ଏହି ୩ଟି ରାଜ୍ୟରେ ଲାଗୁ ହେବନି ନୂଆ ମୋଟର ଭେଇକିଲ ଅଧିନିୟ, ଜାଣନ୍ତୁ କାରଣ

Published By : Prameya-News7 Bureau | September 01, 2019 IST

ନୂଆଦିଲ୍ଲୀ:  କେନ୍ଦ୍ର ସରକାର ପ୍ରଣୟନ କରିଥିବା ନୂଆ ମୋଟର ଭେଇକିଲ ଅଧିନିୟମ ସାରା ଦେଶରେ ୧ ସେପ୍ଟେମ୍ବର ମଧ୍ୟ ରାତ୍ରରୁ ଲାଗୁ ହୋଇଯାଇଛି। ନୂଆ ମୋଟରବାହନ ଆଇନରେ ଟ୍ରାଫିକ ନିୟମରେ ସାମାନ୍ୟ ଉଲ୍ଲଂଘନ ବି ଗୁରୁତର ଅପରାଧ ପଦବାଚ୍ୟ ହୋଇଛି। ଆଗରୁ ଦେବାକୁ ପଡୁଥିବା ଜରିମାନା ଏବେ ୧୦ଗୁଣା ବୃଦ୍ଧି ହୋଇଛି। ତେବେ ଦେଶର ଏହି ୩ଟି ରାଜ୍ୟରେ ସରାକର ନୂଆ ଆଇନ ଲାଗୁ କରି ନାହାନ୍ତି। ଏହି ରାଜ୍ୟମାନେ ଅଚାନକ ସରକାରଙ୍କ ମୋଟର ଆଇନ ଲାଗୁ କରିବାକୁ ସେମାନଙ୍କ ଅସମର୍ଥତା ଜଣାଇଥିଲେ। ଏଣୁ ଆସନ୍ତୁ ଜାଣିବା କେଉଁ ରାଜ୍ୟମାନେ ଲାଗୁ କରି ନାହାନ୍ତି ନୂଆ ଆଇନ।

{"id":151950}

ସେପ୍ଟେମ୍ବର ୧ ତାରିଖ ରାତି ୧୨ଟାରୁ ଏହି ନୂଆ ଆଇନ ସାରା ଦେଶରେ ପାଳନ ହେବ। ତେବେ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ପଶ୍ଚିମବଙ୍ଗରେ ଏହି ଆଇନ ଲାଗୁ ହେବ ନାହିଁ। ତେବେ ମଧ୍ୟ ପ୍ରଦେଶ ସରକାର କାହିଁକି ଆଇନ ଲାଗୁ କରିନାହାନ୍ତି ସେ ନେଇ ଲୋକସମ୍ପର୍କ ମନ୍ତ୍ରୀ ପି.ସି ଶର୍ମା କହିଛନ୍ତି ଯେ କେନ୍ଦ୍ର ସରକାର ଆଇନ ସଂଶୋଧନରେ ଜରିମାନା ପରିମାଣ ବହୁତ ବଢେଇଦେଇଛନ୍ତି। ଏ ନେଇ ଲୋକଙ୍କୁ ପୂର୍ବରୁ ସଚେତନ କରାଯାଇ ନଥିବାରୁ ଅଚାନକ ଆଇନ ଲାଗୁ କରିବା ଜନ ଅସନ୍ତୋଷର କାରଣ ହୋଇପାରେ। ଏଣୁ ଆଇନ ନେଇ ଲୋକଙ୍କୁ ସଚେତନ କରିବା ପରେ ହିଁ ଲାଗୁ କରାଯିବ ବୋଲି କହିଛନ୍ତି।

{"id":151951}

ଆଇନରେ ବିନା ଲାଇସେନ୍ସରେ ଅପ୍ରାଧିକୃତ ବାହନ ଚାଳନା ଲାଗି ଏପର୍ଯ୍ୟନ୍ତ ଦେବାକୁ ପଡୁଥିବା ୧ ହଜାର ଟଙ୍କା ଜରିମାନାକୁ ୫ ହଜାର ଟଙ୍କା କରାଯାଇଛି। ସେହିପରି ମଦ୍ୟପାନ କରି ବାହନ ଚାଳନା କରି ଧରାପଡିଲେ ୬ ମାସ ଜେଲଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡିବ। ଦ୍ୱିତୀୟବାର ଏପରି ଅପରାଧ ଲାଗି ୨ ବର୍ଷ ଜେଲ ଓ ୧୫ ହଜାର ଟଙ୍କା ଦେବାକୁ ପଡିଥିବା ବେଳେ ନାବାଳକ ଚାଳକଙ୍କ କ୍ଷେତ୍ରରେ ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡିବ। ୨୦୧୯ର ଏହି ନୂଆ ମୋଟର ଆଇନରେ ୬୩ଟି ବିଷୟ ନୋଟିଫାଏ କରିଛନ୍ତି। ତେବେ ଅନ୍ୟ ପ୍ରାବଧାନ ନେଇ ସଡକ ପରିବହନ ଓ ରାଜମାର୍ଗ ପ୍ରାଧିକରଣ ଚିଠାପ୍ରସ୍ତୁତ କରୁଛନ୍ତି। ଖୁବ୍ ଶୀଘ୍ର ଏ ନେଇ ପ୍ରସ୍ତାବ ପ୍ରସ୍ତୁତ ହେବା ପରେ ପରବର୍ତ୍ତି ପଦକ୍ଷେପ ଗ୍ରହଣ କରାଯିବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.