ମୁମ୍ବାଇ୬|୧: ଫିଲ୍ମଟି 'ଏକ୍ ଭିଲେନ୍' ପରେ ଏବେ ପରଦାକୁ ଆସିବ 'ଏକ୍ ଭିଲେନ୍ ୨'। ଏହି ଫିଲ୍ମଟି ପ୍ରଥମ ପାର୍ଟର ସିକ୍ୱେଲ୍ ହେବ ନାହିଁ ବୋଲି କୁହାଯାଉଛି। ଏହି ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ମୋହିତ ସୂରୀ।୨୦୧୪ ମସିହାରେ'ଏକ୍ ଭିଲେନ୍' ଫିଲ୍ମ ରିଲିଜ୍ ହୋଇଥିଲା।
{"id":207754,"width":574,"height":574,"sizeSlug":"large"}ଏଥିରେ ମୁଖ୍ୟ ଭୂମିକାରେ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ସହ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଓ ରିତେଶ ଦେଶ୍ମୁଖ ଅଭିନୟ କରିଥିଲେ। ରିତେଶ ଏଥିରେ ଭିଲେନ୍ ତଥା ଖଳନାୟକ ଭୂମିକାରେ ଅଭିନୟ କରିଥିଲେ। ଫିଲ୍ମରେ ରିତେଶଙ୍କ ଅଭିନୟ ଦର୍ଶକ ବହୁତ ପସନ୍ଦ କରିଥିଲେ। କାରଣ ପ୍ରଥମ ଥର ପାଇଁ ରିତେଶଙ୍କୁ ଏଭଳି ଚରିତ୍ରରେ ଦେଖିବାକୁ ମିଳିଥିଲା।
{"id":207755,"sizeSlug":"large"}'ଏକ୍ ଭିଲେନ୍ ୨'ରେ ମୁଖ୍ୟ ଭୂମିକାରେ ଜନ୍ ଆବ୍ରାହମ୍ ଓ ଆଦିତ୍ୟ ରୟ କପୁର ଅଭିନୟ କରିବେ। ତେବେ ଫିଲ୍ମର ଅଭିନେତ୍ରୀ କିଏ ହେବେ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ସୂଚନାଯୋଗ୍ୟ ଯେ, ଏହି ଫିଲ୍ମଟି ଏକ ଲଭ୍ଷ୍ଟୋରୀ ନେଇ ନିର୍ମାଣ ହେବ। ଫିଲ୍ମରେ ଜନ୍ ଓ ଆଦିତ୍ୟଙ୍କ ମଧ୍ୟରୁ କିଏ ହିରୋ ଓ କିଏ ଭିଲେନ୍ ହେବ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ।
{"id":207756,"sizeSlug":"large"}କିଛିଦିନ ପୂର୍ବରୁ ଜନ୍ ଓ ଆଦିତ୍ୟଙ୍କୁ ମୋହିତ୍ ସୂରୀ ଫିଲ୍ମର କାହାଣୀ ଶୁଣାଇଥିଲେ। ଫିଲ୍ମର କାହାଣୀ ସେମାନଙ୍କୁ ଖୁବ ପସନ୍ଦ ଆସିଥିଲା। ଏହାପରେ ଦୁହେଁ ଫିଲ୍ମ ସାଇନ୍ କରିଥିଲେ। 'ଏକ୍ ଭିଲେନ୍'ର କାହାଣୀ ଓ ଗୀତ ହିଟ୍ ହୋଇଥିଲା। ରିପୋର୍ଟ ଅନୁସାରେ 'ଏକ୍ ଭିଲେନ୍ ୨'ରେ ମଧ୍ୟ ଭଲ ଗୀତ ରହିବ। ଚଳିତ ବର୍ଷ ହିଁ ଏହି ଫିଲ୍ମର ଶୁଟିଂ ଆରମ୍ଭ ହେବ ବୋଲି କୁହାଯାଉଛି।