Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଶ୍ରୀଲଙ୍କାର ତିନି କ୍ରିକେଟ୍‌ରଙ୍କ ଉପରେ ପଡିଲା ଚଡକ, ଭାରତ ବିପକ୍ଷ ସିରିଜ୍‌ରୁ ବାହାର

30/06/2021 at 11:24 PM

ନୂଆଦିଲ୍ଲୀ ୩୦।୦୬: ଭାରତ ବିପକ୍ଷ ସିରିଜ୍ ପୂର୍ବରୁ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ନିଜ ଦଳର ତିନି ଖେଳାଳି ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଶ୍ରୀଲଙ୍କାର ତିନି ଖେଳାଳି ନିରୋଶାନ ଡିକଓ୍ଵାଲେ, କୁଶଲ ମେଣ୍ଡିସ୍ ଓ ଧନୁଷ୍କା ଗୁଣତିଲକାଙ୍କୁ କଡା ସଜା ମିଳିଛି। ଏହି ତିନି ଖେଳାଳିଙ୍କୁ ଭାରତ ବିପକ୍ଷ ଘରୋଇ ଦିନିକିଆ ଓ ଟି-୨୦ ସିରିଜ୍‌ରେ ଦେଖିବାକୁ ମିଳିବ ନାହିଁ।

ଉଲ୍ଲେଖଯୋଗ୍ୟ, ବୁଧବାର ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ ଏହି ତିନି ଖେଳାଳିଙ୍କୁ ଜୈବ ନିରାପତ୍ତା ବଳୟ ଅର୍ଥାତ ବାୟୋ ବବଲ ନିୟମର ଉଲ୍ଲଂଘନ କରିବା ଅଭିଯୋଗରେ ନିଲମ୍ବିତ କରିଛି। ତିନି ଖେଳାଳିଙ୍କୁ ଇଂଲଣ୍ଡ ଗସ୍ତରୁ ତୁରନ୍ତ ସ୍ଵଦେଶ ଫେରି ଯିବାକୁ ବୋର୍ଡ ଆଦେଶ ଦେଇଛି। ତିନି ଖେଳାଳି ତୃତୀୟ ଟି-୨୦ରେ ପରାଜୟ ପରେ ରବିବାର ରାତିରେ ଡରହମ ରାସ୍ତାରେ ବୁଲୁଥିବା ଦେଖିବାକୁ ମିଳିଥିଲା।

ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡର ସଂପାଦକ ମୋହନ ଡି ସିଲଭା କହିଥିଲେ, ଶ୍ରୀଲଙ୍କା କ୍ରିକେଟ୍‌ର କାର୍ଯ୍ୟକାରୀ କମିଟି କୁଶଲ ମେଣ୍ଡିସ, ଧନୁଷ୍କା ଗୁଣାତିଳକା ଓ ନିରୋଶାନ ଡିକଓ୍ଵାଲେଙ୍କୁ ଜୈବ ନିରାପତ୍ତା ବଳୟ ଉଲ୍ଲଂଘନ କରିବା ଅପରାଧରେ ଦଳରୁ ନିଲମ୍ବିତ କରିଛି। ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ଜୁଲାଇ ୧୩ରୁ ତିନୋଟି ଦିନିକିଆ ଓ ତିନୋଟି ଟି-୨୦ ମ୍ୟାଚ୍ କରାଯିବ।

   Related Posts