Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରୋଗ ପ୍ରତିରୋଧକ କ୍ଷମତା ଦୁର୍ବଳ କରିଥାଏ ଏହିସବୁ ଜିନିଷ, ସେବନ କରିବା ପୂର୍ବରୁ ଥରେ ନିଶ୍ଚୟ ଧ୍ୟାନ ଦିଅନ୍ତୁ

10/09/2020 at 5:12 PM

ଭୁବନେଶ୍ୱର ୧୦/୦୯ : କିଛି ଲୋକଙ୍କ ରୋଗ ପ୍ରତୋରୋଧକ କ୍ଷମତା ବହୁତ ଦୁର୍ବଳ | ଯେଉଁଥିପାଇଁ ଟିକିଏ ପାଣିପାଗ ପରିବର୍ତ୍ତନ ହେଲେ ସେମାନେ ଅସୁସ୍ଥ ହୋଇପଡନ୍ତି | ଅପରପକ୍ଷରେ କିଛି ଲୋକଙ୍କ ପ୍ରତିରୋଧକ କ୍ଷମତା ଏତେ ମଜବୁତ ଯେ ସେମାନେ ସଂକ୍ରମଣକୁ ସହଜରେ ମୁକାବିଲା କରିପାରନ୍ତି | ଶରୀରକୁ ସଂକ୍ରମଣରୁ ଦୂରେଇବା ପାଇଁ ଓ ରୋଗରୁ ରକ୍ଷା କରିବା ପାଇଁ ରୋଗ ପ୍ରତିରୋଧକ କ୍ଷମତା ସକ୍ରିୟ ଭାବେ କାମ କରିଥାଏ | ସେଥିପାଇଁ ପ୍ରତିରୋଧକ କ୍ଷମତା ମଜବୁତ ହେବା ଆବଶ୍ୟକ | ଆଜିକା ସମୟରେ କରୋନା ମହାମାରୀ କାଳରେ ପ୍ରତୋରୋଧକ କ୍ଷମତା ମଜବୁତ ହେବା ନିହାତି ଜରୁରୀ | ପ୍ରତୋରୋଧକ କ୍ଷମତା ମଜବୁତ କରିବାକୁ ଡାଏଟରେ ଏହିସବୁ ଜିନିଷ ସାମିଲ କରନ୍ତୁ ଏବଂ ଯେଉଁସବୁ ଜିନିଷ ପ୍ରତିରୋଧକ କ୍ଷମତା ଦୁର୍ବଳ କରୁଛି ସେସବୁ ଅଣଦେଖା କରନ୍ତୁ |

ଲୁଣ ଲୁଣ ବିନା କୌଣସି ଖାଦ୍ୟର ସ୍ୱାଦ ଆସିନଥାଏ | ସେଥିପାଇଁ ଖାଦ୍ୟରେ ସଠିକ ପରିମାଣର ଲୁଣ ପକାଇବା ଆବଶ୍ୟକ | କିନ୍ତୁ ଅଧିକ ମାତ୍ରାରେ ଲୁଣ ଖାଇବା ଦ୍ୱାରା ପ୍ରତିରୋଧକ କ୍ଷମତା ଦୁର୍ବଳ ହୋଇଥାଏ | ଅଧିକ ମାତ୍ରାରେ ଲୁଣ ସେବନ କରିବା ଦ୍ୱାରା ଶରୀରରେ ଜୀବାଣୁ ସହ ଲଢ଼ିବା କ୍ଷମତା ହ୍ରାସ ପାଇଥାଏ | ଯାହାଫଳରେ ଶରୀରକୁ ଅନେକ ରୋଗ ଆକ୍ରାନ୍ତ କରିଥାଏ | ଯଦି ଆପଣ ଆବଶ୍ୟକତା ଠାରୁ ଅଧିକ ଲୁଣ ସେବନ କରୁଛନ୍ତି ତାହେଲେ ଆଜିଠାରୁ କମ୍ କରିଦିଅନ୍ତୁ | ମଜବୁତ ପ୍ରତିରୋଧକ କ୍ଷମତା ପାଇଁ ଆବଶ୍ୟକତା ଅନୁଯାୟୀ ଲୁଣ ସେବନ କରନ୍ତୁ |

