ନଭେମ୍ବର ୧ରୁ ବଦଳିବ ଏହିସବୁ ନିୟମ… ଜାଣନ୍ତୁ, ନହେଲେ ହେବ କ୍ଷତି

Published By : Prameya-News7 Bureau | October 29, 2019 IST

ନଭେମ୍ବର ମାସ ୧ ତାରିଖରୁ ସମଗ୍ର ଦେଶରେ ଅନେକ ନିୟମ ଲାଗୁ ହେବାକୁ ଯାଉଛି। ଏହି ନିୟମ ସମସ୍ତଙ୍କ ଜୀବନ ଉପରେ ପ୍ରଭାବ ପକାଇପାରେ। ତେବେ ଆସନ୍ତା ୧ ତାରିଖରୁ କଣ କଣ ବଦଳିବ ଜାଣନ୍ତୁ।

୧- ଷ୍ଟେଟ୍‌ ବ୍ୟାଙ୍କ ଅଫ ଇଣ୍ଡିଆର ଗ୍ରାହକ ପାଇଁ ବିଶେଷ ସୂଚନା। ନଭେମ୍ବର ମାସ ୧ ତାରିଖରୁ ଡିପୋଜିଟ୍‌ ପାଇଁ ସୁଧ ଦର ବଦଳିବ। ବ୍ୟାଙ୍କର ଏହି ନିଷ୍ପତ୍ତିର ପ୍ରଭାବ ୪୨କୋଟି ଗ୍ରାହକଙ୍କ ଉପରେ ପଡିବ। SBIର ଘୋଷଣା ଅନୁସାରେ ଏକ ଲକ୍ଷ ପର୍ଯ୍ୟନ୍ତ ଡିପୋଜିଟ୍‌ କଲେ ସୁଧ ହାର ୦.୨୫ ପ୍ରତିଶତ ବଦଳରେ ୩.୨୫ ପ୍ରତିଶତ କରାଯାଇଛି।

୨- ବ୍ୟବସାୟ କରୁଥିବା ଲୋକଙ୍କ ପାଇଂ ଏହା ଜାଣିବା ଜରୁରୀ ଯେ, ନଭେମ୍ବର ମାସ ୧ ତାରିଖରୁ (Finance Ministry) ପେମେଣ୍ଟ ନେବା ନିୟମରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ବ୍ୟବସାୟ କରୁଥିବା ଲୋକଙ୍କୁ ଏବେ ଡିଜିଟାଲ ପେମେଣ୍ଟ ନେବାକୁ ପଡିବ।

ଏହା ବ୍ୟତୀତ ଗ୍ରାହକଙ୍କଠାରୁ ଡିଜିଟାଲ ପେମେଣ୍ଟ ପାଇଁ କୌଣସି ଚାର୍ଜ ବା ଟଙ୍କା ଆଦାୟ କରାଯିବ ନାହିଁ। ନୂଆ ନିୟମ ଅନୁସାରେ ୫୦ କୋଟିରୁ ଅଧିକ ଟର୍ଣ୍ଣଓଭର କରୁଥିବା ବ୍ୟବସାୟୀଙ୍କ ଉପରେ ଏହି ନିୟମ ଲାଗୁ ହେବ। ଇଲେକ୍‌ଟ୍ରିକ ମୋଡ ଦ୍ବାରା କୌଣସି ପେମେଣ୍ଟ କଲେ ଏବେ ଚାର୍ଜ ପଡିବ ନାହିଁ।

୩- ମହାରାଷ୍ଟ୍ରରେ ଥିବା ବ୍ୟାଙ୍କ(PSU Banks) ଗୁଡିକର ନୂଆ ଟାଇମ ଟେବୁଲ ତିଆରି କରାଯାଇଛି। ଏଠାର ସବୁ ବ୍ୟାଙ୍କ ଏବେ ଗୋଟେ ସମୟରେ ଖୋଲିବ ଓ ବନ୍ଦ ହେବ।ବ୍ୟାଙ୍କର ସମୟ ସକାଳ ୧୦ଟାରୁ ନେଇ ସନ୍ଧ୍ୟା ୫ଟା ଯାଏଁ ଥାଏ। ହେଲେ ଟଙ୍କା ଲେଣଦେଣ ଦ୍ବିପ୍ରହର ୩:୩୦ ଯାଏଁ ଥାଏ। କିନ୍ତୁ ନୂଆ ନିୟମ ଅନୁସାରେ ୧ ତାରିଖରୁ ସକାଳ ୯ଟାରୁ ବ୍ୟାଙ୍କ ଖୋଲିବ ଓ ସନ୍ଧ୍ୟା ୪ଟାଯାଏଁ ବ୍ୟାଙ୍କ କାର୍ଯ୍ୟ ହେବ। ଅନ୍ୟ କିଛି ବ୍ୟାଙ୍କ ସକାଳ ୯ଟାରୁ ୩ଟା ଯାଏଁ ରହିବ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.