Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚମକିଲେ ଆୟର-ତ୍ରିପାଠୀ, ଏମଆଇକୁ ୭ ଓ୍ବିକେଟ୍‌ରେ ମାତ୍‌ ଦେଲା କେକେଆର
  • ||
  • ଭୁବନେଶ୍ବର : ଜଳଦ କୁମାର ତ୍ରିପାଠୀ ହେଲେ ମୁଖ୍ୟ ସୂଚନା କମିଶନର, ନିଯୁକ୍ତିକୁ ଅନୁମୋଦନ କଲେ ରାଜ୍ୟପାଳ
  • ||
  • ମୋରଡା : ବନ୍ୟା ପ୍ରଭାବିତ ଗାଁ ବୁଲିଲେ ବିଧାୟକ ପ୍ରଣବ ପ୍ରକାଶ ଦାସ, ମୃତକଙ୍କ ପରିବାରକୁ ପ୍ରଦାନ କଲେ ଆର୍ଥିକ ସହାୟତା
  • ||
  • ଝାରସୁଗୁଡା : ନକଲି ମାଓବାଦୀ ଗିରଫ, କମ୍ପାନୀର ସାଇଟ୍ ଇନଚାର୍ଜଙ୍କୁ ମାଗୁଥିଲା ଟଙ୍କା
  • ||
  • ଖଲ୍ଲିକୋଟ : ବିଦ୍ୟୁତ ଆଘାତ ଲାଗି ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ଭୁବନେଶ୍ବର : ମୋଟୁ ଥାନା IICଙ୍କୁ ଗିରଫ କଲା ଭିଜିଲାନ୍ସ, କାର୍‌ରୁ ଜବତ ହୋଇଥିଲା ୨ ଲକ୍ଷ ୮୦ ହଜାର ଟଙ୍କା
  • ||
  • ପୁରୀ : ସରକାରୀ ଗାଡିରୁ ଧଳା ଜହର ଜବତ, ୪୦ଗ୍ରାମ୍ ବ୍ରାଉନସୁଗାର ସହ ୩ ଅଭିଯୁକ୍ତ ଗିରଫ
  • ||
  • କଳାହାଣ୍ଡି : କର୍ଲାପାଟ ବକ୍ସାଇଟ୍ ଖଣିର ନିଲାମ ଉପରେ ହାଇକୋର୍ଟଙ୍କ ରହିତାଦେଶ
  • ||
  • ସମ୍ବଲପୁର : ବେଆଇନ ଭାବେ ବନ୍ଧୁକ ତିଆରି ଓ ବିକ୍ରି : ଦମ୍ପତ୍ତିଙ୍କ ସମେତ ୫ ଗିରଫ, ୪ଟି ଦେଶୀ ବନ୍ଧୁକ ଜବତ
  • ||
  • ବୌଦ୍ଧ : ରାସ୍ତାରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||

