Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ପରଲୋକରେ ବରିଷ୍ଠ ଅଭିନେତା ରବି ମିଶ୍ର
  • ||
  • ସାଲେପୁର : ସାଲେପୁରରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ
  • ||
  • ଝାରସୁଗୁଡା : ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା ଘଟଣା , ଚିକିତ୍ସାଧିନ ଅବସ୍ଥାରେ ପ୍ରେମିକାଙ୍କ ମୃତ୍ୟୁ, ପୂର୍ବରୁ ଜୀବନ ହାରିଥିଲେ ପ୍ରେମିକ
  • ||
  • ବ୍ରହ୍ମପୁର : ଗୁଳି ମାଡରେ ବେଗୁନିଆପଡା ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ଦେବେନ୍ଦ୍ର ସାହୁଙ୍କ ମୃତ୍ୟୁ
  • ||
  • କଳାହାଣ୍ଡି : ୧୦ଲକ୍ଷ ଟଙ୍କାର ବାଘ ଛାଲ ଜବତ, ୨ ଗିରଫ
  • ||
  • ୨ଦିନରେ ଦୁଇ ଜୀବନ : ଢେଙ୍କାନାଳରେ ହାତୀ ଆକ୍ରମଣରେ ପୁଣି ଜଣେ ମୃତ
  • ||
  • ଭାରସାମ୍ୟ ହରାଇ କାର୍‌-ଟାଟା ମ୍ୟାଜିକ ଉପରେ ଓଲଟିଲା ଟ୍ରକ, ଚାଲିଗଲା ୧୩ଜଣଙ୍କ ଜୀବନ
  • ||

ହୀରା,ପନ୍ନା,ମାଣିକ ଭଳି କାମ କରିଥାଏ ଏହି ସବୁ ଗଛର ମୂଳ : ଧାରଣ କଲେ ବଦଳିଯାଏ ଭାଗ୍ୟ

20/07/2019 at 10:41 AM

ଜାତକର ଗ୍ରହ ଦୋଷ ଦୂର କରିବା ପାଇଁ  ଯଦି ଆପଣ ମହଙ୍ଗା ରତ୍ନ ପଥର କିଣି ପାରୁନାହାନ୍ତି ତେବେ ନିରାଶ ହୁଅନ୍ତୁ ନାହିଁ। ସନାତନ ପରମ୍ପରା ଅନୁସାରେ ପୂଜା କରାଯାଉଥିବା ସବୁ ପ୍ରକାରର ପବିତ୍ର ଗଛର ମୂଳ ଅତ୍ୟନ୍ତ ଶୁଭ ଫଳଦାୟକ ହୋଇଥାଏ। ଏହାକୁ ଧାରଣ କରିବା ଦ୍ବାରା ଚମତ୍କାର ହୋଇଥାଏ। ଆସନ୍ତୁ ଜାଣିବା କେଉଁ ଗଛର ମୂଳରେ କେଉଁ ଗ୍ରହର ଦୋଷ ଦୂର ହୋଇଥାଏ।

  • ସୂର୍ଯ୍ୟଙ୍କ କୃପା ପାଇବା ପାଇଁ ଏବଂ ଏହା ସମ୍ବନ୍ଧୀୟ ଦୋଷ ଦୂର କରିବା ପାଇଁ ବେଲଗଛର ମୂଳ ନାଲି କିମ୍ବା ଗୋଲାପି କପଡ଼ାରେ ବାହୁରେ ରବିବାର ଦିନ ଧାରଣ କରନ୍ତୁ।
  • ଚନ୍ଦ୍ରଙ୍କ କୃପା ପାଇବା ପାଇଁ ଏବଂ ଏହା ସମ୍ବନ୍ଧୀୟ ଦୋଷ ଦୂର କରିବା ପାଇଁ ଧଳା କପଡ଼ାରେ ଖିରନି ଗଛର ଜଡ଼କୁ ସୋମବାର ଧାରଣ କରନ୍ତୁ।
  • ମଙ୍ଗଳ ଗ୍ରହର ଶୁଭ ପ୍ରଭାବ ପାଇଁ ଅନନ୍ତମୂଳର ଚେରକୁ ନାଲି କପଡ଼ାରେ ମଙ୍ଗଳବାର ଧାରଣ କରନ୍ତୁ।
  • ବୁଧ ଗ୍ରହର କୃପା ପାଇବା ପାଇଁ ସବୁଜ କପଡ଼ାରେ ବିଧାରା ମୂଳକୁ ବୁଧବାର ଧାରଣ କରନ୍ତୁ।
  • ବୃହସ୍ପତି ଗ୍ରହର କୃପା ପାଇବା ପାଇଁ କଦଳୀ ମୂଳକୁ ବୃହସ୍ପତି ବାର ଦିନ ହଳଦିଆ କପଡ଼ାରେ ବାହୁରେ ଧାରଣ କରନ୍ତୁ।
  • ଶୁକ୍ର ଗ୍ରହର କୃପା ପାଇବା ପାଇଁ ଗୁଲରର ମୂଳକୁ ଧଳା କପଡ଼ାରେ ଧାରଣ କରନ୍ତୁ।
  • ଶନିଦେବଙ୍କ କୃପା ପାଇବା ପାଇଁ ଶମି ଗଛର ମୂଳକୁ ନୀଳ କପଡ଼ାରେ ବାନ୍ଧି ଧାରଣ କରନ୍ତୁ।
  • ରାହୁ ସହ ସମ୍ବନ୍ଧିତ ଦୋଷକୁ ଦୂର କରିବା ପାଇଁ ଧଳା ଚନ୍ଦନର ଟୁକୁରାକୁ ନୀଳ କପଡ଼ାରେ ବୁଧବାର ଦିନ ଧାରଣ କରନ୍ତୁ।
  • କେତୁ ସହ ସମ୍ବନ୍ଧୀୟ ଦୋଷକୁ ଦୂର କରିବା ପାଇଁ ଅଶ୍ବଗନ୍ଧାର ମୂଳକୁ ନୀଳ ରଙ୍ଗର କପଡ଼ାରେ ବୃହସ୍ପତିବାର ଦିନ ଧାରଣ କରନ୍ତୁ।

   Related Posts