Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||
  • ଷ୍ଟୋକ୍ସଙ୍କ ଧୂଆଁଧାର ଶତକ ଓ ସଞ୍ଜୁଙ୍କ ଦମଦାର ଫିଫ୍ଟି: ୮ ଓ୍ବିକେଟ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଲା ରାଜସ୍ଥାନ ରୟାଲ୍ସ
  • ||

ବିବାହ ପୂର୍ବରୁ ଏହି ୪ଟି ଜିନିଷ ଉପରେ ଧ୍ୟାନ ଦିଅନ୍ତୁ

5/12/2019 at 3:43 PM

ହିନ୍ଦୁ ଧର୍ମ ଅନୁସାରେ ବିବାହ ଏକ ପବିତ୍ର ବନ୍ଧନ। ଜଣେ ପୁରୁଷ ଓ ନାରୀର ପବିତ୍ର ମିଳନକୁ ବିବାହ କୁହାଯାଏ। ଏହି ପ୍ରଥା ଯୁଗ ଯୁଗରୁ ରହି ଆସିଛି । ତେବେ ବିବାହ ପୂର୍ବରୁ କିଛି ଖାସ ତଥ୍ୟ ଉପରେ ଧ୍ୟାନ ଦେବା ଜରୁରୀ। ତେବେ ନିଜ ଜୀବନସାଥୀ ସହ କେଉଁ କେଉଁ ବିଷୟରେ କଥା ହେବା ଜରୁରୀ ଜାଣନ୍ତୁ।

୧- ବିବାହ କରିବାର ସଠିକ୍‌ କାରଣ

ବିବାହ ଭଳି ନିଷ୍ପତ୍ତି କେବେ ଭି ସାଙ୍ଗ ସାଥୀ ବା ମାଆ ବାପାଙ୍କ ଚାପରେ କରିବା ଅନୁଚିତ୍‌। ଏଥିରେ ନିଜ ଖୁସି ମଧ୍ୟ ରହିବା ଜରୁରୀ। ସେଥିପାଇଁ ଜୀବନସାଥୀ ବାଛିବା ପୂର୍ବରୁ ସବୁ ଜିନିଷ ଦେଖିବା ଉଚିତ୍‌। ଯାହା ସହ ପୂରା ଜୀବନ ବିତାଇପାରିବେ। ବିବାହରେ ସ୍ବାମୀ ସ୍ତ୍ରୀ ପରସ୍ପରଙ୍କ ପ୍ରତି ଭଲ ପାଇବା ସହ ମାନ ସମ୍ମାନର ଭାବନା ମଧ୍ୟ ରହିବା ଉଚିତ୍‌। ଏମିତି ହେଲେ ଗୋଟେ ସମ୍ପର୍କରେ କେବେ ଫାଟ ପଡିବ ନାହିଁ ଓ ଦାମ୍ପତ୍ୟ ଜୀବନ ସଫଳ ରହିବ।

୨- ବିବାହ ଠାରୁ ବି ଅଧିକ ଗୁରୁତ୍ୱ ବହନ କରେ ବୈବାହିକ ଜୀବନ

ବିବାହର ପ୍ରକୃତ କାହାଣୀ ବିବାହର ପର ଦିନଠୁ ଆରମ୍ଭ ହୋଇଥାଏ। ଏଥିପାଇଁ ବିବାହ ବନ୍ଧନରେ ବାନ୍ଧିହେବା ପୂର୍ବରୁ ନିଜ ଜୀବନସାଥୀ ସହ ପ୍ରତ୍ୟେକ ଜିନିଷ ବିଷୟରେ ଭଲ ଭାବେ ଆଲୋଚନା କରିବା ଜରୁରୀ।

୩- ସୁଖମୟ ପରିବାର

ସମୟ ସହ ବୈବାହିକ ଜୀବନରେ ଅନେକ ପରିବର୍ତ୍ତନ ଆସେ। ଏହି ସବୁ ପରିବର୍ତ୍ତନକୁ ସ୍ବୀକାର କରି ପରସ୍ପରଙ୍କୁ ଜୀବନରେ ଆଗକୁ ବଢିବାକୁ ହୁଏ । ଏହି ସବୁ ପ୍ରକ୍ରିୟା ଉଭୟ ସ୍ବାମୀ ସ୍ତ୍ରୀଙ୍କୁ ମିଳିମିଶି କରିବାକୁ ହେବ। ପରସ୍ପରଙ୍କ ମଧ୍ୟରେ ଭୁଲ ବୁଝାମଣା ଠିକ୍‌ କରିବାର ଧର୍ଯ୍ୟଶକ୍ତି ଥିବା ଜରୁରୀ।

୪- ଟଙ୍କା ବିଷୟରେ କଥା ହେବା

ଏକ ସୁସ୍ଥ ଦମ୍ପତ୍ତି ହିଁ ଗୋଟେ ସୁସ୍ଥ ସମ୍ପର୍କ ଗଢିବାରେ ସଫଳ ହୁଅନ୍ତି। ଏଥିପାଇଁ ବିବାହ ପୂର୍ବରୁ ଦୁଇଜଣ ପରସ୍ପର ସହ ନିଜ ଆର୍ଥିକ ଖର୍ଚ୍ଚ ଓ ଆଶା ବିଷୟରେ କଥା ହେବା ନିହାତି ଜରୁରୀ। କାରଣ ସାଧାରଣତଃ ଟଙ୍କା ନେଇ ଅନେକ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ।  

   Related Posts