ଟେଲିଭିଜନ ଜଗତର ଏହି ୬ଜଣ ଅଭିନେତ୍ରୀ ବୟସରେ ନିଜ ସ୍ବାମୀଙ୍କଠୁ ବଡ଼ : ଜାଣନ୍ତୁ କିଏ ଏମାନେ?

Published By : Prameya-News7 Bureau | March 16, 2019 IST

ମୁମ୍ବାଇ ୧୬/୩: ଟେଲିଭିଜନ ଜଗତରେ ଏପରି କେତେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ତାଙ୍କ ସ୍ବାମୀଙ୍କଠୁ ବୟସରେ ବଡ଼ । ସେମାନେ ହେଲେ

{"id":94183,"width":592,"height":390}

୧.ମାହି ବିଜ : ଟିଭି ଅଭିନେତ୍ରୀ ମାହି ବିଜଙ୍କ ଜନ୍ମ ୧୯୮୨ ଅପ୍ରେଲ୍ ୧ତାରିଖରେ ହୋଇଥିବାବେଳେ ଜୟ ଭାନୁଶାଳୀଙ୍କ ଜନ୍ମ ୧୯୮୪ମସିହା ଡିସେମ୍ବର ୨୫ତାରିଖରେ ହୋଇଥିଲା। ଦୁହେଁ ୨୦୧୧ମସିହାରେ ବିବାହ କରିଥି​‌ଲେ। ମାହି ଜୟଙ୍କଠୁ ୨ବର୍ଷ ବଡ଼।

{"id":94184,"width":593,"height":391}

୨.ସନାୟା ଇରାନୀ: ସନାୟା ଟିଭି ଜଗତର  ଜଣେ ଜଣାଶୁଣା ଅଭିନେତ୍ରୀ। ସନାୟାଙ୍କ ଜନ୍ମ ୧୯୮୩ମସିହା ସେପ୍ଟେମ୍ବର ୧୭ତାରିଖରେ ହୋଇଥିବାବେଳେ ମୋହିତ ସେହେଗଲଙ୍କ ଜନ୍ମ ୧୯୮୫ମସିହା ଡିସେମ୍ବର ୩ତାରିଖରେ ହୋଇଥିଲା। ସନାୟା ତାଙ୍କ ସ୍ବାମୀଙ୍କଠୁ ୨ବର୍ଷ ବଡ଼।

{"id":94185,"width":593,"height":445}

୩.ୟୁବିକା ଚୈାଧୁରୀ: ୟୁବିକା ନିଜ ସ୍ବାମୀ ପ୍ରିନ୍ସ ନରୁଲାଙ୍କଠୁ ୭ବର୍ଷ ବଡ଼। ଦୁହେଁ ଗତବର୍ଷ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।

{"id":94186,"width":593,"height":288}

୪.ତିଜେ ସିଦ୍ଧୁ : ତିଜେ ସିଦ୍ଧୁ ସ୍ବାମୀ କରଣବୀର ବୋହରାଙ୍କଠୁ ୨ବର୍ଷ ବଡ଼। ଦୁହେଁ ୨୦୦୬ରେ ବିବାହ କରିଥିଲେ । ଏବେ ତାଙ୍କର ଦୁଇଟି ଯାଆଁଳା ଝିଅ ଅଛନ୍ତି।

{"id":94187,"width":592,"height":334}

୫.ତନାଜ ଈରାନୀ:ତନାଜ ଇରାନୀ ୨୦୦୭ରେ ବଖ୍ତିଆର ଇରାନୀଙ୍କୁ ବିବାହ କରିଥିଲେ। ସେ ନିଜ ସ୍ବାମୀଙ୍କଠୁ ୭ବର୍ଷ ବଡ଼।

{"id":94188,"width":592,"height":444}

୬.କିଶ୍ବର ମର୍ଚାଣ୍ଟ: ଟିଭି ଜଗତର ଲୋକପ୍ରିୟ ଅଭିନେତ୍ରୀ କିଶ୍ବର ମର୍ଚାଣ୍ଟ ୨୦୧୬ରେ ସୂୟାଶ ରାୟଙ୍କୁ ବିବାହ କରିଥିଲେ। ଦୁହେଁ ୭ବର୍ଷ ଯାଏଁ ପରସ୍ପରକୁ ଡେଟ୍ କରିଥିଲେ। ସୂୟାଶ କିଶ୍ବରଙ୍କଠୁ ୮ବର୍ଷ ସାନ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.