ଘର ସାମ୍ନାରେ ଏହି ୫ଟି ଜିନିଷ ରହିବା ଅନୁଚିତ୍, ହେବ ଆର୍ଥିକ ସମସ୍ୟା
29/11/2019 at 4:25 PM

ବାସ୍ତୁଶାସ୍ତ୍ର ଅନୁସାରେ ଏମିତି କିଛି ଉପାୟ ଅଛି ଯାହା ଦ୍ବାରା ଘରେ ଥିବା ନକରାତ୍ମକ ଶକ୍ତି ଦୂର ହୋଇଥାଏ।ଏଥିପାଇଁ କେବଳ ଘର ଭିତରେ ନୁହେଁ ବରଂ ଘର ବାହାରେ ମଧ୍ୟ ଅନେକ ଜିନିଷ ରଖିବା ଅନୁଚିତ୍। ଏହି ବିଷୟରେ ଖୁବ କମ ଲୋକ ଧ୍ୟାନ ଦିଅନ୍ତି। ଘର ବାହାର ସଜାଇବା ପାଇଁ ଲୋକେ ଅନେକ ଜିନିଷର ବ୍ୟବହାର କରନ୍ତି।ତେବେ ବାସ୍ତୁ ଅନୁସାରେ ଏମିତି କେଉଁ ଜିନିଷ ଘରର ମୁଖ୍ୟ ଦ୍ବାରରେ ରଖିବା ଅନୁଚିତ୍, ଜାଣନ୍ତୁ।
-ବାସ୍ତୁ ନିୟମ ଅନୁସାରେ ଘରର ମୁଖ୍ୟ ଦ୍ବାରରେ ଗଛ କିମ୍ବା ବାଡି ରଖିବା ଅନୁଚିତ୍। ଏହା ଘରର ପିଲାଙ୍କ ପାଇଁ କ୍ଷତିକାରକ ହୋଇଥାଏ।
– ଘର ମୁଖ୍ୟ ଦ୍ବାରରେ କୌଣସି କାଠ ଜିନିଷ ରଖିଲେ ସନ୍ତାନର ବିକାଶ ଠିକ ଭାବେ ହୋଇନଥାଏ।ବଡମାନଙ୍କ କ୍ୟାରିଅରରେ ମଧ୍ୟ ବାଧା ହୋଇଥାଏ।
– ଘର ବାହାରେ ଗାତ ବା କୁଅଁ ଥିଲେ ମାନସିକ ରୋଗର ସମସ୍ୟା ହୋଇଥାଏ।
– ଘର ମୁଖ୍ୟ ଦ୍ବାର ସାମ୍ନାରେ ପାଣି ଜମା ହେଲେ ଆର୍ଥିକ ଅସୁବିଧା ହୋଇଥାଏ।
– ଘର ସାମ୍ନାରେ ସ୍ବଚ୍ଛ ପରିବେଶ ରହିଲେ ଲକ୍ଷ୍ମୀ ମାଆଙ୍କର ଆଗମନ ହୋଇଥାଏ।