ଡିସେମ୍ବର ୧୬ରୁ ବଦଳିଲା ୩ଟି ବଡ଼ ନିୟମ, ସିଧାସଖଳ ଆପଣଙ୍କ ଜୀବନରେ ପଡିବ ପ୍ରଭାବ
16/12/2019 at 4:17 PM

ନୂଆଦିଲ୍ଲୀ୧୬/୧୨: ଡିସେମ୍ବର ୧୬ ତାରିଖରୁ ଦେଶରେ ୩ଟି ବଡ଼ ନିୟମରେ ପରିବର୍ତ୍ତନ ହୋଇଛି। ଏହି ପରିବର୍ତ୍ତନ ଆପଣଙ୍କ ଜୀବନରେ ସିଧାସଳଖ ପ୍ରଭାବ ପକାଇବ। ଏହି ନୂଆ ନିୟମକୁ ପାଳନ ନ କଲେ ଆପଣଙ୍କୁ ଆର୍ଥିକ କ୍ଷତି ସହିବାକୁ ପଡ଼ିବ। ଫାଷ୍ଟଟାଗ୍, ମୋବାଇଲ ପୋର୍ଟାବିଲିଟି ଓ ଇଲୋକ୍ଟ୍ରୋନିକ ଫଣ୍ଡ୍ ଟ୍ରାନ୍ସଫର ( ଏନଇଏଫଟି) ଏହି ୩ଟି ନିୟମରେ ପରିବର୍ତ୍ତନ ହୋଇଛି।

ଡିସେମ୍ବର ୧୬ ତାରିଖରୁ ସବୁ ବ୍ୟାଙ୍କରେ ୨୪ ଘଣ୍ଟିଆ ଇଲୋକ୍ଟ୍ରୋନିକ ଫଣ୍ଡ ଟ୍ରାନ୍ସଫର (ଏନଇଏଫଟି) ସୁବିଧା ଆରମ୍ଭ ହୋଇସାରିଛି। ଏଥିପାଇଁ ବ୍ୟାଙ୍କ ପକ୍ଷରୁ କୌଣସି ଶୁଳ୍କ ଆଦାୟ କରାଯିବ ନାହିଁ। ଗ୍ରାହକମାନେ ମାଗଣାରେ ଏହି ୨୪ ଘଣ୍ଟିଆ ସୁବିଧାର ଫାଇଦା ଉଠାଇ ପାରିବେ। ଗ୍ରାହକମାନଙ୍କୁ ଏହି ସୁବିଧା ଯୋଗାଇ ଦେବାକୁ ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (ଆଇବିଆଇ) ନିର୍ଦେଶ ଦେଇଛନ୍ତି। ଦିନ ୮ଟାରୁ ରାତି ୭ଟା ପର୍ଯ୍ୟନ୍ତ ସବୁ ବ୍ୟାଙ୍କରେ ଏହି ସୁବିଧା ଉପଲବ୍ଧ ହେବ। ଏଥିସହ ମାସର ପ୍ରଥମ ଶନିବାର ଓ ତୃତୀୟ ଶନିବାର ଦିନ ୮ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଗ୍ରାହମାନେ ଏନଇଏଫଟି କରି ପାରିବେ। ଦେଶରେ ଡିଜିଟାଲ ବ୍ୟାଙ୍କିଙ୍ଗ୍ ସିଷ୍ଟମକୁ ଦ୍ରୁତଗତିରେ ବଢ଼ାଇବା ପାଇଁ ଆରବିଆଇ ଏଭଳି ନିଷ୍ପତ୍ତି ନେଇଛି।

ଡିସେମ୍ବର୧୬ ତାରିଖରୁ ମୋବାଇଲ ପୋର୍ଟାବିଲିଟି ପାଇଁ ଟେଲିକମ୍ ରେଗୁଲେଟରୀ ଅଥରିଟି ଅଫ୍ ଇଣ୍ଡିଆ ( ଟ୍ରାଇ) ନୂଆ ନିୟମ ଲାଗୁ କରି ଦେଇଛି। ନୂଆ ନିୟମ ଅନୁସାରେ ମୋବାଇଲ ପୋର୍ଟାବିଲିଟି ପାଇଁ ଗ୍ରାହକଙ୍କୁ ଅଲଗା ଅଲଗା ୟୁନିକ୍ ପୋର୍ଟିଙ୍ଗ କୋଡ୍ (ୟୁପିସି) ଜେନେରେଟ୍ କରିବାକୁ ପଡିବ। ତିନି ଦିନ ମଧ୍ୟରେ ନମ୍ବରଟି ଅନ୍ୟ ନେଟଓ୍ବାର୍କରେ ପୋର୍ଟାବିଲିଟି ହୋଇଯିବ। ଟ୍ରାଇର ନୂଆ ନିୟମ ଅନୁସାରେ ନମ୍ବର ପୋର୍ଟାବିଲିଟି କରିବାକୁ ହେଲେ ୟୁନିକ୍ କୋଡ୍ ଜେନେରେଟ୍ କରିବାକୁ ହେବ। ଏହି କୋଡ୍ ସେତେବେଳେ ଜେନେରେଟ୍ ହେବ ଯେତେବେଳେ ଗ୍ରାହକ ନୂଆ ନିୟମକୁ ଠିକ୍ ରୂପେ ପାଳନ କରିବେ। ପୋଷ୍ଟପେଡ୍ ଗ୍ରାହକମାନେ ସେତେବେଳେ ନମ୍ବର ପୋର୍ଟାବିଲିଟି କରି ପାରିବେ ଯେତେବେଳେ ତାଙ୍କର ବକେୟ ବିଲ୍ ପୈଠ କରିବେ।

ଏବେ ଜାତୀୟ ରାଜପଥରେ ଇଲୋକ୍ଟ୍ରୋନିକ ଟୋଲ କଲେକ୍ସନ (ଇଟିସି) ଜରିଆରେ ଟୋଲ ଫି ଆଦାୟ କରାଯାଉଛି। ଏହି ନିୟମ ଡିସେମ୍ବର ୧୫ ତାରିଖରୁ ସକାଳ ୮ଟାରୁ ଲାଗୁ ହୋଇସାରିଛି। ଜାତୀୟ ରାଜପଥରେ ଟୋଲପ୍ଲାଜାରେ ଲମ୍ବା ଲାଇନରୁ ତ୍ରାହି ପାଇଁ ସରକାର ଫାଷ୍ଟଟାଗ ବ୍ୟବସ୍ଥା କରିଛନ୍ତି।