ଚା’ ଓ କଫି – ଅଧିକ ମାତ୍ରାରେ ଚା’ ଓ କଫି ସେବନ କରିବା ମଧ୍ୟ ପ୍ରତିରୋଧକ କ୍ଷମତାକୁ ଦୁର୍ବଳ କରିଥାଏ | ଉଭୟ ଚା’ ଓ କଫିରେ ବହୁ ପରିମାଣର କ୍ୟାଫିନ୍ ରହିଛି ଯାହା ଶରୀର ପାଇଁ କ୍ଷତିକାରକ | ଏହା ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ଦୁର୍ବଳ କରିଥାଏ | ସେଥିପାଇଁ ଯଦି ଆପଣ ମଧ୍ୟ ଅଧିକ ଚା’ ଓ କଫି ସେବନ କରୁଛନ୍ତି ତାହେଲେ ସାବଧାନ ହୋଇଯାଆନ୍ତୁ ଓ କମ କରିଦିଅନ୍ତୁ |

ମିଠା ଅଧିକାଂଶ ଲୋକ ମିଠା ଖାଇବାକୁ ବହୁତ ଵଜଲ ପାଇଥାନ୍ତି | ଯଦି ଆପଣ ମଧ୍ୟ ମିଠା ସୌଖିନ ତାହେଲେ ସାବଧାନ ହୋଇଯାଆନ୍ତୁ | କାରଣ ଅଧିକ ମାତ୍ରାରେ ମିଠା ସେବନ କରିବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ କ୍ଷମତା ଦୁର୍ବଳ ହୋଇଯାଇଥାଏ | ଆଜିଠାରୁ ହିଁ ମିଠା ସେବନ କରିବା ମାତ୍ରା କମ କରିଦିଅନ୍ତୁ |

ଏନର୍ଜି ଡ୍ରିଙ୍କ୍ସ ଅନେକ ଲୋକ ଏନର୍ଜି ଡ୍ରିଙ୍କ୍ସ ସେବନ କରିବାକୁ ଭଲ ପାଇଥାନ୍ତି | ତେବେ ଏହା ଶରୀର ପାଇଁ କ୍ଷତିକାରକ | ସୋଡ଼ା ଓ ଏନର୍ଜି ଡ୍ରିଙ୍କ୍ସ ସେବନ ପ୍ରତିରୋଧକ କ୍ଷମତାକୁ ଦୁର୍ବଳ କରିଥାଏ | ସେଥିପାଇଁ ଏହିଭଳି ପାନୀୟ ସେବନ କରିବାରୁ ଦୁରେଇ ରୁହନ୍ତୁ | ଯଦି ଆପଣ ସୌଖିନ ତାହେଲେ ଘରେ ନିଜେ ହେଲ୍ଦି ଡ୍ରିଙ୍କ୍ସ ପ୍ରସ୍ତୁତ କରି ସେବନ କରନ୍ତୁ ଅଥବା ପଇଡ ପାଣି ପିଅନ୍ତୁ | ପଇଡ ପାଣି ସ୍ୱାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ହିତକାରକ | 

ଆଲକହଲ୍ – ମଦ ବା ଆଲକହଲ୍ ରୋଗ ପ୍ରତିରୋଧକ କ୍ଷମତାକୁ ଦୁର୍ବଳ କରିଦେଇଥାଏ | ଅଧିକ ଆଲକହଲ୍ ସେବନ ଦ୍ୱାରା ଶରୀରରେ ଅନେକ ସମସ୍ୟା ଦେଖାଦେଇଥାଏ | ସେଥିପାଇଁ ଆଲକହଲ୍ ଠାରୁ ଦୁରେଇ ରୁହନ୍ତୁ ଏବଂ ସୁସ୍ଥ ରୁହନ୍ତୁ |

(ବି:ଦ୍ର: ଏହା ସାଧାରଣ ତଥ୍ୟ ଉପରେ ଆଧାରିତ, ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ)

   Related Posts