ରାଶି ଅନୁସାରେ କରନ୍ତୁ ଏହି କାମ, ମିଳିବ ପ୍ରଚୁର ଧନ ସମ୍ପତ୍ତି

Published By : Prameya-News7 Bureau | December 25, 2019 IST

ବେଳେ ବେଳେ ଅନେକ କିଛି କଲେ ମଧ୍ୟ ସଫଳକା ମିଳେ ନାହିଁ । ହେଲେ ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ଅଳ୍ପ କାମ କଲେ ବହୁତ ରୋଜଗାର କରିଥାଆନ୍ତି । କିଛି ଲୋକ ଏମିତି ଥାଆନ୍ତି ଯେଉଁମାନେ କଠିନ ପରିଶ୍ରମ କରିବା ପରେ ମଧ୍ୟ ଧନ ବା ସଫଳତା ପାଆନ୍ତି ନାହିଁ। ତେଣୁ ଆର୍ଥିକ ଅସୁବିଧା ଥିଲେ ରାଶି ଅନୁସାରେ ଏହି ସବୁ କାମ କଲେ ଧନ ଲାଭ ହେବ।

ମେଷ ରାଶି- ମେଷ ରାଶିର ଲୋକେ ସୂର୍ଯ୍ୟ ଦେବଙ୍କୁ ପୂଜା କରି ଦର୍ଶନ କଲେ ସେମାନଙ୍କର ଧନ ଲାଭ ହେବ।

ବୃଷ ରାଶି- ବୃଷ ରାଶିର ଲୋକେ ପ୍ରତିଦିନ ସକାଳେ ପ୍ରଥମେ ଶିବଙ୍କୁ ପୂଜା କଲେ, ଆର୍ଥିକ ସ୍ଥିତିରେ ସୁଧାର ଆସିବ ଓ ଧନ ପ୍ରାପ୍ତ ହେବ।  

ମିଥୁନ ରାଶି- ମିଥୁନ ରାଶିର ଲୋକେ ଲକ୍ଷ୍ମୀ ମାଆ ଓ ଦୁର୍ଗା ଦେବୀଙ୍କୁ ପ୍ରତିଦିନ ପୂଜା କରିବା ଉଚିତ୍‌। ଏହା ଦ୍ବାରା ଘରର ଆର୍ଥିକ ସ୍ଥିତି ମଜବୁତ ହେବା ସହ ଧନ ସମ୍ପତ୍ତି ଲାଭ ହେବ।

କର୍କଟ ରାଶି- କର୍କଟ ରାଶିର ଲୋକେ ଶ୍ରୀକୃଷ୍ଣଙ୍କୁ ଦର୍ଶନ କରି ପୂଜା କଲେ ଅନେକ ଲାଭ ମିଳିବ। ପ୍ରତିଦିନ ଶ୍ରୀକୃଷ୍ଣଙ୍କୁ ନାଲି ଚନ୍ଦନ ତିଳକ କରି ଲଗାଇବା ମଧ୍ୟ ଶୁଭ ହୋଇଥାଏ।

ସିଂହ ରାଶି- ସିଂହ ରାଶିର ଲୋକେ ସୂର୍ଯ୍ୟ ନାରାୟଣଙ୍କୁ ଦର୍ଶନ କଲେ ଧନ ଓ ସଫଳତା ଲାଭ ହେବ।

କନ୍ୟା ରାଶି - କନ୍ୟା ରାଶିର ଲୋକ ତ୍ରିପୁରା ସୁନ୍ଦରୀ ଓ ଭଗବାନ ବିଷ୍ଣୁଙ୍କୁ ଆରାଧନା କରିବା ସହ ରାଶିର ଗ୍ରହ ବୁଧଙ୍କୁ ସନ୍ତୁଷ୍ଟ ପାଇଁ ପୂଜା କରିବା ସହ ପାନ୍ନା ପଥର ଡାହାଣ ହାତରେ କନିଷ୍ଟ ଆଙ୍ଗୁଳିରେ ପିନ୍ଧିବା ଆବଶ୍ୟକ ।

ତୁଳା ରାଶି- ତୁଳା ରାଶିର ଲୋକେ ଲକ୍ଷ୍ମୀ ନାରାୟଣଙ୍କୁ କମଳଫୁଲ ପଦ୍ମଫୁଲ ଅର୍ପଣ କଲେ ଅନେକ ଲାଭ ହେବ। ଘରେ ଧନ ସମ୍ପତ୍ତି ଆସିବ।

ବିଚ୍ଛା ରାଶି- ବିଚ୍ଛା ରାଶିର ଲୋକେ ଭଗବାନ ଶ୍ରୀରାମଙ୍କୁ ପୂଜା କଲେ ଘରର ଆର୍ଥିକ ସ୍ଥିତି ମଜବୁତ ହେବ।

ଧନୁ ରାଶି- ଧନୁ ରାଶିର ଲୋକେ ପ୍ରତିଦିନ ହନୁମାନଙ୍କର ଦର୍ଶନ କଲେ ଶୁଭ ବୋଲି କୁହାଯାଏ। ପବନ ପୁତ୍ର ହନୁମାନଙ୍କ ପୂଜା କଲେ ଧନୁ ରାଶିର ଲୋକଙ୍କୁ ଅପାର ଧନ ପ୍ରାପ୍ତ ହେବ।

ମକର ରାଶି- ମକର ରାଶିର ଲୋକେ ଗାୟତ୍ରୀ ଦେବୀଙ୍କ ପୂଜା କଲେ ଅନେକ ଲାଭ ଓ ସଫଳତା ହାସଲ କରିବେ।

କୁମ୍ଭ ରାଶି- ଏହି ରାଶିର ଲୋକମାନେ ହନୁମାନଙ୍କୁ ପୂଜା କଲେ ଘରେ ଲକ୍ଷ୍ମୀମାଆଙ୍କ ଆଗମନ ହେବ।

ମୀନ ରାଶି- ଭଗବାନ ବିଷ୍ଣୁଙ୍କୁ ମୀନ ରାଶିର ଲୋକେ ପ୍ରତିଦିନ ପୂଜା କରିବା ଉଚିତ୍‌। ଏହା ଦ୍ବାରା ସଫଳତା ହାସଲ ହେବା ସହ ସବୁ ସମସ୍ୟାର ସମାଧାନ ହେବ।

wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.