନେତ୍ରୀ ଦୃଷ୍ଟି ଧାମିଙ୍କ ସହ ଗୋଟିଏ ଘରେ ରହନ୍ତି । ମଧୁବାଲା ନାଁରେ ଜଣାଯାଉଥିବା ଅଭିନେତ୍ରୀ ଦୃଷ୍ଟି ଧାମି ମଧ୍ୟ ଟିଭି ଦୁନିଆର ରାଣୀ। ଦୃଷ୍ଟି ଧାମି ଟିଭି ଜଗତରେ ସବୁଠୁ ଅଧିକ ଫିସ୍ ନେଉଥିବା ଅଭିନେତ୍ରୀ। ସେ ‘‘ଗୀତ ହୁଇ ସବସେ ପରାଇ’’,‘‘ମଧୁବାଲା ଏକ ଇସ୍କ ଏକ ଜୁନୁନ’’,‘‘ଏକ ଥା ରାଜା ଏକ ଥି ରାନୀ’’ ଏବଂ ପରଦେସ ମେ ହେ ମେରା ଦିଲ’’ ଭଳି ଲୋକପ୍ରିୟ ଧାରାବାହିକରେ କାମ କରିଛନ୍ତି। ଶେଷ ଥର ତାଙ୍କୁ କଲର୍ସ ଚ୍ୟାନେଲର ‘‘ସିଲସିଲେ ବଦଲତେ ରିସ୍ତୋ କା’’ରେ ନନ୍ଦିନୀ ଭୂମିକାରେ ଅଭିନୟ କରୁଥିବାର ଦେଖାଯାଇଥିଲା।

ତେବେ ଏବେ ପ୍ରଶ୍ନ ଉଠୁଛି ଏହି ଦୁଇଜଣ ପ୍ରସିଦ୍ଧ ତଥା ସୁନ୍ଦରୀ ଅଭିନେତ୍ରୀ କାହିଁକି ଗୋଟିଏ ଛାତ ତଳେ ଏକାଠି ରହୁଛନ୍ତି । କଣ ସମ୍ପର୍କ ରହଛି ଏମାନଙ୍କ ମଧ୍ୟରେ ? ପ୍ରକୃତରେ ଏମାନେ ନଣନ୍ଦ ଓ ଭାଉଜ । ଦୃଷ୍ଟିଙ୍କ ଭାଇ ଜୟଶୀଳ ଧାମି ସୁହାସୀଙ୍କୁ ବିବାହ କରିଛନ୍ତି। ଜୟଶୀଳ ଜଣେ ପ୍ରଫେସନାଲ ଆଇଟି ଇଞ୍ଜିନିୟର। ସୁହାସୀ ନିଜ ଅସଲ ଜୀବନରେ ମଧ୍ୟ ମାଆ ହୋଇସାରିଛନ୍ତି। ତାଙ୍କ ପୁଅଙ୍କ ନାଁ କବୀର ଧାମି।

ଏହିପରିଭାବେ ଦୁଇ ଅଭିନେତ୍ରୀ ଏକାଠି ଗୋଟିଏ ଘରେ ରୁହନ୍ତି। ଏମାନଙ୍କ ମଧ୍ୟରେ ନିଜ ଭଉଣୀ ଭଳି ଭଲ ପାଇବା ରହିଛି। ସୁହାସୀ ଏକ ସାକ୍ଷାତକାରରେ କହିଥିଲେ ‘‘ମୋର ଏବଂ ମୋ ନଣନ୍ଦଙ୍କ ପେଶା ସମାନ କିନ୍ତୁ ଆମ ଦୁଇଜଣଙ୍କ ଭିତରେ ପ୍ରତିଯୋଗୀତା ମନୋଭାବ କେବେ ଆସିନାହିଁ’’।

   Related Posts