Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ଏହି ସବୁ ଜିନିଷ ଘରେ ଅଛି କି? ତେବେ ହୁଅନ୍ତୁ ସାବଧାନ, ନହେଲେ ଦେଖା ଦେବ ଆର୍ଥିକ ସଂକଟ

27/03/2019 at 1:41 PM

ଅଧିକାଂଶ ଲୋକେ ନିଜ ବ୍ୟବସାୟ ଓ ଆୟକୁ ନେଇ ଚିନ୍ତିତ ଥାନ୍ତି। କିଛି ବ୍ୟକ୍ତି ନିଜ ଦରମା ବୃଦ୍ଧି ନେଇ  ଚିନ୍ତିତ ଥାନ୍ତି ତ କିଛି ବ୍ୟବସାୟ ଠିକ୍‌ ହୋଇ ମଧ୍ୟ ଟଙ୍କା ରୋଜଗାର ନହେବା ପାଇଁ ଅଶାନ୍ତିରେ ଗତି କରନ୍ତି । ଅନେକ ଦୈନଦିନ ଜିନିଷର ଅଭାବ ହୋଇଥାଏ।  ଏହି ସବୁ ଅସୁବିଧାରୁ ମୁକ୍ତ ହେବା ପାଇଁ ଅନେକ ଲୋକ ପୂଜା ପାଠ କରନ୍ତି। କାରଣ ଲୋକଙ୍କର ବିଶ୍ୱାସ ଥାଏ ଯେ, ପୂଜା ପାଠ କରିଲେ ସବୁ ମଙ୍ଗଳ ହୋଇଥାଏ।
କିନ୍ତୁ କେବେ କେବେ ପୂଜା ପାଠ ସତ୍ତ୍ବେ ଦାରିଦ୍ର୍ୟ ଅଭାବ ଜନିତ ସମସ୍ୟାର ସମାଧାନ ହୋଇନଥାଏ। ସାଧାରଣତଃ ଘରେ ଥିବା କିଛି ଜିନିଷ ପାଇଁ ଏଭଳି ଅସୁବିଧା ସାମ୍ନା କରିବାକୁ ପଡିଥାଏ। ତେବେ ଜାଣନ୍ତୁ ଏମିତି ଜିନିଷ ବିଷୟରେ ଯାହା ଘରେ ରହିବା ଅନୁଚିତ୍‌। ଏହି ଜିନିଷ ଘରେ ଥିଲେ ଶାରୀରିକ ଓ ମାନସିକ ଅଶାନ୍ତି , ଅସୁବିଧା ମଧ୍ୟ ହୋଇଥାଏ। ଏହା ଘରେ ରହିବା ଅଶୁଭ ବୋଲି କୁହାଯାଏ।
ପାରାଙ୍କ ବସା- ଶାନ୍ତିର ପ୍ରତୀକ କୁହାଯାଉଥିବା ପକ୍ଷୀ ପାରାଙ୍କୁ ଅନେକେ ଶୁଭ ମାନନ୍ତି। କିନ୍ତୁ ଘରେ ପାରାଙ୍କ ବସା ଥିଲା ତାକୁ ବାହାର କରିଦେବା ଉଚିତ୍‌। ଏହା ଦ୍ବାରା ଘରକୁ କେବେ ସୁଖ ଓ ସମୃଦ୍ଧି ଆସିନଥାଏ। ବାସ୍ତୁଶାସ୍ତ୍ର  ଅନୁସାରେ ପାରାଙ୍କ ବସା ଘରେ ରହିବା ଅଶୁଭ । ଘରେ ଥିବା ସଦସ୍ୟଙ୍କର କୌଣସି ବିକାଶ ହୁଏ ନାହିଁ। ଏହା ଦ୍ୱାରା ପରିବାରର ଉନ୍ନତି ହୋଇନଥାଏ।
ମହୁଫେଣା- ଘରେ ମହୁଫେଣା ଥିଲେ ଏହାକୁ ମଧ୍ୟ ଘରୁ ସଫା କରିଦେବା ଉଚିତ୍‌। ମହୁଫେଣା ଘରେ ରହିବା ଅଶୁଭ । ଏହା ଦ୍ୱାରା ଘରେ ଅଶାନ୍ତି ସୃଷ୍ଟି ହୋଇଥାଏ। ଅଧିକାଂଶ ସମୟରେ ଆର୍ଥିକ ଅସ୍ବଚ୍ଛଳତାର ସାମ୍ନା କରିବାକୁ ପଡିଥାଏ।
ବୁଢିଆଣି ଜାଲ- ପ୍ରତିଦିନ ଘର ସଫା ନହେଲେ କିମ୍ୱା କିଛି ଜିନିଷ ବ୍ୟବହାର ନକରିଲେ ବୁଢିଆଣି ଜାଲ ବ୍ୟାପିଥାଏ। ତେବେ ଏହା ଅଶୁଭ ହୋଇଥାଏ। ବୁଢିଆଣି ଜାଲ ଘରେ ଥିଲେ ଘରକୁ କେବେ ଲକ୍ଷ୍ମୀଙ୍କ ଆଗମନ ହୁଏନାହିଁ। ଆର୍ଥିକ ସମସ୍ୟା ଦେଖାଦିଏ। ଘର ସଦସ୍ୟଙ୍କ ଉପରେ ଭଗବାନଙ୍କ କୃପା ନଥାଏ ।

   Related Posts