Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ର
  • ||
  • ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଆହାତ, ମନ୍ତ୍ରୀଙ୍କ କାର୍‌କୁ ପିଟିଲା ଟ୍ରାକ୍ଟର
  • ||
  • କମୁନି ସଂକ୍ରମଣ : ଆଜି ବି ଦେଶରେ ୪ ଲକ୍ଷରୁ ଅଧିକ ପଜିଟିଭ୍ ଚିହ୍ନଟ, ୪୦୯୨ ମୃତ
  • ||
  • ଦନ୍ତାକୁ ଧକ୍କା ଦେଲା ମାଲବାହୀ ଟ୍ରେନ୍, ଗୋଡରେ ଲାଗିଛି ଶକ୍ତ ଆଘାତ
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୧୮୦ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦,୬୩୫ ପଜିଟିଭ୍
  • ||
  • କମିଛି ତାତି, ୨ ଦିନ ପରେ ପୁଣି ବଢିବ ସୂର୍ଯ୍ୟଙ୍କ ପ୍ରକୋପ
  • ||

ବିଳାସ ବ୍ୟସନରୁ ଆରମ୍ଭ କରି ପୂଜା ବିଧି ଲାଗି ପ୍ରକୃଷ୍ଟ ଦିନ ହେଉଛି ଶୁକ୍ରବାର: ଏହି ଦିନ କରନ୍ତୁ ଏମିତି ସବୁ କାମ, ମିଳିବ ସବୁ କ୍ଷେତ୍ରରେ ସଫଳତା

15/11/2019 at 3:12 PM

ଶୁକ୍ରବାରକୁ ଧର୍ମ ତଥା ଉପାସନାର ବାର ବୋଲି ବିଶ୍ବାସ କରାଯାଏ। ଏହି ଦିବସକୁ ସଂସ୍କୃତରେ “ଭୃଗୁବାସ”ରେ ବୋଲି କୁହାଯାଏ। ଭୃଗୁ ହେଉଛନ୍ତି ଦୈତ୍ୟରାଜ ଶୁକ୍ରଚାର୍ଯ୍ୟଙ୍କର ପୁତ୍ର। ମୁନୀ,ଋଷି, ସାଧୁସନ୍ଥମାନେ ଯାହାଙ୍କୁ ଅଗ୍ରାଧିକାର ଦେଇଥାନ୍ତି। ଭୃଗୁ ହେଉଛନ୍ତି ଜଣେ ମହାନ ପଣ୍ଡିତ, ବିଦ୍ବାନ, ବଳଶାଳୀ, ଶକ୍ତିବାନ, ତେଜସ୍ବୀ, ଜ୍ୟୋତିର୍ମୟ, ଅଦ୍ବିତୀୟ ବାଗ୍ମୀ ।

ଏହି ଦିବସକୁ ଭୃଗୁଙ୍କ ନାମାନୁସାରେ ମୁନି, ଋଷି, ସାଧୁସନ୍ଥଙ୍କ ଉଦ୍ଦେଶ୍ୟରେ ସ୍ବତନ୍ତ୍ରଭାବେ ଉତ୍ସର୍ଗୀକୃତ କରାଯାଇଛି। ଏହି ଦିନ ଭୃଗୁମୁନୀଙ୍କ ସହିତ ଆର୍ଯ୍ୟ ଋଷି ଏବଂ ସାଧୁସନ୍ଥମାନଙ୍କୁ ପୂଜାର୍ଚ୍ଚନା କରିବା ସହିତ ଶୁକ୍ରଗ୍ରହଂକୁ ମଧ୍ୟ ବିଧିବିଧାନ ସହ ପୂଜାର୍ଚ୍ଚନା କରାଯାଇଥାଏ। ଶୁକ୍ର ହେଉଛନ୍ତି ଶକ୍ତି, ବଳ ଓ ବିଶ୍ବାସର ପ୍ରତୀକ।

ଶୁକ୍ରବାର ଦିନ ଏକବେଳା ଉପବାସ ରହି ଧ୍ୟାନ ତଥା ତର୍ପଣ କରି ମୁନି, ଋଷି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପୂଜାର୍ଚ୍ଚନା କଲେ ମନ ଶାନ୍ତ ରହିବା ସହିତ ପାରିବାରିକ ଜୀବନ ସୁଖମୟ ହୋଇଥାଏ। ଶୁକ୍ରଗ୍ରହଙ୍କୁ ଏହି ବାରରେ ପୂଜାର୍ଚ୍ଚନା କଲେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ସ୍ବଚ୍ଛ ମିଳନ ରହିବା ସହିତ ସନ୍ତାନମାନଙ୍କର ସ୍ମରଣଶକ୍ତି ବୃଦ୍ଧି ହୁଏ। ଯଶ ବୃଦ୍ଧି ହୁଏ। ପରିବାରରେ ସର୍ବବିଧ ମଙ୍ଗଳ ହୁଏ।

