Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ଏହି ୩ଟି ରାଶିର ବ୍ୟକ୍ତିଙ୍କ ଉପରେ ସବୁବେଳେ ଶନି ଦେବତାଙ୍କର ଥାଏ ଭଲ ଦୃଷ୍ଟି : ସବୁ କାର୍ଯ୍ୟରେ ହୋଇଥାନ୍ତି ସଫଳ

15/09/2020 at 9:57 AM

ନ୍ୟାୟର ଦେବତା ଶନି କର୍ମର ଗ୍ରହ ଜଣା ଯାଆନ୍ତି। ତାଙ୍କ କୋପଦୃଷ୍ଟିରୁ ବର୍ତ୍ତିବା ପାଇଁ ଲୋକେ କ’ଣ କ’ଣ ନ କରନ୍ତି। ଶନି ସବୁବେଳେ ପରିଶ୍ରମୀ ଲୋକଙ୍କ ସାଥ ଦିଅନ୍ତି। ତାଙ୍କ କୃପା ଲୋକଙ୍କ ଉପରେ ରହିଲେ ସେ ରଙ୍କଙ୍କୁ ରାଜା ଏବଂ ରାଜାଙ୍କୁ ରଙ୍କ ମଧ୍ୟ କରି ପାରିବେ। ଗରିବଙ୍କ ସେବା କରୁଥିବା ଏବଂ କର୍ମଠ ଲୋକଙ୍କ ଉପରେ ତାଙ୍କର ସବୁବେଳେ ଭଲ ଦୃଷ୍ଟି ରହିଥାଏ। ଶନି କିଛି ରାଶି ଉପରେ ସବୁବେଳେ ଦୟାବାନ୍ ରହିଥାନ୍ତି। କୁହାଯାଏ ଯେ ଏହି ରାଶିଗୁଡ଼ିକ ଶନି ଦେବତାଙ୍କ ପସନ୍ଦର ରାଶି ହୋଇଥାନ୍ତି। ଆସନ୍ତୁ ଜାଣିବା ଏହି ରାଶି ଗୁଡ଼ିକ ବିଷୟରେ

ତୁଳା : ତୁଳା ରାଶିର ବ୍ୟକ୍ତିଙ୍କ ଉପରେ ସବୁବେଳେ ଶନିଙ୍କର ଭଲ ଦୃଷ୍ଟି ରହିଥାଏ। ତୁଳା ରାଶିର ଲୋକ ବିନମ୍ର ସ୍ବଭାବର ହୋଇଥାନ୍ତି। ଏହି ଲୋକମାନେ ବିବାଦଠୁ ଦୂରରେ ରହିଥାନ୍ତି। ତୁଳା ରାଶିର ଲୋକେ ପରିଶ୍ରମ ଏବଂ ସଚ୍ଚୋଟତାରେ ଜୀବନ ନିର୍ବାହ କରିବାକୁ ପସନ୍ଦ କରିଥାନ୍ତି। ଏପରି କୁହାଯାଇଥାଏ ଯେ ଯଦି ଏହି ରାଶିର ବ୍ୟକ୍ତି ପରିଶ୍ରମୀ ଏବଂ ଗରିବଙ୍କ ସହାୟତା କରୁଥିବେ ତେବେ ତାଙ୍କୁ ନିଶ୍ଚିତ ଭାବେ ସଫଳତା ମିଳିଥାଏ।

କୁମ୍ଭ : କୁମ୍ଭ ରାଶିର ବ୍ୟକ୍ତିଙ୍କ ଉପରେ ଶନି ଦୟାବାନ୍ ରହିଥାନ୍ତି। ଶନି ଦେବତା କୁମ୍ଭ ରାଶିର ସ୍ବାମୀ ଅଟନ୍ତି। ଏହି ରାଶିର ବ୍ୟକ୍ତିଙ୍କୁ ଶନି ସବୁବେଳେ ପରିଶ୍ରମର ଫଳ ଦେଇଥାନ୍ତି। ଏମାନଙ୍କ ଅଳ୍ପ ଧ୍ୟାନ ଦେବା ଦ୍ବାରା ଶନି ଦେବତା ପ୍ରସନ୍ନ ହୋଇଥାନ୍ତି। ଏପରି କୁହାଯାଇଥାଏ ଯେ କୁମ୍ଭ ରାଶିର ବ୍ୟକ୍ତି ସିଧା ଏବଂ ଶାନ୍ତ ହୋଇଥାନ୍ତି। ଏମାନେ କୌଣସି ଜିନିଷରେ ଠକି ନଥାନ୍ତି ନ୍ୟାୟ ପ୍ରିୟ ଦେବତା ଏହି କାରଣରୁ ଲୋକଙ୍କ ଉପରେ ନିଜ କୃପା ବଜାୟ ରଖିଥାନ୍ତି। କୁମ୍ଭ ରାଶିର ବ୍ୟକ୍ତି ପରୋପକାରୀ ହୋଇଥାନ୍ତି। ଏମାନେ ସମାଜର ମଙ୍ଗଳ ପାଇଁ କିଛି ବି କରିଥାନ୍ତି। ଏହି କାରଣ ଯୋଗୁଁ ଶନି ଦେବତାଙ୍କୁ ଏହି ରାଶି ପସନ୍ଦ।

ମକର : ମକର ରାଶିର ବ୍ୟକ୍ତିଙ୍କ ଉପରେ ମଧ୍ୟ ଶନି ଦେବତାଙ୍କ ଭଲ ନଜର ରହିଥାଏ। ଶନି ଦେବତା ଏହି ରାଶିର ବ୍ୟକ୍ତିଙ୍କୁ ସବୁବେଳେ ତାଙ୍କ ଭଲ କାମ ପାଇଁ ଉଚିତ୍ ସମୟରେ ଫଳ ଦେଇଥାନ୍ତି। ଏମାନଙ୍କ ଜୀବନରେ ଖୁସି ହିଁ ଖୁସି ରହିଥାଏ। ମକର ରାଶିର ଲୋକ ଗମ୍ଭୀର ଏବଂ ସହନଶୀଳ ହୋଇଥାନ୍ତି।

   Related Posts