Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାୟପୁର ହସ୍ପିଟାଲ ICUରେ ଲାଗିଲା ନିଆଁ: ୫ ମୃତ, କୋଭିଡ ରୋଗୀଙ୍କ ଚାଲିଥିଲା ଚିକିତ୍ସା
  • ||
  • ସୋର : ଭାଇ ପୋଛିଦେଲା ଭଉଣୀ ମଥାର ସିନ୍ଦୁର, ଶାଳକର ଠେଙ୍ଗାମାଡ଼ରେ ଭିଣୋଇ ମୃତ
  • ||

ଏହି ସବୁ ଜିନିଷ କରିବା ଦ୍ବାରା ନଷ୍ଟ ହୋଇଥାଏ ଘରର ଶାନ୍ତି : ଜାଣନ୍ତୁ କ’ଣ?

7/07/2019 at 1:33 PM

ବାସ୍ତୁଶାସ୍ତ୍ରର ଅର୍ଥ ଚାରି ଦିଗରୁ ମିଳୁଥିବା ଶକ୍ତି ତରଙ୍ଗର ସନ୍ତୁଳନ। ଯଦି ଏହି ତରଙ୍ଗ ସନ୍ତୁଳିତ ରୂପରେ ଆପଣଙ୍କୁ ପ୍ରାପ୍ତ ହେଉଛି ତେବେ ଘରେ ସୁଖ ଏବଂ ଶାନ୍ତି ଆସିବ। ଏପରି ପରିସ୍ଥିତିରେ ବାସ୍ତୁକୁ ନିଜ ଅନୁସାରେ ବଜାୟ ରଖିବା ପାଇଁ କେତେକ ବିଶେଷ ଉଦ୍ୟମ କରିବା ନିହାତି ଆବଶ୍ୟକ। ଏହି ଉଦ୍ୟମ ମାଧ୍ୟମରେ ଆପଣ ନିଜ ଘରକୁ ବାସ୍ତୁ ଦୋଷରୁ ରକ୍ଷା କରିପାରିବେ।

୧. ସୂର୍ଯ୍ୟାସ୍ତ ସମୟରେ ଯଦି ଆପଣଙ୍କ ଘରେ କେହି କ୍ଷୀର,ଦହି କିମ୍ବା ପିଆଜ ମାଗିବାକୁ ଆସନ୍ତି ତେବେ ତାଙ୍କୁ ଏସବୁ ଦେବାପାଇଁ ମନା କରନ୍ତୁ କାରଣ ସୂର୍ଯ୍ୟାସ୍ତ ସମୟରେ କୈାଣସି ବାହାର ବ୍ୟକ୍ତିଙ୍କୁ ଏହି ୩ଟି ଜିନିଷ ଦେଲେ ଘରର ଶାନ୍ତି ଶୃଙ୍ଖଳା ନଷ୍ଟ ହୋଇଯାଇଥାଏ।

୨. ସ୍ନାନ ପରେ ଓଦା କିମ୍ବା ଗୋଟିଏ ଦିନ ପୂର୍ବରୁ ପ୍ରୟୋଗ କରାଯାଇଥିବା ତଉଲିଆ ବ୍ୟବହାର କରନ୍ତୁ ନାହିଁ ଏହା ଦ୍ବାରା ସନ୍ତାନ ପରିବାରଠାରୁ ଅଲଗା ହୋଇଯାଇଥାଆନ୍ତି ଏବଂ ନିଜ ଇଚ୍ଛା ଅନୁସାରେ ଚଳନ୍ତି। ତେଣୁ ପ୍ରତିଦିନ ସଫା ସୁତୁରା ଏବଂ ଶୁଖିଲା ତଉଲିଆ ବ୍ୟବହାର କରନ୍ତୁ।

୩. କଦାପି ଯାତ୍ରା ସମୟରେ ପୂରା ପରିବାର ଏକତ୍ର ଘରୁ ବାହାରନ୍ତୁ ନାହିଁ। ଆଗ ପଛ ହୋଇ ଯାଆନ୍ତୁ ,ଏହାଦ୍ବାରା ଯଶ ବୃଦ୍ଧି ଘଟିବ।

୪. ମୁଖ୍ୟ ଦ୍ବାରରେ କେବେ ବି ଡଷ୍ଟବିନ୍ ରଖନ୍ତୁ ନାହିଁ ଏହା ଦ୍ବାରା ପଡ଼ୋଶୀ ଶତ୍ରୃ ହୋଇଯିବେ।

୫. ଛାତରେ କେବେ ବି ପରିବା କିମ୍ବା ବିଛଣା ଧୁଅନ୍ତୁ ନାହିଁ ଏହା ଦ୍ବାରା ଶ୍ବଶୁର ଘରେ ସମ୍ପର୍କ ଖରାପ ହୋଇଯିବ।

   Related Posts