Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଜନ୍ମାଷ୍ଟମୀରେ ଭୁଲରେ ବି କରନ୍ତୁ ନାହିଁ ଏହି କାମ : ମିଳିନଥାଏ ପୂଜାର ଫଳ

11/08/2020 at 1:47 PM

ଦେଶବ୍ୟାପି ଆଜି କୃଷ୍ଣ ଜନ୍ମାଷ୍ଟମୀ ପାଳନ କରାଯାଉଛି। ଏହି ପର୍ବ ୧୧ ଏବଂ ୧୨ ଅଗଷ୍ଟ ୨ଦିନ ପାଳନ କରାଯିବ। ଏହି ଦିନ ଭକ୍ତ ବ୍ରତ ରଖନ୍ତି ଏବଂ ପୂରା ଦିନ ଶ୍ରୀକୃଷ୍ଣଙ୍କ ଭଜନ-କୀର୍ତ୍ତନ କରନ୍ତି। ଏହି ଦିନ କୃଷ୍ଣଙ୍କ ପିଲାଦିନର ସୂରୂପକୁ ପୂଜା କରାଯାଇଥାଏ। ଏହି ଦିନ ଦେଶର ସବୁ ମନ୍ଦିରରେ ଖାସ୍ ସଜାସଜି ହୋଇଥାଏ। ଘରେ ମଧ୍ୟ ଭଗବାନ ଶ୍ରୀକୃଷ୍ଣଙ୍କ ଶୃଙ୍ଗାର କରି ତାଙ୍କୁ ଦୋଳିରେ ବସା ଯାଇଥାଏ।

କୃଷ୍ଣ ଜନ୍ମାଷ୍ଟମୀର ଦିନ ଅତ୍ୟନ୍ତ ଶୁଭ ହୋଇଥାଏ ଏବଂ ବିଶ୍ବାସ ରହିଛି ଯେ ଏହି ଦିନ ଭକ୍ତଙ୍କ ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ। ଏହି ଦିନ କିଛି ଖାସ କଥା ପ୍ରତି ମଧ୍ୟ ଧ୍ୟାନ ରଖିବା ଜରୁରୀ ହୋଇଥାଏ। ଆସନ୍ତୁ ଜାଣିବା କୃଷ୍ଣ ପୂଜା ସମୟରେ କେଉଁ କାମ ଶୁଭ ହୋଇଥାଏ।

ଜନ୍ମାଷ୍ଟମୀ ଦିନ ଭୁଲରେ ବି ତୁଳସୀ ପତ୍ର ତୋଳିବା ଅନୁଚିତ୍। ଭଗବାନ ବିଷ୍ଣୁଙ୍କୁ ଶ୍ରୀକୃଷ୍ଣଙ୍କ ଅବତାର କୁହାଯାଇଥାଏ। ମାନ୍ୟତା ଅନୁସାରେ ତୁଳସୀ ଭଗବାନ ବିଷ୍ଣୁଙ୍କ ଅତ୍ୟନ୍ତ ପ୍ରିୟ। ଏଥିପାଇଁ ଏହି ଦିନ ତୁଳସୀ ପତ୍ର ତୋଳିବା ଅନୁଚିତ୍।

ଯେଉଁମାନେ ଜନ୍ମାଷ୍ଟମୀ ବ୍ରତ ରଖିନଥାନ୍ତି,ତାଙ୍କୁ ମଧ୍ୟ ଏହି ଦିନ ଚାଉଳ ଖାଇବା ଅନୁଚିତ୍। ଏକାଦଶୀ ଏବଂ ଜନ୍ମାଷ୍ଟମୀ ଦିନ ଚାଉଳ ଏବଂ ଯଅରେ ପ୍ରସ୍ତୁତ ଖାଦ୍ୟ ପଦାର୍ଥ ବର୍ଜିତ ବୋଲି କୁହାଯାଇଥାଏ।

ଆଜି ଦିନରେ ରସୁଣ,ପିଆଜ ଖାଇବା ଅନୁଚିତ୍‌। ଏହି ଦିନ ଘରେ ମାଂସ ଏବଂ ମଦ ଆଣିବା ଅନୁଚିତ୍।

କୃଷ୍ଣ ଜନ୍ମାଷ୍ଟମୀ ଦିନ ଭୁଲରେ ବି କାହାର ଅନାଦର କରନ୍ତୁ ନାହିଁ। ଭଗବାନ କୃଷ୍ଣଙ୍କ ପାଇଁ ଧନୀ କିମ୍ବା ଗରିବ ସମସ୍ତ ଭକ୍ତ ସମାନ। କୌଣସି ଗରିବଙ୍କ ଅପମାନ କରିବା ଦ୍ବାରା କୃଷ୍ଣ ରାଗି ଯାଇଥାନ୍ତି।

ଜନ୍ମାଷ୍ଟମୀ ଦିନ ଗଛ କାଟିବା ଅଶୁଭ ହୋଇଥାଏ। ଭଗବାନ ସବୁ ଜିନିଷରେ ବିରାଜମାନ ଥାନ୍ତି। ବରଂ ସେଦିନ ଅଧିକରୁ ଅଧିକ ଗଛ ଲଗାଇବା ଅନୁଚିତ୍। ଏହା ଦ୍ବାରା ଘର ଏବଂ ପରିବାରରେ ସୁଖ ଏବଂ ଶାନ୍ତି ବଜାୟ ରହିଥାଏ।

ଜନ୍ମାଷ୍ଟମୀ ଦିନ ବ୍ରହ୍ମଚର୍ଯ୍ୟ ପାଳନ କରିବା ଅନିବାର୍ଯ୍ୟ ହୋଇଥାଏ। ଏହି ଦିନ ପବିତ୍ର ମନରେ ଭଗବାନଙ୍କ ପୂଜା କରିବା ଉଚିତ୍।

ଏହି ଦିନ ଭୁଲରେ ମଧ୍ୟ ଗାଈର ଅପମାନ କରିବା ଅନୁଚିତ୍। ଭଗବାନ କୃଷ୍ଣ ଗାଈଙ୍କୁ ବହୁତ ଭଲ ପାଉଥିଲେ। ଶ୍ରୀକୃଷ୍ଣ ପିଲାଦିନୁ ଗାଈଙ୍କ ସହ ଖେଳୁଥିଲେ। ଏପରି ବିଶ୍ବାସ ରହିଛି ଯେ ଯେଉଁମାନେ ଗାଈଙ୍କ ପୂଜା କରିଥାନ୍ତି ତାଙ୍କୁ ଶ୍ରୀକୃଷ୍ଣଙ୍କ ଆଶୀର୍ବାଦ ମିଳିଥାଏ।

ଯେଉଁମାନେ ଏହି ଦିନ ବ୍ରତ ରଖିଥାନ୍ତି ସେମାନଙ୍କୁ ରାତି ୧୨ଟା ପୂର୍ବରୁ ନିଜ ବ୍ରତ ଖୋଲିବା ଅନୁଚିତ୍। ଏହା ପୂର୍ବରୁ ବ୍ରତ ଖୋଲିବା ଦ୍ବାରା ପୂଜାର ଫଳ ଫିଳିନଥାଏ ଏବଂ ବ୍ରତ ମଧ୍ୟ ଅଧୁରା ରହିଯାଇଥାଏ।

   Related Posts