Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ରିୟଲ ଲାଇଫରେ ଏହି ଟେଲିଭିଜନ ଅଭିନେତ୍ରୀମାନେ ପିଅନ୍ତି ସିଗାରେଟ ଏବଂ ମଦ : ଜାଣନ୍ତୁ କିଏ?

3/08/2019 at 3:23 PM

ମୁମ୍ବାଇ ୩/୮: ଟିଭି ଇଣ୍ଡଷ୍ଟ୍ରିରେ ଏପରି ଅନେକ ସୁନ୍ଦରୀ ଅଭିନେତ୍ରୀଙ୍କୁ ଧାରାବାହିକରେ ସଂସ୍କାରୀ ବୋହୂ କିମ୍ବା ଝିଅ ରୂପରେ ଦେଖାଯାଇଛି। ତାଙ୍କ ଚରିତ୍ରରେ,ତାଙ୍କୁ ଅତ୍ୟନ୍ତ ସଂସ୍କାରୀ ଏବଂ ଉତ୍ତମ ଚରିତ୍ର ଥିବା ମହିଳା ଭାବେ ଦେଖାଯାଇଛି। କିନ୍ତୁ କେତେକ ଅଭିନେତ୍ରୀ ନିଜ ବାସ୍ତବ ଜୀବନରେ ଅତ୍ୟନ୍ତ ଉନ୍ନତ। ସେମାନେ ସିଗାରେଟ ଟାଣିବା ସହ ମଦ ମଧ୍ୟ ପିଇଥାଆନ୍ତି। ଆଜି ଆ​‌ମେ ଜାଣିବା ଏପରି କେତେକ ଟିଭି ଅଭିନେତ୍ରୀଙ୍କ ବିଷୟରେ

୧.ଟିନା ଦତ୍ତ : ଟିନା ଦତ୍ତଙ୍କୁ ଧାରାବାହିକ ‘ଉତ୍ତରନ’ରେ ଏକ ବୋହୂ ଭାବେ ଦେଖାଯାଇଥିଲା। ତାଙ୍କ କ୍ୟାରିୟରରେ ତାଙ୍କୁ ଅଧିକାଂଶ ସମୟରେ ବୋହୂ ଭୂମିକାରେ ଦେଖିବାକୁ ମିଳେ। ଟିନା ତାଙ୍କ ବାସ୍ତବ ଜୀବନରେ ମଦ ଏବଂ ସିଗାରେଟ ଟାଣିବାକୁ ଭଲ ପାଆନ୍ତି। ତାଙ୍କୁ ଅନେକ ଥର ମଦ ପିଉଥିବାର ଦେଖାଯାଇଛି।

୨.ସାରା ଖାନ୍ : ସାରା ଖାନ୍ ଅନେକ ଟିଭି ଧାରାବାହିକରେ ଏକ ସଂସ୍କାରୀ ଏବଂ ଭଲ ଝିଅ ରୂପରେ ନଜର ଆସିଛନ୍ତି। ସେ ତାଙ୍କ ବ୍ୟକ୍ତିଗତ ଜୀବନରେ ମଦ ପିଇବାକୁ ଏବଂ ଧୂମପାନ କରିବାକୁ ବହୁତ ଭଲ ପାଆନ୍ତି। ଅନେକ ଥର ତାଙ୍କୁ ଏପରି ଅବସ୍ଥାରେ ଦେଖାଯାଇଛି।

୩. ଅଚିନ୍ତ କୈାର : ଅଚିନ୍ତ କୈାର ଟିଭିର ପ୍ରସିଦ୍ଧ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ। ସେ ଅନେକ ଟିଭି ଧାରାବାହିକ କରିବା ସହ ଫିଲ୍ମରେ ଉତ୍କୃଷ୍ଟ କାମ କରିଛନ୍ତି। ରିୟଲ ଲାଇଫରେ ଅଚିନ୍ତ କୈାର ମଦ ଏବଂ ସିଗାରେଟ ବହୁତ ପସନ୍ଦ କରନ୍ତି।

୪.ସୁମୋନା ଚକ୍ରବର୍ତ୍ତୀ : କପିଳ ଶର୍ମା ଶୋ ରୁ ଲୋକପ୍ରିୟହା ହାସଲ କରିଥିବା ସୁମୋନା ଚକ୍ରବର୍ତ୍ତୀ ଅନେକ ଟିଭି ଧାରାବାହିକରେ କାମ କରିଛନ୍ତି। ତାଙ୍କୁ ସୁଟିଂ ସେଟରେ ସିଗାରେଟ ଟାଣୁଥିବା ଦେଖାଯାଇଛି। କିନ୍ତୁ ଏବେ ସେ ସିଗାରେଟ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି।

୫. ସୋନାଲିକା ଯୋଶୀ : ପ୍ରସିଦ୍ଧ ଟିଭି ଧାରାବାହିକ ‘ତାରକ ମେହେତା କା ଉଲଟା ଚଶମା’ ରେ ମାଧବୀ ଭାବିଙ୍କ ଭୂମିକାରେ ଅଭିନୟ କରୁଥିବା ଏହି ଅଭିନେତ୍ରୀ ସିଗାରେଟ ପିଇବାକୁ ବହୁତ ଭଲ ପାଆନ୍ତି। ନିଜ ଚରିତ୍ର କାରଣରୁ ସୋନାଲିକା ପ୍ରଶଂସକଙ୍କ ହୃଦୟରେ ସ୍ଥାନ ସୃଷ୍ଟି କରିପାରିଛନ୍ତି।

   Related Posts