ସାଧାରଣତଃ ଲୋକେ ମଶାମାନଙ୍କ ପାଇଁ ଚିନ୍ତିତ ଥାନ୍ତି। କାରଣ ମଶା କାମୁଡାରେ ମଣିଷ ଅନେକ ରୋଗର ଶିକାର ହୋଇଥାଏ। ମଶାମାନଙ୍କ ଯୋଗୁଁ ମଣିଷ ଅସୁସ୍ଥ ମଧ୍ୟ ହୋଇଯାଆନ୍ତି । ତେଣୁ ମଶାମାନଙ୍କ ସମସ୍ୟା ଦୂର କରିବା ପାଇଁ ଘରେ ଏହି ୩ଟି ପ୍ରକ୍ରିୟାର ପାଳନ କରିବା ଉଚିତ୍ ।
{"id":190482,"sizeSlug":"large"}କର୍ପୁର ଜାଳିବା- ଯଦି ଘରେ ମଶାମାନଙ୍କ ସଂଖ୍ୟା ଅଧିକ ଅଛି ତାହେଲେ ସନ୍ଧ୍ୟା ହେବା ପୂର୍ବରୁ ଘରେ କର୍ପୁର ଜଳାଇବା ଜରୁରୀ। ଏହି ପ୍ରକ୍ରିୟା ଦ୍ବାରା ଘରେ ଥିବା ମଶା ଗାୟବ ହୋଇଯିବେ। କାରଣ କର୍ପୁରର ଗନ୍ଧ ପାଇଁ ମଶାମାନଙ୍କୁ ନିଶ୍ବାସ ନେବାରେ ଅସୁବିଧା ହୋଇଥାଏ। କର୍ପୁରର ଗନ୍ଧ ମଶାମାନଙ୍କ ଉପରେ ଖରାପ ପ୍ରଭାବ ପକାଏ ।
{"id":190481,"sizeSlug":"large"}ତେଜପତ୍ର ଜାଳିବା- ଘରର ପ୍ରତ୍ୟେକ ରୁମରେ ତେଜ ପତ୍ର ଜଳାଇଲେ ମଶାମାନେ ପ୍ରବେଶ କରିପାରନ୍ତି ନାହିଁ। ଏହା ଦ୍ବାରା ଘରେ ଥିବା ମଶା ମଧ୍ୟ ବାହାରିଯାଆନ୍ତି। ତେଜପତ୍ରର ଧୂଆଁ ମଶାମାନଙ୍କ ପାଇଁ କ୍ଷତିକାରକ ହୋଇଥାଏ। ଏଥିପାଇଁ ତେଜପତ୍ର ଜଳାଇଲେ କିଛି ସମୟ ମଧ୍ୟରେ ଘରୁ ମଶା ଘରୁ ପଳାଇ ଥାଆନ୍ତି ।
{"id":190479,"sizeSlug":"large"}୩- ଲବଙ୍ଗ- ଘରର ପ୍ରତି କୋଣରେ ଲବଙ୍ଗ ଛେଚି ରଖିଲେ ମଶା ସଂଖ୍ୟା କମ ହୁଅନ୍ତି। କର୍ପୁର ଜଳାଇବା ସମୟରେ ସେଥିରେ ଲବଙ୍ଗ ପକାଇଲେ ମଧ୍ୟ ଘରେ ମଶା ପଶିବେ ନାହିଁ। ଏହା ସହ ଏହି ଧୂଆଁରେ ଘରର ପରିବେଶ ମଧ୍ୟ ଭଲ ରହିବ।