ବେଡଶିଟ୍‌ କିଣିବା ସମୟରେ ଏହି ସବୁ ବିଷୟରେ ଧ୍ୟାନ ଦିଅନ୍ତୁ…

13/02/2019 at 4:52 PM

ବ୍ୟସ୍ତ ଜୀବନରେ କାମ କରି ଫେରିଲା ପରେ ମଣିଷ ଟିକେ ଶାନ୍ତି ଖୋଜେ, ନିଜ ଘରେ ଆରାମ କରିବାକୁ ଚାହେଁ। କାରଣ ବିଶ୍ରାମ କରିଲେ ହିଁ ମଣିଷ ସୁସ୍ଥ ରୁହେ। ଆରାମ କରିବାର ସୁଖ କେବଳ ସେଜରେ ହିଁ ମିଳିଥାଏ। ଶୟନକକ୍ଷରେ ବିଶ୍ରାମଠୁ ଆନନ୍ଦ ଅନ୍ୟ କୌଣସି ଜାଗାରେ ମିଳେନି। କକ୍ଷରେ ସବୁ ଜିନିଷ ନିଜ ପସନ୍ଦ ଅନୁସାରେ ଥାଏ। ତେବେ ଶୋଇବା ସମୟରେ ଖଟ ଆରାମଦାୟକ ନଥିଲେ ନିଦ ହୁଏ ନାହିଁ। ଏହା ସହ ବେଡଶିଟ୍‌ ମଧ୍ୟ ଭଲ ଓ ସଫା ହେଇଥିବା ଆବଶ୍ୟକ। ତେଣୁ ବେଡସିଟ୍‌ ମଧ୍ୟ ଭାବିଚିନ୍ତି ବାଛିବା ଉଚିତ୍‌। କାରଣ ଖଟରେ ପଡିଥିବା ବେଡଶିଟ୍‌ରେ ଆମେ ବହୁତ ସମୟ ବିତାଇଥାଉ। ଏହି କାରଣରୁ ବେଡଶିଟ୍‌ ନରମ, କୋମଳ ଓ ଆରାମଦାୟକ ହେବା ଜରୁରୀ। ଫଳରେ ମଣିଷ ଆରାମରେ ଶୋଇପାରେ। ଜାଣନ୍ତୁ ନରମ ବେଡଶିଟ୍‌ କିଣିବାର କିଛି ଟିପ୍‌ସ।
 ଋତୁ ହିସାବରେ ବେଡଶିଟ୍‌ କିଣିବା ଉଚିତ୍‌। ସାଧାରଣତଃ ଅନ୍ୟ ମାନଙ୍କ ଘରେ ପସନ୍ଦ ଆସିଥିବା ବେଡଶିଟ୍‌ ଲୋକେ ନିଜ ଘର ପାଇଁ ଆଣନ୍ତି। କିନ୍ତୁ ସେମିତି ଚୟନ କରିବା ଅନୁଚିତ୍‌। ଗରମ ଦିନରେ ସୁତା ବେଡଶିଟ ବ୍ୟବହାର କରିବା ଉଚିତ୍‌। ଶୀତ ଦିନରେ ସିଲ୍କ, ଲାଇଲନ ଭଳି ବେଡଶିଟ ବ୍ୟବହାର କରିବା ଉଚିତ୍‌। ଧୋଇଲା ପରେ ଅଧିକାଂଶ କପଡା ଖରାପ ହୋଇଯାଏ ତେଣୁ ବେଡଶିଟ୍‌ ବାଛିଲା ବେଳେ ଭଲ ଭାବେ ବାଛି ଆଣିବା ଉଚିତ୍‌।
 ପ୍ରତିଦିନ ବ୍ୟବହାର କରିବା ବେଡଶିଟ୍‌ ଲୋଚା କୋଚା ହେଲେ ଶୀଘ୍ର ନଷ୍ଟ ହୋଇଯାଏ। ସୁତା ବେଡସିଟ୍‌ କିଣିବା ସମୟରେ ସାଇଜ ଦେଖି ଆଣିବା ଉଚିତ୍‌। କାରଣ ସୁତା ବେଡଶିଟ ଧୋଇଲା ପରେ ସଂକିୁଚିତ ହୋଇଯାଏ। ବେଡଶିଟ୍‌ ସବୁବେଳେ ବଡ ସାଇଜର ଆଣିବା ଉଚିତ୍‌। ଫଳରେ ବେଡଶିଟ୍‌ ଗଦି ଭିତରେ ମୋଡାଯାଇ ପାରିବ। ବେଡରୁମକୁ ସୁନ୍ଦର ଓ ଲଗ୍‌ଜରୀ ଲୁକ୍‌ ଦେବା ଜରୁରୀ। ବେଡରୁମରେ ଅଧିକ ଆଲୋକ ପ୍ରବେଶ କରୁଥିଲେ ଉଜ୍ଜଳ ଓ ଗାଢ ରଂଗର ବେଡଶିଟ୍‌ ବ୍ୟବହାର କରିଲେ ରୁମ ଅଧିକ ସୁନ୍ଦର ଦେଖାଯାଏ । ବେଡରୁମ୍‌ ଜଦି ଅନ୍ଧାରୁଆ ହୋଇଥାଏ ତେବେ ହାଲକା ରଂଗର ବେଡଶିଟ୍‌ ବ୍ୟବହାର କରିବା ଉଚିତ୍‌। ଦୈନଦିନ ବ୍ୟବହାର କରୁଥିବା ବେଡଶିଟ୍‌ ଭଲ ଭାବେ ସଫା କରିବା ଆବଶ୍ୟକ। ତେଣୁ ପ୍ରତ୍ୟେକ ଦିନ ବ୍ୟବହାର କରୁଥିବା ବେଡଶିଟ୍‌ ସୁତା, ଲାଇଲନ ଓ ହାଲକା ହେଲେ ଧୋଇବାକୁ ସୁବିଧା ହୋଇଥାଏ।

 

 

   Related Posts