Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

୭୧ତମ ଗଣତନ୍ତ୍ର ଦିବସରେ ଏହି ସବୁ କାର୍ଯ୍ୟକ୍ରମ ହେବ ନୂଆ, ଜାଣନ୍ତୁ କ’ଣ?

25/01/2020 at 7:40 PM

ନୂଆଦିଲ୍ଲୀ ୨୫।୧: ରାଷ୍ଟ୍ରୀୟ ରାଜଧାନୀରେ ସାଧାରଣତନ୍ତ୍ର ଦିବସର ସାମାନ୍ୟ ଝଲକ ଦେଖିବାକୁ ସାରା ଦେଶ ଏବେ ଉଦଗ୍ରିବ। ଏଥିଲାଗି ରାଜଧାନୀ ଦିଲ୍ଲୀ ମଧ୍ୟ ଏବେ ପ୍ରସ୍ତୁତ । ତେବେ ୧୯୫୦ ମସିହାରୁ ଏପର୍ଯ୍ୟନ୍ତ ହୋଇଆସିଥିବା ସାଧାରଣନ୍ତ୍ର ଦିବସ ସମାରୋହର କାର୍ଯ୍ୟକ୍ରମରେ ଚଳିତ ଥର ବ୍ୟାପକ ପରିବର୍ତ୍ତନ ହୋଇଛି। ଏଥର ଅନେକ କିଛି ନୂଆକରି ହେବାକୁ ଯାଉଛି । ତେବେ ୨୬ ତାରିଖ ରବିବାର ଜାତୀୟ ଜନରାଜ୍ୟ ଦିବସ କାର୍ଯ୍ୟକ୍ରମରେ କ’ଣସବୁ ନୂଆ ହେବ ଆସନ୍ତୁ ଜାଣିବା।

ଅମର ଜବାନ ଜ୍ୟୋତି ବଦଳେ ନ୍ୟାସନାଲ ୱାର ମେମୋରିଆଲରେ ଦିଆଯିବ ଶ୍ରଦ୍ଧାଞ୍ଜଳି
ଗତ ବର୍ଷମାନଙ୍କରେ ସାଧାରଣତନ୍ତ୍ର ଦିବସ ପତାକା ଉତ୍ତୋଳନ ପୂର୍ବରୁ ଶହିଦ ଜବାନମାନଙ୍କୁ ଅମର ଜବାନ ଜ୍ୟୋତିରେ ଶ୍ରଦ୍ଧାଞ୍ଜଳି ଦିଆଯାଉଥିଲା। ତେବେ ପ୍ରଧାନମନ୍ତ୍ରୀ ୨୬ ଜାନୁୟାରୀରେ ପ୍ରଥମ ଥର ନ୍ୟାସନାଲ ୱାର ମେମୋରିଆଲରେ ଏହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ। ଏହି ସ୍ମାରକୀକୁ ପ୍ରଧାନମନ୍ତ୍ରୀ ଗତବର୍ଷ ରାଷ୍ଟ୍ର ଉଦ୍ଦେଶ୍ୟରେ ଅର୍ପଣ କରିଥିଲେ। ଏଠାରେ ପ୍ରଧାନମନ୍ତ୍ରୀ ରବିବାର ଶହିଦଙ୍କୁ ପୁଷ୍ପଚକ୍ର ପ୍ରଦାନ ପୂର୍ବକ ସମ୍ମାନ କରିବା ବେଳେ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଥମ ଥର ଚିଫ ଅଫ ଡିଫେନ୍ସ ଷ୍ଟାଫ (ସିଡିଏସ) ଓ ତିନି ସେନାମୁଖ୍ୟ ବି ଉପସ୍ଥିତ ରହିବେ।

ପ୍ରଥମ ଥର ୩ ସେନା ମୁଖ୍ୟଙ୍କୁ ନେଇ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବେ ସିଡିଏସ୍
ଚଳିତବର୍ଷ ଜନରାଜ୍ୟ ଦିବସ ପରେଡରେ ପ୍ରଥମ ଥର ନୂଆ କଥା ଦେଖିବାକୁ ମିଳିବ। ସବୁବର୍ଷ ଉତ୍ସବ ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ୩ ସେନା ମୁଖ୍ୟ ସ୍ୱାଗତ କରିଥାନ୍ତି। ତେବେ ଚଳିତ ବର୍ଷ ଚିଫ ଅଫ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାୱତ ସ୍ଥଳ ସେନାମୁଖ୍ୟ ମନୋଜ ମୁକୁନ୍ଦ ନରୱାଣେ, ନୌସେନା ମୁଖ୍ୟ କରମବୀର ସିଂହଙ୍କ ସମେତ ଏୟାରଚିଫ୍ ମାର୍ସଲ ରାକେଶ କୁମାର ସିଂ ଭଦୋରିଆଙ୍କ ସହ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବେ। ଗତ ନୂଆ ବର୍ଷ ଅବସରରେ ଜେନେରାଲ ରାୱତ ଚିଫ୍ ଅଫ ଡିଫେନ୍ସ ଷ୍ଟାଫ ପଦବୀର ଦାୟିତ୍ୱ ନେଇଥିଲେ।

ବୋଲସୋନାରୋ ହେବେ ପ୍ରଥମ ଥର ମୁଖ୍ୟ ଅତିଥି
ସାଧାରଣତନ୍ତ୍ର ଦିବସ ଉତ୍ସବରେ ପ୍ରତିବର୍ଷ ବୈଦେଶିକ ରାଷ୍ଟ୍ରମୁଖ୍ୟ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥାନ୍ତି। ସେହି ଅନୁସାରେ ଚଳିତବର୍ଷ ବ୍ରାଜିଲ ରାଷ୍ଟ୍ରପତି ଜାୟର ବୋଲସୋନାରେ ଉତ୍ସବର ମୁଖ୍ୟ ଅତିଥି ଭାବେ ଯୋଗଦେବେ। ପୂର୍ବରୁ ୨ ଥର ବ୍ରାଜିଲିୟ ରାଷ୍ଟ୍ରମୁଖ୍ୟମାନେ ସାଧାରଣତନ୍ତ୍ର ଦିବସ ଉତ୍ସବର ଅତିଥି ହୋଇସାରିଛନ୍ତି। ତେବେ ବୋଲସୋନାରୋଙ୍କର ଏହା ପ୍ରଥମ ଭାରତ ଗସ୍ତ।

   Related Posts