ଏହି ଦିନ ଏକାନ୍ତ ଭକ୍ତି ଓ ନିଷ୍ଠାର ସହିତ ଧ୍ୟାନ କରିବା ବିଧେୟ। ଧ୍ୟାନ କରି ଯେଉଁ ଦେବତାଙ୍କୁ ଆରାଧାନା କରାଯାଏ ଆରାଧ୍ୟ ଦେବତା ସନ୍ତୁଷ୍ଟ ହୋଇ ଅଭୟ ବର ପ୍ରଦାନ କରିଥାନ୍ତି। ଏହି ବାରକୁ ନିଷ୍ଠାର ସହିତ ପାଳନ କଲେ ମୁନୀ, ଋଷିମାନେ ସନ୍ତୁଷ୍ଟ ହୋଇ ଅଦୃଶ୍ୟରେ ଆଶୀର୍ବାଦ କରିଥାନ୍ତି, ଫଳରେ ବିଦ୍ୟା, ଜ୍ଞାନ, ବୁଦ୍ଧି, ଯଶ ବୃଦ୍ଧି ହୋଇଥାଏ। ଏହିଦନ ମୁନୀ, ଋଷିମାନଙ୍କୁ ପୂଜାଚର୍ଚ୍ଚନା କରି ଶୁକ୍ରଗ୍ରହଙ୍କୁ ପୂଜା କଲେ ସର୍ବସିଦ୍ଧ ହୁଏ ବୋଲି ବିଶ୍ବାସ କରାଯାଏ।

ଏହି ଦିନ ବିଳାସବ୍ୟସନ ସାମଗ୍ରୀ ବ୍ୟବସାୟ, ବିଳାସ ଦ୍ରବ୍ୟ ବ୍ୟବହାର, ପ୍ରଣୟ , ସ୍ତ୍ରୀ ପ୍ରୀତି, ପ୍ରେମ, କବଶୀକରଣ, କ୍ରୀଡା କସରତ, ଶିକ୍ଷା, ବିଳାସବ୍ୟସନରେ ଆଶକ୍ତ, ସମ୍ପର୍କ ସ୍ଥାପନ, ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଶୁଭପ୍ରଦ ଅଟେ।

ଏହିଦିନ ଭଗବାନ ମହାଦେବ ମହାଯୋଗୀ ଦେବାଧିଦେବ ଶ୍ରୀ ଶିବଙ୍କ ସହିତ ମାତା ପାର୍ବତୀଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ। ତତ୍‌ପରେ ପରେ ବିଦ୍ୟାପତି ଗଣେଷ, ବିଦ୍ୟାଦାତ୍ରୀ ସରସ୍ବତୀ ଏବଂ କୁମାର କାର୍ତ୍ତିକେୟଙ୍କୁ ବିଧିବିଧାନର ସହିତ ପୂଜାଚର୍ଚ୍ଚନା କରାଯାଏ ଏବଂ ତାପରେ ଗଣେଶଙ୍କ ମାନସକନ୍ୟା ଦେବୀ ସନ୍ତୋଷୀ ମାଆଙ୍କୁ ବିଧିବିଧାନର ସହିତ ନିଷ୍ଠା ପୂର୍ବକ ପୂଜାଚର୍ଚ୍ଚନା କରାଯାଏ।

ମାଆଙ୍କ ପୂଜା କଲା ବେଳେ ଖଟା, ଆମିଷ ଦ୍ରବ୍ୟ, ନିଶାଦ୍ରବ୍ୟ ଭକ୍ଷଣ ସମ୍ପୂର୍ଣ୍ଣ ନିଷେଧ ଅଟେ। ପାରମ୍ପାରିକ ବିଧିବିଧାନ ସହିତ ଏହି ଦିନ ଉପରୋକ୍ତ ଦେବଦେବୀମାନଙ୍କୁ ପୂଜାଚର୍ଚ୍ଚନା କରିବା ସବୁରି ଦୃଷ୍ଟିକୋଣରୁ ଶୁଭପ୍ରଦ ଅଟେ।

ଏକାନ୍ତ ନିଷ୍ଠାର ସହିତ ମୁନୀ, ଋଷିମାନଙ୍କୁ ପୂଜାଚର୍ଚ୍ଚନା ପୂର୍ବକ ସନ୍ତୋଷୀ ମାଆ, କୁମାର କାର୍ତ୍ତିକେୟ, ଶ୍ରୀଗଣେଶ, ବୃଷଭ ଏବଂ ଶିବପାର୍ବତୀଙ୍କୁ ପୂଜାଚର୍ଚ୍ଚନା କଲେ ସର୍ବରିଷ୍ଟ ଖଣ୍ଡନ ହେବା ସହିତ ସର୍ବ ଶୁଭ ହୁଏ ବୋଲି ବିଶ୍ବାସ କରାଯାଏ।

   Related Posts